ସରକାରୀ ବିଫଳତା ବିରୋଧରେ ବିଜେଡିର ରଣହୁଙ୍କାର : ପଟ୍ଟାମୁଣ୍ଡାଇ ବିଜେଡି ଜନସମ୍ପର୍କ ପଦଯାତ୍ରା


ପଟ୍ଟାମୁଣ୍ଡାଇ ୨/୧୦ -ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡିହେବାକୁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ରାଜ୍ୟବ୍ୟାପି ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମସ୍ତଙ୍କୁ ଏକଜୁଟ ହୋଇ ଦଳପାଇଁ କାମ କରିବାକୁ ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ନବୀନଙ୍କ ଆହ୍ୱାନ କ୍ରମେ ବୁଧବାର ସକାଳ ୯ରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ଶତାଧିକ ଦଳୀୟ କର୍ମୀ ଓ ପଦାଧିକାରୀଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ପଦଯାତ୍ରା କରି ସହରରେ ଥିବା ବିଭିନ୍ନ ୱାର୍ଡ ପରିକ୍ରମା କରି ବିଜେପି ସରକାରଙ୍କ ବିଫଳତା ଓ ମିଥ୍ୟା ପ୍ରତିଶୃତି ଓ ପ୍ରବଂଚନା ବିରୋଧରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି, ଆଦି ବିଭିନ୍ନ ସରକାରୀ ବିଫଳତା ବିରୋଧରେ ରଣ ହୁଙ୍କାର ଦେଇ ସହର ପରିକ୍ରମା କରିବା ସହିତ ଆମ୍ବେଦକର ଛକରେ ପହଁଚିଥିଲେ । ସେଠାରେ ଡା. ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ବାଇପାସ ବିଜୁ ପଟ୍ଟନାୟକ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଏକ ପ୍ରଥସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାକୁ ପଟ୍ଟାମୁଣ୍ଡାଇ ନଗର ଯୁବ ବିଜେଡି ସଭାପତି ଅଶୋକ ଧଳ ପରିଚାଳନା କରିଥିଲେ । ଏଥିରେ ବିଧାୟକ ସାହୁ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ଉଦ୍‌ବୋଧନ ରଖି କହିଥିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀବାଦରେ ବିଶ୍ୱାସ ରଖିବା ସହିତ ଭାରତର ସମ୍ବିଧାନର ମୁଖ ବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନିତ କରିବା ପାଇଁ ଭାରତ ସରକାରଙ୍କୁ ପ୍ରସ୍ଥାବ ରଖିବା ତାଙ୍କର ଗାନ୍ଧୀଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧାର ପରିଚୟ ଦିଏ । ବିଜୁ ଜନତା ଦଳର ଜନ ମଙ୍ଗଳକାରୀ ଯୋଜନା ଗୁଡିକୁ ନେଇ ଲୋକମାନଙ୍କ ପାଖରେ ପହଁଚିବା ପାଇଁ ଆହ୍ୱାନ ଦେଇଥିଲେ ।

ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ, ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି କୈଳାଶ ସିଂ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜୟନ୍ତୀ ସ୍ୱାଇଁ, ନଗର ମହିଳା ବିଜେଡି ସଭାପତି ଲାସ୍ୟମୟୀ ସାହୁ, ଛାତ୍ର ବିଜେଡି ସଭାପତି ଦେବାଶିଷ ନାୟକ,ବ୍ଲକ ବିଜେଡି ଉପସଭାପତି ସର୍ବେଶ୍ୱର ମହାନ୍ତି, ସାଧାରଣ ସମ୍ପାଦକ କଳାକାର ପ୍ରଧାନ, ଲଲାଟେନ୍ଦୁ ସ୍ୱାଇଁ, ବାରେଣୀ ସେଠୀ, କାଉନସିଲର ପ୍ରଶାନ୍ତ ବାରିକ, ମୃତ୍ୟୁଞ୍ଜୟ ପାଢ଼ୀ ଲଷ୍ମୀପ୍ରିୟା ସାହୁ ସରପଂଚ ଲଷ୍ମୀପ୍ରିୟା ଷଢଙ୍ଗୀ, ସନ୍ତୋଷ ସେଠୀ, ଧନୁର୍ଜ୍ୟୟ ସ୍ୱାଇଁ, ଅଶୋକ ପରିଡା,ସୁବାଷ ଖଟୁଆ, ପ୍ରଦୀପ ପଣ୍ଡା, ସମିତି ସଭ୍ୟ ନିରଞ୍ଜନ ବାରିକ, ବିଜୁ ଯୁବ ବାହିନୀ ସଭାପତି ସଂଗ୍ରାମ ସ୍ୱାଇଁ, ସମ୍ପାଦକ ଦିଲ୍ଲୀପ ସାହୁ,,ବରିଷ୍ଠ ନେତା ପଂଚାନନ ଧଳ, ସୁମନ୍ତ ପାତ୍ର, ଦିଗାମ୍ବର ମିଶ୍ର,ବ୍ରଜବନ୍ଧୁ ଦାଶ,ରତି ଲେଙ୍କା,ଚିତ ରଞ୍ଜନ ସେଠୀ, ଶଶିକାନ୍ତ ପଣ୍ଡା, ପ୍ରେମାନନ୍ଦ ସେଠୀ,ନଣ୍ଡା ଚୌଧୁରୀ,ନଟବର ସେଠୀ,ରାଜେନ୍ଦ୍ର ଦାଶ,ସ୍ୱରୂପ ସାମଲ, ସଞ୍ଜୟ ଦାସ ପ୍ରମୁଖ ବହୁ ବିଜେଡି ନେତା କର୍ମକର୍ତା, ଜିଲ୍ଲାପରିଷଦ ସରପଂଚ, ସମିତି ସଭ୍ୟ, କାଉନ ସିଲର ଓ ଶହ ଶହ କର୍ମୀ ପଦଯାତ୍ରାରେ ସାମିଲ ହୋଇ ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ ।


Next Post

କଳିଙ୍ଗ ନବଦିଗନ୍ତ ପକ୍ଷରୁ ଗାନ୍ଧି ଜୟନ୍ତୀ ପାଳନ

Wed Oct 2 , 2024
ପଟ୍ଟାମୁଣ୍ଡାଇ:୨/୧୦ -କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନ ସଂପାଦକ ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ସହ ନିଶା ନିବାରଣ ଓ ସ୍ୱଚ୍ଛ ଭାରତ ସମ୍ପର୍କରେ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ପକ୍ଷରୁ ପଟ୍ଟାମୁଣ୍ଡାଇ ବାଇପାସ୍ ଠାରୁ ଏକ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହିତ ନିଶା ନିବାରଣ ଓ ସ୍ୱଚ୍ଛ ଭାରତ ଉପରେ ଜନ ସଚେତନତା ସୃଷ୍ଟି କରାଯାଇ ଥିଲା […]

KANIKA