ପଟ୍ଟାମୁଣ୍ଡାଇ ୩/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡା ଠାରେ ବାଲିପାଟଣା ନୋଡାଲ ହାଇସ୍କୁଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମଣ୍ଡପଡା-ବାଛରା ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ସିଆରସିସି ନମିତା ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଏବିଇଓ ପ୍ରେମବାଳା ମହାପାତ୍ର ମୁଖ୍ୟଅତିଥି, ଅନ୍ୟତମ ଏବିଇଓ ସୁନୀତି ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ଏକ ସଫଳ ପ୍ରୟାସ ବୋଲି ମତପ୍ରକାଶ କରିଥିଲେ । ସହକାରୀ ଶିକ୍ଷକ ଦିବାକର ଦାସ ସ୍ୱାଗତଭାଷଣ ଓ ସହକାରୀ ଶିକ୍ଷକ ଗୋଲକ ବିହାରୀ ଭୂୟାଁ ଅତିଥିପରିଚୟ ପ୍ରଦାନ କରିଥିଲେ । ଖଡ଼ିପାଳ ନୋଡାଲ ଉପ୍ରା ସ୍କୁଲ ପ୍ରଧାନଶିକ୍ଷକ ମନୋଜ ମୁଦୁଲି ଧନ୍ୟବାଦ ଦେଇଥିଲେ । ସିଆରସିସି ନମିତା ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ ମୁଖ୍ୟଅତିଥି, ସିଆରସିସି ମଳୟ ଜେନା ମୁଖ୍ୟବକ୍ତା, ସରପଂଚ ରଂଜିତା ସାହୁ, ସମାଜସେବୀ ବରାହ ଚରଣ ସାମଲ (କାଁହୁ ), ମଣ୍ଡପଡା ଭଜନେଶ୍ୱର ହାଇସ୍କୁଲ ପ୍ରଧାନଶିକ୍ଷକ ଅନନ୍ତ କିଶୋର ବେହେରା, ମଣ୍ଡପଡା-ବାଛରା ନୋଡାଲ ଉପ୍ରା ସ୍କୁଲ ପ୍ରଧାନଶିକ୍ଷକ ଅମରେନ୍ଦ୍ର ଜେନା, ସ୍କୁଲ ପରିଚାଳନା କମିଟି ସଭାପତି ମୋହନ ଶେଖର ପ୍ରଧାନ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଶିଶୁ ପ୍ରତିଭା ବିକାଶ ପାଇଁ ସରକାରୀ ପଦକ୍ଷେପର ପ୍ରଶଂସା ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ରଜନୀକାନ୍ତ ଦାଶ ସ୍ୱାଗତଭାଷଣ ଓ ଅନୁସୂୟା ନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସଂଗୀତା ମଲ୍ଲିକ ଧନ୍ୟ ବାଦ ଦେଇଥିଲେ । ଏଥିରେ ୧୧ଟି ସ୍କୁଲରୁ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏଇ ଅବସରରେ ଆୟୋଜିତ ବକୃତା, ସାଧାରଣ ଜ୍ଞାନ, ସଂଗୀତ, ନୃତ୍ୟ, ରଚନା, ଚିତ୍ରକଳା, ଚିତ୍ରକଳା ଆଦି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମ କୃଷ୍ଣ ଚନ୍ଦ୍ର ସାହୁ, ଜୟ ଦେବ ବେହୁରା,ହେମନ୍ତ ମଲ୍ଲିକ, ରୋହିତ ସ୍ୱାଇଁ, ନିରୋଦ ନଳିନୀ ମହାନ୍ତି, ପ୍ରମୁଖ ପରିଚାଳନା କରିଥିବାବେଳେ ବିଦ୍ୟୁତ ପ୍ରଭା ସିଂ, ଜୟଶ୍ରୀ ଦାସ, ନମିତା ରାଉତ, ଅକ୍ଷୟ ଦାସ, କୈଳାଶ ବାରିକ, ପ୍ରଫୁଲ୍ଲ ସାହୁ ଓ ଦୁଇ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।