ବ୍ରାହ୍ମଣୀ ନଦୀବନ୍ଧ ପରିଦର୍ଶନକଲେ ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ


ପଟ୍ଟାମୁଣ୍ଡାଇ,୨୬/୯-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜଳସେଚନ ଉପଖଣ୍ଡ ଅଳଭା-୨ ନିମପୁର ଦେଇ ପ୍ରଭାବିତ ହେଉଥିବା ବ୍ରାହ୍ମଣୀ ନଦୀର ପୋଖରୀସାହି ନିକଟରେ ବୁଧବାର ନଦୀପଠାରୁ ଅତଡା ଖସି ବନ୍ଧ ପାଇଁ ବିପଦ ସୃଷ୍ଟି କରିଛି। ଏହି ବନ୍ଧ ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳ ସମେତ ରାଜନଗର ଓ ମହାକାଳପଡା ବ୍ଲକ ଲୋକମାନଙ୍କୁ ସୁରକ୍ଷା ଦେଇ ଆସିଛି । ଗତକାଲି ରାଜନଗର ବିଧାୟକ ଧ୍ରୁବ ସାହୁ, ଅଧିକ୍ଷଣଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରି ସରକାରଙ୍କୁ ରିପୋର୍ଟ ଦେବା ପରେ ଗୁରୁବାର ସକାଳ ସାଢେ ୮ଟାରେ ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ ଅବବାହିକା ପରିଚାଳକ ବିଘ୍ନେଶ୍ୱର ପୁରୋହିତ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଣବ କୁମାର ନାୟକ, ଅଧିକ୍ଷଣଯନ୍ତ୍ରୀ ସେଠୀ ପ୍ରମୁଖ ଏହି ସ୍ଥାନ ପରିଦର୍ଶନ କରିଛନ୍ତି। ସେଠାରେ ଅତଡା ଖାଉଥିବା ସ୍ଥାନରେ କାଠବଲ୍ଲା ଦେଇ ବାଲିବସ୍ତା ପକାଯାଉଥିବା କାର୍ଯ୍ୟକୁ ତଦାରଖ କରିଥିଲେ। ଯେପରି ଆଉ ଅତଡା ନଖାଇ ବନ୍ଧ ପ୍ରତି ବିପଦ ସୃଷ୍ଟିନକରେ ତାହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟଯନ୍ତ୍ରୀ ପୁରୋହିତ ପଟ୍ଟାମୁଣ୍ଡାଇ ଜଳସଂପଦ ବିଭାଗର ସହକାରୀ ନିର୍ବାହୀ ଅଧିକାରୀ ଆଶିଷ କୁମାର ସ୍ୱାଇଁ, ସହକାରୀ ଯନ୍ତ୍ରୀ ମନୋରଂଜନ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷାପରେ ପୁରୁଣା ସ୍ପର ଗୁଡିକ ମରାମତି ହେବା ସହ ଅତଡା ଖାଉଥିବା ସ୍ଥାନରେ ନୂଆ ସ୍ପର ନିର୍ମାଣ କରାଯିବାକୁ ପ୍ରକ୍ରୀୟା ଆରମ୍ଭ କରାଯାଇଛି। ଏଥିପାଇଁ ଡିଜାଇନ ଇଂଜିନିର ମାନଙ୍କୁ କ୍ଷେତ୍ର ପରିଦର୍ଶନରେ ପଠାଯିବ ବୋଲି ମୂଖ୍ୟଯନ୍ତ୍ରୀ ପୁରୋହିତ କହିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading