ସଂସ୍କୃତ ଦିବସ ସମୀକ୍ଷା ବୈଠକ



କେନ୍ଦ୍ରାପଡା, ୨୯/୯: ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଗୁଲନଗର ଉଚ୍ଚ ବାଳିକା ବିଦ୍ୟାଳୟରେ ଆଜି ଦିବା ୧୦ଟାରେ ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୯ଗୋଟି ମଣ୍ଡଳରୁ ଆସିଥିବା କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଚଳିତମାସ ୧ତାରିଖରେ ପାଳିତ ହୋଇଯାଇଥିବା ସଂସ୍କୃତ ଦିବସର ସମୀକ୍ଷା କରିବା ସହିତ ଆୟବ୍ୟୟ ତାଲିକା ସଂପାଦକ ପଣ୍ଡିତ ଭଗବାନ ସାହୁ ଉପସ୍ଥାପନ କରିଥିଲେ । ଏହା ମଧ୍ୟ ସମସ୍ତଙ୍କ ସହମତିରେ ଗୃହୀତ ହୋଇଥିଲା। ଆଗାମୀ ଦିନରେ ମଣ୍ଡଳସ୍ତରୀୟ ବୈଠକ କରାଯାଇ ସଂଗଠନକୁ ସୁଦୃଢ କରିବାକୁ ସଭାପତି ମତ ରଖିଥିଲେ। ତତ୍‌ସହିତ ବକେୟା ସଭ୍ୟଚାନ୍ଦା ଗ୍ରହଣ କରିବାକୁ ପ୍ରତ୍ୟେକ ମଣ୍ଡଳ ସମ୍ପାଦକଙ୍କୁ ଅବଗତ କରାଇଥିଲେ । ପଣ୍ଡିତ ଭଗବାନ ସାହୁ କେନ୍ଦ୍ରାପଡ଼ା ଓଷ୍ଟା ସଂଘର ନବ ନିର୍ବାଚିତ ସଂପାଦକ ଭାବେ ମନୋନୀତ ହୋଇଥିବାରୁ ଆଜିର ବୈଠକରେ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଭୁବନ ମୋହନ ମିଶ୍ର, ହାଡିବନ୍ଧୁ ଭୂୟାଁ, ବିଜୟ କୁମାର ସାହୁ, ସତ୍ୟବ୍ରତ ନନ୍ଦ, ମମତା ମିଶ୍ର, ଉର୍ମିଳା ଦଳାଇ, ସରୋଜ କୁମାର ଦାଶ, ରଞ୍ଜନ କୁମାର ଜେନାଙ୍କ ସମେତ ଅନେକ ସଂସ୍କୃତ ଶିକ୍ଷକ/ଶିକ୍ଷିକା ଉପସ୍ଥିତ ଥିଲେ। ପଣ୍ଡିତ ଶ୍ରୀନାଥ ମିଶ୍ର ବେଦପାଠ ଓ ମଞ୍ଜୁଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading