ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ପକ୍ଷରୁ ଅଭିଭାବକ ଶିକ୍ଷକ ବୈଠକ


ପଟ୍ଟାମୁଣ୍ଡାଇ ୨/୧୦ -ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ପକ୍ଷରୁ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଅଭିଭାବକ ସବିତା ବିଶ୍ୱାଳ, ସସ୍ମିତା ନାଥଙ୍କ ସମେତ ବହୁ ଅଭିଭାବକ ଯୋଗ ଦେଇ କଲେଜର ଶିକ୍ଷାଦାନ ଓ ପରୀକ୍ଷା ଫଳ ଉପରେ ଆଲୋକପାତ କରିବା ସହିତ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ଅଧ୍ୟାପିକା ଲଷ୍ମୀପ୍ରିୟା ପାତ୍ର ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଅତିଥି ଅଧ୍ୟାପିକା ଶାନ୍ତି ସିଂ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଶେଷରେ ଅଧ୍ୟାପକ ଚିନ୍ମୟ ସାମଲ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରିଷ୍ଣାପ୍ରିୟା ତରାଇ, ଅନିରୁଦ୍ଧ ଘଡାଇ,ବିଷ୍ଣୁପ୍ରିୟା ମଲ୍ଲିକ, ସ୍ଥିତିପ୍ରଜ୍ଞା ମହାନ୍ତି ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading