କେନ୍ଦ୍ରାପଡ଼ା,୨୨ା୯: ୨୦୩୬ ସୁଦ୍ଧା ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଓ ବିକଶିତ ଓଡ଼ିଶାର ଅଭ୍ୟୁଦୟ ଏବଂ ରାଜ୍ୟ ସରକାରଙ୍କ୧୦୦ଦିନର ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ରବିବାର ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ-୨୦୨୪ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଏହି ଅବସରରେ ଶ୍ରୀମତୀ ପରିଡା ବିଜେପି ସରକାରଙ୍କ୧୦୦ଦିନର ସୁଶାସନ ଏବଂ ଜନ ମଙ୍ଗଳକାରୀ ଯୋଜନା ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏଥିସହ […]
Day: 22 September 2024
କେନ୍ଦ୍ରାପଡ଼ା, ୨୨ା୯: କେନ୍ଦ୍ରାପଡା ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଙ୍ଘ ସଭାପତି ଅକ୍ଷୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରାଷ୍ଟ୍ର୍ରଭାଷାର ବିକାଶ […]
ପଟାମୁଣ୍ଡାଇ ୨୧/୯ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ପୁରାତନ ଛାତ୍ର ସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯୋଧନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ପ୍ରଫେସର ଅନିରୁଦ୍ଧ ରାଉଳ, ଉପସଭାପତି ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ ଗୋପୀନାଥ ତ୍ରିପାଠୀ, ଉପସଭାପତି ରାଜେନ୍ଦ୍ର କୁମାର ଦାଶ, ସଞ୍ଜୟ କୁମାର ବର୍ମା, ସାଙ୍ଗଠନିକ ସମ୍ପାଦକ […]
ପଟ୍ଟାମୁଣ୍ଡାଇ ୨୧/୯-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଏକ ନିର୍ଦ୍ଦିଷ୍ଟ ସ୍କୁଲର ଶିକ୍ଷକଙ୍କୁ ଅଭିଭାବକ ଓ ଗ୍ରାମବାସୀ ଅଟକ ରଖି ମାଡମାରିଥିଲେ । କୌଣସି ସୂତ୍ରରୁ ଖବର ପାଇ ଗ୍ରାମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ଘଟଣା ସ୍ଥଳରେ ପହଁଚି ଉକ୍ତ ଶିକ୍ଷକଙ୍କୁ ଉଦ୍ଧାର କରି ଥାନା ଆଣି ତଦନ୍ତ ଜାରି ରଖିଥିବା ଜଣାପଡିଛି। ଖବର ଲେଖା ହେବା […]










