ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍‌ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ


କେନ୍ଦ୍ରାପଡ଼ା,୨୨ା୯: ୨୦୩୬ ସୁଦ୍ଧା ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଓ ବିକଶିତ ଓଡ଼ିଶାର ଅଭ୍ୟୁଦୟ ଏବଂ ରାଜ୍ୟ ସରକାରଙ୍କ୧୦୦ଦିନର ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ରବିବାର ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ-୨୦୨୪ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଏହି ଅବସରରେ ଶ୍ରୀମତୀ ପରିଡା ବିଜେପି ସରକାରଙ୍କ୧୦୦ଦିନର ସୁଶାସନ ଏବଂ ଜନ ମଙ୍ଗଳକାରୀ ଯୋଜନା ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏଥିସହ କହିଥିଲେ ଯେ ଏହା ହେଉଛି ଲୋକଙ୍କ ସରକାର, ଜନଭାଗିଦାରୀରେ ଚାଲିଛି ଓ ସରକାର ନିର୍ବାଚନୀ ପ୍ରତିଶୃତି ପୂରଣ କରିବାରେ ବଦ୍ଧପରିକର। ସେ ଶ୍ରୀମନ୍ଦିରର ୪ଦ୍ୱାର ଖୋଲିବା କଥା ହେଉ କିମ୍ବା ରତ୍ନ ଭଣ୍ଡାରର ଗଣତି ଭଣତି ହେଉ। ରାଜ୍ୟସରକାର ପ୍ରତିଶୃତି ଦେଇଥିଲେ କୃଷି ଓ କୃଷକର କଲ୍ୟାଣ ପାଇଁ ଓ ଧାନର ଏମଏସପି ୩୧୦୦ଟଙ୍କା କାର୍ଯ୍ୟକାରୀ ହୋଇଛି। ୯୨୫କୋଟି ଟଙ୍କା ସିଏମ କିଶାନ ଯୋଜନାରେ ସହାୟତା ରାଶି କୃଷକମାନଙ୍କୁ ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ସରକାରଙ୍କର ସୁଭଦ୍ରା ଯୋଜନାରେ ୩,୪୫,୧୦୨ମହିଳା ଅନଲାଇନ ମାଧ୍ୟମରେ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୨୧,୦୦୦ରୁ ଉର୍ଦ୍ଧ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ୫୦୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ମହିଳା ନିଜର ପ୍ରଥମ କିସ୍ତି ଟଙ୍କାରେ ଗୁପଚୁପ ଠେଲା ଗାଡିରେ ନିଜର ବ୍ୟବସାୟ ଆରମ୍ଭ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ସୁଭଦ୍ରା ଯୋଜନା ଯୋଗୁଁ ନାରୀଶକ୍ତି ସଶକ୍ତ ହେବା ସହ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ରାଜ୍ୟ ସରକାର ୫୦୦କୋଟି ଟଙ୍କା କର୍ପସ ଫଣ୍ଡର ବ୍ୟବସ୍ଥା କରିଛନ୍ତି। କେନ୍ଦ୍ରାପଡ଼ା ପର୍ଯ୍ୟଟନ ସ୍ଥଳୀ ଭିତରକନିକା, ହୁକିଟୋଲା ବତୀଘର ସମ୍ପର୍କରେ ଅବତାରଣା କରିବା ସହ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀମାନଙ୍କ ପ୍ରତି ଭକ୍ତିପୂର୍ଣ୍ଣ ଶ୍ରଦ୍ଧା ଜ୍ଞାପନ କରିଥିଲେ। ମହିଳା ସଶକ୍ତିକରଣ ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ କେନ୍ଦ୍ରାପଡ଼ାର ଭୂମିକା ଅତୁଳନୀୟ। ପର୍ଯ୍ୟଟନ କ୍ଷେତ୍ରରେ ପାଣ୍ଠି ନିବେଶ ହୋଇପାରିଲେ କେନ୍ଦ୍ରାପଡ଼ା ଜିଲ୍ଲା ସାରା ବିଶ୍ୱରେ ପର୍ଯ୍ୟଟନ ପାଇଁ ବିଖ୍ୟାତ ହୋଇପାରିବ ବୋଲି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ମହାକାଳପଡ଼ା ବିଧାୟକ ଡ଼. ଦୂର୍ଗା ପ୍ରସନ ନାୟକ ଉପମୁଖ୍ୟମନ୍ତ୍ରୀଙ୍କ ସମୁଖରେ ପ୍ରସ୍ତାବ ରଖିଥିଲେ। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଲୋକସଭା ସାଂସଦଙ୍କ ପ୍ରତିନିଧି କିଶୋର ପଣ୍ଡା, ରାଜନଗର ବନଖଣ୍ଡ ଅଧିକାରୀ କେ. ସୁଦର୍ଶନ ଯାଦବ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ ପ୍ରମୁଖ ଯୋଗଦେଇଥିଲେ।

ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପରେ ପାୟଲ ମ୍ୟୁଜିକ ଆଣ୍ଡ ଡାନ୍ସ ଏକାଡ଼େମୀର କଳାକାରମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀସଙ୍ଗୀତ ଗାନ କରାଯାଇଥିଲା। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ସମସ୍ତଙ୍କୁ ସ୍ୱଚ୍ଛତା ହିଁ ସେବାଶପଥ ପାଠ କରାଇଥିଲେ ଓ ୧୦୦ ଦିନର ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନତି ମୂଳକ କାର୍ଯ୍ୟକ୍ରମର କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା। ଉତ୍ସବରେ ଜଣେ ଭିନ୍ନକ୍ଷମ ଓ ୧୧ ଜଣ ମୋଟ ୧୨ ଜଣ ସୁଭଦ୍ରା ହିତାଧିକାରୀ, ଜଣେ ଆଶା କର୍ମୀ, ଜଣେ କୃଷକ, ଜଣେ ଉଦ୍ୟାନ କୃଷକ, ଜଣେ ଦୁଗ୍ଧ ଚାଷୀ, ଜଣେ କ୍ରୀଡାବିତ, ଛତା ପଲିଟେକ୍ନିକ କଲେଜର ଅଧ୍ୟକ୍ଷ, ୨ଜଣ ପରିବେଶ ଚମ୍ପିୟାନ, ଜଣେ ମହିଳା ମତ୍ସ୍ୟ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିକାଶ ମେଳାରେ ବିଭିନ୍ନ ବିଭାଗର ୩୫ରୁ ଉର୍ଦ୍ଧ ଷ୍ଟଲ ଖୋଲାଯାଇଥିଲା। ବାଲୁକା ସ୍ଥାପତ୍ୟ କଳା ସମସ୍ତଙ୍କ ମନମୋହୀ ଥିଲା। ଆଜି ଅପରାହ୍ନ ୩ଟା ରୁ ୪ଟା ମଧ୍ୟରେ ବିକାଶ ମେଳାର ପିଏମ ସେମିନାର ହଲରେ କାର୍ଯ୍ୟକ୍ରମରେ ଆଇସିଡିଏସ୍ ସୁପରଭାଇଜର-୩୦, ବିପିଏମ-୧୮, ସିଡିପିଓ-୮, ଜଝଋଞଓର-୭୦ ଜଣ ଶିକ୍ଷାନିବିଶ ସେମିନାରରେ ଭାଗ ନେଇଥିଲେ। ଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ଆନୁଷ୍ଠାନିକ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଅନୁଚିନ୍ତମ ଓ ନିଉ ଷ୍ଟାର ଡାନ୍ସ ଏକାଡ଼େମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା ମଞ୍ଚ ପରିଚାଳନାରେ ସହାୟତା କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ଅରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରୀଆ, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପ-ଜିଲ୍ଲାପାଳ ଅଶୋକ କୁମାର ଦାସ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ସୁଭଦ୍ରା ହିତାଧିକାରୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା, ଜିଲ୍ଲା ବିଜେପି ସଂଗଠନର କର୍ମକର୍ତା, ପୋଲିସ ପ୍ରଶାସନ, ବିଭିନ୍ନ ପ୍ରଦର୍ଶନୀ ମଣ୍ଡପର ଅଧିକାରୀ ଓ କର୍ମକର୍ତ୍ତା, ଜିଲ୍ଲା ପରିଷଦର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଉପସ୍ଥିତଥିଲେ।


Next Post

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା, ଶିକ୍ଷକ ଗିରଫ

Mon Sep 23 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଏକ ପ୍ରାଥମିକ ସ୍କୁଲରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିବା ସହିତ ଚର୍ଚ୍ଚାର ବିଷୟ ହୋଇଛି । ରବିବାର ଅଭିଯୋଗ ମିଳିବା ପରେ ପୋଲିସ କେସ୍ ନମ୍ବର ୪୫୧/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ […]

KANIKA