ଡ଼ିଜେ ବ୍ୟାନ୍ ପାଇଁ ଦାବି



କେନ୍ଦ୍ରାପଡ଼ା,୩୦ା୯: ପାର୍ବଣ ଋତୁ ଆଗମନରେ କେନ୍ଦ୍ରାପଡା ଓ ତାହର ଆଖପାଖ ଅଞ୍ଚଳରେ ବିଭିନ୍ନ ଉତ୍ସବ ପାଳିତ ହେଉଛି । ଏହି ସମୟରେ ଡିଜେ ଓ ଉଚ୍ଚଶକ୍ତି ସମ୍ପନ୍ନ ବାଜା ବଜାଯାଉଛି । ଯାହାଫଳରେ ବିଭିନ୍ନ ସମୟରେ ଡ଼ିଜେ ବାଜିବା ଫଳରେ ଏହାର ସୁଉଚ୍ଚ ଓ ଛାତି ଥରାଇବା ଭଳି ଶଦ୍ଦ ଲୋକଙ୍କ ହୃଦ୍‌ଘାତ ସମ୍ଭାବନାକୁ ବଢାଇ ଦେଉଥିବା ଏବଂ କୋମଳମତି ଶିଶୁଙ୍କ ମତିଷ୍କ ବିକାଶ ବାଧାପ୍ରାପ୍ତ ହେଉଥିବାନେଇ ଅଭିଯୋଗ ହୋଇ ଆସୁଅଛି । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡା ସହର ସମେତ ସମଗ୍ର ଜିଲ୍ଲାରେ ଡ଼ିଜେ ବ୍ୟାନ୍ କରିବାକୁ ସହରର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଏକାଠି ହୋଇଛନ୍ତି । ସମସ୍ତ ପର୍ବପର୍ବାଣୀରେ ଡ଼ିଜେ ବାଜିବାକୁ ବିରୋଧ କରି ବହୁ ଗଣମାଧ୍ୟମ ପ୍ରତିନିଧି, ଆଇନଜୀବି, ସାମାଜିକ କର୍ମୀ, ବରିଷ୍ଠ ନାଗରିକ ଓ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା ଅପରାହ୍ନରେ ଜିଲ୍ଲାପାଳ,ଏସପି ଉପଜିଲ୍ଲାପାଳ ଓ ଏସଡ଼ିପିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତେଣୁ ମାନବ ସମାଜର ହିତ ଦୃଷ୍ଟିରୁ ଏହାକୁ ସଂପୂର୍ଣ୍ଣ ବ୍ୟାନ କରିବା ଏବଂ କୌଣସି ବି ଶୋଭାଯାତ୍ରାରେ ୬୫ଡ଼େସିବିଲ ସାଉଣ୍ଡରୁ କୌଣସି ପ୍ରକାର ଅଧିକ ନବଜାଇବା ଦିଗରେ କଠୋର ପଦକ୍ଷେପ ନେବାକୁ ଉକ୍ତ ସ୍ମାରକ ପତ୍ରରେ କୁହାଯାଇଛି । ସ୍ମାରକପତ୍ର ଦେବା ସମୟରେ ଡ଼ିଜେ ବିରୋଧୀ ବ୍ୟକ୍ତିମାନେ ଜିଲ୍ଲାପାଳଙ୍କ ସହିତ ଡ଼ିଜେର ଅପକାରିତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେବା ସଙ୍ଗେ ସଙ୍ଗେ ଡ଼ିଜେବନ୍ଦ ନେଇ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ ଏବଂ ଏଥିନେଇ ସେ ସବୁମତେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ଏହି ସଂସ୍କାର ପାଇଁ ସେ କେନ୍ଦ୍ରାପଡ଼ାବାସୀ ଜନସାଧାରଣଙ୍କର ସହଯୋଗ ଲୋଡ଼ିଥିଲେ । ବରିଷ୍ଟ ନାଗରିକ ହମନ୍ତ କୁମାର ଜେନା, ପ୍ରଫୁଲ୍ଲ କୁମାର ଦାସ, ଧିରେନ କୁମାର ସାହୁ, ଗୟାଧର ଧଳ, ଗଣେଶ ଚନ୍ଦ୍ର ସାମଲ, ରାଜେଶ କୁମାର ବେହେରା, ଜଗନ୍ନାଥ ଧଳଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତିମାନ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading