ପଟ୍ଟାମୁଣ୍ଡାଇ ୩୧/୧୦ – ଓଡିଶା ହାଇକୋର୍ଟର ଆଇନଜୀବୀ ଦେବାଶିଷ ତ୍ରିପାଠୀ ରାଜ୍ୟ ସରକାରଙ୍କ ନୂଆ ଅତିରିକ୍ତ ସରକାରୀ ଆଇନଜୀବୀ (ଏଜିଏ) ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀର୍ଘଦିନ ଧରି ଦେବାଶିଷ ଓଡ଼ିଶା ହାଇକୋଟରେ ଆଇନଜୀବୀ ଭାବେ କାର୍ଯ୍ୟରତଥିଲେ । ଏହା ପୂର୍ବରୁ ସେ ଭାରତ ସରକାରଙ୍କର ଷ୍ଟାଣ୍ଡିଙ୍ଗ କାଉନସେଲ ଭାବରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ହୋଇ କାର୍ଯ୍ୟକରିଛନ୍ତି । କେନ୍ଦ୍ରାପଡା ଜିଲା […]

ବାଣ ବିସ୍ଫୋରଣ ହୋଇ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ଜଣ ନାବାଳକ ବୋଲି ଜଣାପଡିଛି। ପୁରୀ ସଦର ଥାନା ଅଧୀନ ବାଟଗାଁ ରାଉତ ସାହିରେ ଗୁରୁବାର ବାଣ ବିସ୍ଫୋରଣ ହୋଇ ଗୁଲା ରାଉତ, ଲିପା ରାଉତ ଓ ସଞ୍ଜୟ ଜେନାଙ୍କ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚକିତ୍ସାଳୟରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା […]

ପଟ୍ଟାମୁଣ୍ଡାଇ ତା ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗୁଣୁପୁର ମା ଛୁଆଳିଆ ହାଇସ୍କୁଲ କିରାଣୀ ତଥା ଓଷ୍ଟା ସଭ୍ୟ ଅର୍ଜୁନ ଓଝାଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା କାଠିଆପଡା ଠାରେ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲା ଓଷ୍ଟା ପ୍ରାକ୍ତନ ଉପସଭାପତି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ବ୍ଲକ ଓଷ୍ଟା ସଭାପତି ବିଜୟ ଆଚାର୍ଯ୍ୟ, ସମ୍ପାଦକ ବାବାଜୀ ଦାସ ଉପଦେଷ୍ଟା ଗୋକୁଳ ରାଉତ,ପ୍ରଧାନଶିକ୍ଷକ ଅକ୍ଷୟ ନନ୍ଦ,ବଡ଼ପଡା କଲେଜ ଅଧକ୍ଷ ରମାକାନ୍ତ […]

କେନ୍ଦ୍ରାପଡା, ୩୦ା୧୦: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ଏକ ପ୍ରସ୍ତୁତି ବୈଠକ କମିଟିର ସଭାପତି ପ୍ରଦୀପ କୁମାର ଦାଶଙ୍କ ପୌରୋହିତ୍ୟରେ ସ୍ଥାନୀୟ ଗୁରୁକୁଳ ଆବାସିକ ଶିକ୍ଷା ନିକେତନ ପରିସରରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଲୋକ କଳା ଓ ଲୋକ ନୃତ୍ୟ-ଗୀତକୁ ଗୁରୁତ୍ୱାରୋପ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତିଦିନ ନୃତ୍ୟ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସାମାଜିକ ଓ ପରିବେଶଭିତ୍ତିକ ଆଲୋଚନା କରାଯିବ । ଏଥିସହିତ ରାମଦୋଳି, […]

କେନ୍ଦ୍ରାପଡା,୩୧ା୧୦: ପେନସନ ଭୋଗୀମାନଙ୍କର ବାର୍ଷିକ ଜୀବନ ପ୍ରମାଣ ପତ୍ର ଦାଖଲର ଅବଧି ଆରମ୍ଭ ହୋଇଛି। ଏଥିନିମନ୍ତେ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା ଓ ଜିଲ୍ଲା କୋଷାଗାର ତଥା ଟ୍ରେଜେରୀ ତରଫରୁ ସୁବନ୍ଦୋବସ୍ତ କରଯାଇଛି। ଜିଲ୍ଲା କୋଷାଗାରରେ ଅନଲାଇନ ମାଧ୍ୟମରେ ପ୍ରମାଣପତ୍ର ଗ୍ରହଣ କରାଯାଉଥିବାବେଳେ ଷ୍ଟେଟବ୍ୟାଙ୍କରେ ଅଫଲାଇନରେ ଓ ଅନ୍‌ଲାଇନ୍‌ରେ ପ୍ରମାଣ ପତ୍ର ସଂଗ୍ରହ କରାଯାଉଛି। ଏଥି ନିମନ୍ତେ ପେନସନ ବହି, ବ୍ୟାଙ୍କ ଜମା ଖାତା, ଆଧାର କାର୍ଡ ଓ […]

ପଟ୍ଟାମୁଣ୍ଡାଇ୩୦/୧୦ -ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ରାଜନଗର ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନରେ ଯିବାବେଳେ ପଟ୍ଟାମୁଣ୍ଡାଇ ବାଇପାସ ଛକ ଠାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା କଂଗ୍ରେସ ଓବିସି ସେଲ ପ୍ରାକ୍ତନ ଅଧକ୍ଷ ମଳୟ ଦାସ, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାସ,ଯୁବନେତା ତପନ ପାତ୍ର, ଜିଲ୍ଲା ଦଳିତ ସେଲ ପ୍ରାକ୍ତନ ସଭାପତି ସର୍ବେଶ୍ୱର ସେଠୀ,ଅଖିଳ ଭାରତ […]

ପଟ୍ଟାମୁଣ୍ଡାଇ ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ପଂଚାୟତ ଡାମରପୁର ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଏକ ମୃତ କୁମ୍ଭୀର ଠାବ କରାଯାଇଛି । ଏହି କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ପ୍ରକାଶ ଯେ ଡାମରପୁର ଘାଟ ନିକଟରେ ଆଜି ସକାଳେ ୮ଫୁଟ ଲମ୍ବର ଏକ ମୃତ ବଉଳା କୁମ୍ଭୀର ଭାସୁଥିବା ସ୍ଥାନୀୟ ଜନସାଧାରଣ ଦେଖି ରାଜନଗର ବନପାଳ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଏହି ଖବର […]

ପଟ୍ଟାମୁଣ୍ଡାଇ ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ନନ୍ଦଲାଲପାଟଣାରେ ବିଶ୍ୱଶାନ୍ତି ମହାଯଜ୍ଞ ସଫଳତାର ସହ ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକାରୀ ପ୍ରଦୀପ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଅଳପୁଆ ସରପଂଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ, ପୂର୍ବତନ ସମିତ ସଭ୍‌୍ୟ ଚନ୍ଦନ ସାହୁ,ପୂର୍ବତନ ସରପଂଚ ରମେଶ ଦାସ,କୃତିବାସ ସାହୁ, ,ଅମରେନ୍ଦ୍ର ଦାଶ, ଗୋବର୍ଧନ ଦାଶ, ଶୁଭେନ୍ଦ୍ର […]

ପଟ୍ଟାମୁଣ୍ଡାଇ ତା ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ ଜି ୟୁ ପି କ୍ଲଷ୍ଟର ପକ୍ଷରୁ ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ସି ଆର ସି ସି ଅରବିନ୍ଦ ବଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ପ୍ରଧାନଶିକ୍ଷକ କବି ଅଶୋକ ପରିଡା, ପୂର୍ବତନ ସି ଆର ସି ସି କବି ଅନ୍ତର୍ଯ୍ୟାମୀ ବେଜ, ପ୍ରଧାନଶିକ୍ଷୟତ୍ରୀ ରେଣୁକା ମହାପାତ୍ର ପ୍ରମୁଖ […]

କେନ୍ଦ୍ରାପଡ଼ା,୨୯ା୧୦: କେନ୍ଦ୍ରାପଡ଼ା ବ୍ଲକ ବିଡିଓଙ୍କ ବଦଳି ପରେ ଜନତା ଉତ୍ତ୍ୟକ୍ତ ହୋଇ ସେମାନଙ୍କ ଆକ୍ରୋଷ ବ୍ୟକ୍ତ କରିଛନ୍ତି। ଫଳ ସ୍ୱରୂପ ବିଡିଓଙ୍କ କାର୍ଯ୍ୟାଳୟକୁ ଘନ ଘନ ଅଣ୍ଡାମାଡ ହୋଇଛି। ଏହା ଦ୍ୱାରା ଦୀର୍ଘଦିନର ଅସନ୍ତୋଷର ବହ୍ନି ଜଳିଛି। କେନ୍ଦ୍ରାପଡା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନାମରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଅର୍ଥ ତୋଷରପାତ କରାଯାଇଥିବା ଅଭିଯୋଗ ହୋଇଆସୁଥରଲା । ସରକାରୀ ନୀତି ନିୟମକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇ […]

କେନ୍ଦ୍ରାପଡ଼ା,୩୦ା୧୦: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମୋ ଯୁବ ଭାରତର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ ଅବସରରେ ଆଲୋକର ପର୍ବ ଦୀପାବଳୀକୁ ନିଆରାଢଙ୍ଗରେ ପାଳନ କରାଯାଇଛି। ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ସ୍ୱେଛାସେବୀମାନଙ୍କ ଦ୍ୱାରା ଏହା ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ନେହେରୁ ଯୁବକେନ୍ଦ୍ର ଓ କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ସ୍ୱତନ୍ତ୍ର ଢଙ୍ଗରେ ଅନୁଷ୍ଠିତ ହୋଇ […]

  କେନ୍ଦ୍ରାପଡ଼ା,୨୯ା୧୦: କେନ୍ଦ୍ରାପଡା ଜିଲ୍ଲା ଅଧିନ ଡେରାବିଶ ବ୍ଲକର ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ(ଆଇସିଡିଏସ)ର ଜଣେ ଗର୍ଭବତୀ ମହିଳା କର୍ମଚାରୀ(କିରାଣୀ) ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ଙ୍କ ନିର୍ଯାତନା ଯୋଗୁଁ ପିଡିତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଯାଇଥିବା ଘଟଣା ଏବେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବାରୁ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି ଯେ ଏ ସମ୍ପର୍କରେ […]

କେନ୍ଦ୍ରାପଡ଼ା, ୨୯ା୧୦: କେନ୍ଦ୍ରାପଡାର ପୂର୍ବତନ ସାଂସଦ ସ୍ୱର୍ଗତ ପ୍ରଭାତ ସାମନ୍ତରାୟ ଓ ପୂର୍ବତନ ବିଧାୟକ ସ୍ୱର୍ଗତ ଉତ୍କଳ କେଶରୀ ପରିଡାଙ୍କ ପରଲୋକରେ ଆଜି ବିଜୁ ଜନତା ଦଳ ତରଫରୁ ଏକ ସର୍ବ ଦଳୀୟ ଶ୍ରଦ୍ଧାଞ୍ଜଳି ସଭା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ ସାନ୍ତସାହିସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ କଲ୍ୟାଣମଣ୍ଡପରେ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, କେନ୍ଦ୍ରାପଡାର ପୂର୍ବତନ ମନ୍ତ୍ରୀ […]

ବଡ଼ଭାଇକୁ ବିଷ ଦେଇଦେଲା ସାନ ଭାଇ। ବିଷ ପିଇ ଯନ୍ତ୍ରଣାରେ ଜର୍ଜରିତ ହୋଇ ଡାକ୍ତରଖାନାରେ ମଧ୍ୟ ବଡ଼ ଭାଇ ସାନଭାଇକୁ ଖୋଜୁଥିଲା । ଯେତେବେଳେ ଆଖି ଆଗରେ ସାନ ଭାଇକୁ ପାଇଲେନି ସେତେବେଳ ଫୋନ କରିଥିଲେ। ମରିବା ପୂର୍ବରୁ ଥର ଥର କଣ୍ଠରେ ସାନ ଭାଇକୁ ପଚାରିଲେ, ବାବୁରେ ମୋତେ କି ବିଷ ଦେଇଛୁ କହ? ଏପରି ଛାତିଥର ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ଶାଳପଡା ଗୁଣ୍ଡିଚା […]

କେନ୍ଦ୍ରାପଡ଼ା, ୨୯ା୧୦: ଅକ୍ଟୋବର ୨୯ ତାରିଖ ଦିନ ରାଜ୍ୟ ସାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୪ ପାଳନ କରାଯାଉଛି । ଏହି ଉପଲକ୍ଷେ ଗରାପୁରସ୍ଥିତ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ବିଭିନ୍ନ ସ୍ଲୋଗାନ୍ ଦେଇ ଏକ ମିନି ମାରାଥନ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମାପନ ହୋଇଥିଲା । ଏହି ମିନି ମାରାଥନକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା […]

ପଟ୍ଟାମୁଣ୍ଡାଇ ୨୯/୧୦ – ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗୁଣୁପୁର ମା’ଛୁଆଳିଆ ପଂଚାୟତ ହାଇସ୍କୁଲ ପକ୍ଷରୁ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସଙ୍କ ପୌରୋହିତ୍ୟରେ ସୋମବାର ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଦୁର୍ନୀତି ନିବାରଣ ବିଭାଗ ଡ଼ିଏସପି ସନ୍ତକ ଜେନା ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ […]

  ପଟ୍ଟାମୁଣ୍ଡାଇ ୨୯/୧୦-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଜାତୀୟ ସେବା ସଂସ୍ଥା ଏନଏସଏସ ପକ୍ଷରୁ ଗତ ୧୭ ତାରିଖରୁ ୨୨ତାରିଖ ସପ୍ତାହ ବ୍ୟାପି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ ଗୌରୀ କୁମାର ସାମଲ ଉଦଘାଟନ କରିଥିଲେ । କଲେଜ ଏନ ଏସ ଏସ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଶାନ୍ତ ସାମଲ, […]

କେନ୍ଦ୍ରାପଡା,୨୮ା୧୦: ଆଲ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ସମସ୍ତ କାର୍ଯ୍ୟରତ କର୍ମଚାରୀମାନେ ବିଗତ ୨୦୧୩ ମସିହାଠାରୁ ଜିକିତଜା ହେଲଥ୍ କେୟାର ନାମକ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ୧୦୮ ଆମ୍ବୁଲାନ୍ସରେ ନିଷ୍ଠାପୂର୍ଣ୍ଣ ଓ ନିସ୍ୱାର୍ଥପର ଭାବରେ ସେବା ଯୋଗାଇ ଦେଇଆସୁଛି । ଗତ ତା୨୧ା୧୦ା୨୦୨୪ରିଖଠାରୁ ନୂତନ କମ୍ପାନୀ ଏମ୍‌/ଏସ୍ ଇଏମଆରଆଇ ଗ୍ରୀନ ନାମକ ଠିକା ସଂସ୍ଥା ନୂତନ ଦାୟିତ୍ୱ ବହନ କରିଛି । ଯେ କୌଣସି ପ୍ରାକୃତିକ […]

କେନ୍ଦ୍ରାପଡ଼ା, ୨୯ା୧୦: କେନ୍ଦ୍ରାପଡା ତୁଳସୀ କ୍ଷେତ୍ର ପଣ୍ଡିତ ସଭାର ମୁଖ୍ୟ ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ପତି ଜଣାଇଛନ୍ତି ଯେ ଦୀପାବଳି ଓ ପୟାଶ୍ରାଦ୍ଧ(ପିମ୍ପେଇଡକା)ପାଳନ ବିଷୟରେ ବିଭିନ୍ନ କ୍ୟାଲେଣ୍ଡରରେ ୩୧ ତାରିଖ ଗୁରୁବାରରେ ହେବ ବୋଲି ଲେଖାଯାଇଛି । ସମ୍ପ୍ରତି ଆମ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଅନୁମୋଦିତ ଅସଲି ଖଡି ରତ୍ନ ପଞ୍ଜିକାରେ ୧ ତାରିଖ ଶୁକ୍ରବାରରେ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ କରାଯିବା […]

କେନ୍ଦ୍ରାପଡ଼ା,୨୯ା୧୦: ବାତ୍ୟା “ଦାନା’ ପ୍ରଭାବରେ ସାରା ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବିଶେଷ କ୍ଷୟକ୍ଷତି ହୋଇଥିଲା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଧିନ ବଗପାଟିଆ, ସାତଭାୟା ଅଂଚଳ ସବୁଠୁ ବେଶୀ ପ୍ରଭାବିତ ହୋଇଛି। ସେହି ପ୍ରଭାବିତ ଅଞ୍ଚଳରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇପଡ଼ିଥିବା ବେଳେ ସ୍କାଉଟ ଗାଇଡ଼ ରାଜ୍ୟ ମୁଖ୍ୟ ଆୟୁକ୍ତ ଡକ୍ଟର କାଳୀପ୍ରସାଦ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ […]

କେନ୍ଦ୍ରାପଡ଼ା,୨୯ା୧୦: ମଙ୍ଗଳବାର ପୂର୍ବାହ୍ନ ୮ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଉପଲକ୍ଷେ ପଥ ଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ଏକ ପଦଯାତ୍ରା ଓ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନୂଆ ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରି ଥିବାବେଳେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ସୂଚନା ଯୋଗ୍ୟ ଯେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ […]

କେନ୍ଦ୍ରାପଡ଼ା,୨୯ା୧୦: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳ ମହିଳା ସମିତି ଆନୁକୂଲ୍ୟରେ ୨୫ବର୍ଷ ତଳେ ହୋଇଥିବା ମହାବାତ୍ୟାର ଭୟବହତାକୁ ମନେପକାଇ ପରିବେଶ ସଚେତନତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ପଞ୍ଚାୟତ ମହାସଙ୍ଘର ସଭାନେତ୍ରୀ ରାଜଲକ୍ଷ୍ମୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଅଧ୍ୟାପକ ଡ. ଦିଲ୍ଲିପ କୁମାର ମିଶ୍ର, ଅଧ୍ୟାପକ ଅଜୟ ସାମଲ, ଆଦିକନ୍ଦ […]

କେନ୍ଦ୍ରାପଡ଼ା,୨୮ା୧୦: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଗାନ୍ଧୀଭବନଠାରେ ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶପଥ ପାଠରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସମ୍ମିଳିତ ଭାବେ ‘ଦୁର୍ନୀତି ନିବାରଣ ସଚେତନତା’ କାର୍ଯ୍ୟକ୍ରମରେ ଶପଥ ପାଠ କରିଥିଲେ । ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ସପ୍ତାହଟି ଚଳିତ ମାସ ୨୮ […]

କେନ୍ଦ୍ରାପଡା ୨୮/୧୦- ପୁନର୍ବାସ ପରିସରରେ ବିବିଧ କଳାର ସମ୍ବିଳିତ ମଞ୍ଚ “ସିମ୍ଫୋନି’ ପକ୍ଷରୁ ଆସନ୍ତା ଡିସେମ୍ବର ମାସରେ ଜିଲ୍ଲାରେ ପ୍ରଥମଥର ହେବାକୁ ଯାଉଥିବା ତ୍ରିଦିବସୀୟ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି ବୈଠକରେ ଅଭିଜ୍ଞ ବିଶାରଦ ଭାବେ ଓଡିଶା ନାଟ୍ୟ ସଂଘର ସମ୍ପାଦକ ଶୁଭକାନ୍ତ ପାଢୀ, ଆକାଶବାଣୀର ବେତାର ନାଟ୍ୟ ଶିଳ୍ପୀ ସମୀର ମିଶ୍ର, […]