କଷଣଅଂଟା ହାଇସ୍କୁଲରେ ଆଇନ ସଚେତନତା ଶିବିର


ପଟ୍ଟାମୁଣ୍ଡାଇ ୨୬/୯ – ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ପକସୋ ଆଇନ ଉପରେ ଏକ ସଚେତନତା ଶିବିର କଷଣଅଂଟା ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮ବର୍ଷରୁ କମ ବୟସର ପିଲାମାନେ ସମ୍ମୁଖୀନ ହେଉଥିବା ଶୋଷଣର ଶିକାର ହୋଇ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ତାହାର ସମାଧାନ ଓ ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା । ତାଲୁକ ଆଇନ ସେବା ସମିତି ଅଧକ୍ଷା ତଥା ସିନିଅର ସିଭିଲ ଜଜ୍ ସୁଶ୍ରୀସଂଗୀତା ମଲ୍ଲିକଙ୍କ ପୌରାହିତ୍ୟରେ ଆୟୋଜିତ ସଚେତନତା ଶିବିରରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ଜେଏମଏଫସି. ତଥା ସିଭିଲ ଜର୍ଜ ବିଦୁତଲତା ପ୍ରଧାନ ପସ୍କୋ ଆକ୍ଟ ବିଷୟରେ ପିଲାମାନଙ୍କୁ ସଚେତନ କରିଥିଲେ । ଏଥିରେ ବରିଷ୍ଠ ଆଇନୀଜୀବୀ ଭବାନୀ ଶଙ୍କର ପଣ୍ଡା, ଆଇନଜିବୀ ସୁରେଶ ନରେନ୍ଦ୍ର , ସୁମନ୍ତ ମାଝି. ଧିରେନ୍ଦ୍ର ନାଥ ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ସଚିତ୍ର କୁମାର ବେହେରା ଲିଗାଲ ଏଡ଼ ର କର୍ମକର୍ତା ଅପର୍ଣ୍ଣର୍ା ସାମଲ, ମୋହନ ଦାଶ, ପିଏଲଭି ସଭ୍ୟ ଅମରେନ୍ଦ୍ର ରାଉତ, ସଭ୍ୟା ବବିତା ମଳିକ , ରଂଜିତା ଜେନାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀଶିକ୍ଷକ, ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ଶେଷରେ ପ୍ରଧାନ ଶିକ୍ଷକ ସୁମନ୍ତ କୁମାର ବେହେରା ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading