ଜିଲ୍ଲା ବିକାଶ ମେଳାରେ ସାଂସ୍କୃତିକ ଦଳକୁ ଅବହେଳା ଜିଲ୍ଲାପାଳଙ୍କୁ ଅଭିଯୋଗ



କେନ୍ଦ୍ରାପଡ଼ା,୨୧ା୯: କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ବିଭାଗର କେତେକ ମୁଷ୍ଟିମେୟ ସାଂସ୍କୃତିକ ଦଳକୁ ପୂର୍ବ ସରକାରଙ୍କ ସମୟରୁ ଲଗାତର ନୃତ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ ସୁଯୋଗ ଦେଇଆସୁଥିବା ବେଳେ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ବିକାଶ ମେଳା ଯାହାକି କେନ୍ଦ୍ରାପଡା କଲେଜରେ ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ ସେଥିରେ କେବଳ ପୂର୍ବର ସେହି କେତେକ ନିର୍ଦ୍ଧିଷ୍ଟ ଦଳକୁ କଳା ପରିବେଷଣ ପାଇଁ ସୁଯୋଗ ଦିଆଯାଇଛି । ଏହି ସଂକ୍ରାନ୍ତରେ ଜିଲ୍ଲାର ବିଭିନ୍ନ କଳାକାର ସଂଘ ବାରମ୍ବାର ପୂର୍ବରୁ ଅନଶନ ଧର୍ମଘଟ ଅଭିଯୋଗ କରିଆସୁଥିଲେ । କିନ୍ତୁ ବର୍ତ୍ତମାନ ଲୋକାଭିମୂଖୀ ସରକାରଙ୍କ ସମୟରେ ମଧ୍ୟ ବହୁ ରେଜିଷ୍ଟ୍ରିଭୁକ୍ତ ପ୍ରତିଷ୍ଠିତ ସାଂସ୍କୃତିକ ପରିଷଦମାନଙ୍କୁ ଅବହେଳା କରି ଜିଲ୍ଲା କଳାକାର ସଭାକୁ ଜିଲ୍ଲା ସଂସ୍କୃତି ବିଭାଗ ଆହ୍ୱାନ ନକରିବା ସହ ବିକାଶ ମେଳାରେ କଳା ପରିବେଷଣ କରିବାକୁ ସୁଯୋଗ ନଦେଇଥିବାରୁ କଳାକାର ଅଭିରାମ ନାୟକ ନିଜର ସାଂସ୍କୃତିକ ଦଳ “ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ୍ ଡ୍ରାମା ଆଣ୍ଡ୍ କଲଚର୍‌”ତରଫରୁ ଜିଲ୍ଲାପାଳ, ସଂସ୍କୃତି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ମାଧ୍ୟରେ ଜଣାଇଛନ୍ତି ।


Next Post

ଛାତ୍ରୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ଶିକ୍ଷକ

Sun Sep 22 , 2024
ପଟ୍ଟାମୁଣ୍ଡାଇ ୨୧/୯-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଏକ ନିର୍ଦ୍ଦିଷ୍ଟ ସ୍କୁଲର ଶିକ୍ଷକଙ୍କୁ ଅଭିଭାବକ ଓ ଗ୍ରାମବାସୀ ଅଟକ ରଖି ମାଡମାରିଥିଲେ । କୌଣସି ସୂତ୍ରରୁ ଖବର ପାଇ ଗ୍ରାମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ଘଟଣା ସ୍ଥଳରେ ପହଁଚି ଉକ୍ତ ଶିକ୍ଷକଙ୍କୁ ଉଦ୍ଧାର କରି ଥାନା ଆଣି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଖବର ଲେଖା ହେବା […]

KANIKA