
ପଟ୍ଟାମୁଣ୍ଡାଇ ତା ୩/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନମୂଳବସନ୍ତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବାବୁରାମ ସାହୁ ଓ ସମ୍ପାଦକ ସଂଗ୍ରାମ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି ଆନନ୍ଦ ପ୍ରସାଦ ପଣ୍ଡା,ସହ ସମ୍ପାଦକ କୀର୍ତ୍ତିମାନ ସାହୁ, କୋଷାଧ୍ୟକ୍ଷ ମନସ୍ମିତା ସାହୁ,ପ୍ରଧାନ ଆଚାର୍ଯ୍ୟ ବିକ୍ରମଜିତ ସ୍ୱାଇଁ,ଗୁରୁମା ଶୁଚିସ୍ମିତା ଦାଶ, ଲକ୍ଷ୍ମୀପ୍ରିୟା ଦାସ,ଶିବାନୀ ଦାଶ, ଦିପ୍ତିମୟୀ ବିଶ୍ୱାଳ, ଲିଖିତା ଦାସ,ଝରଣା ସେଠୀ, ସବିତା ପ୍ରଧାନ, ସେବିକା ଜାନକୀ ପଣ୍ଡା ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହଯୋଗକ୍ରମେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ବିଦ୍ୟାଳୟ ପରିସରରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରି ପରେ ବିଦ୍ୟାଳୟ ଠାରୁ ବଡମୂଳବସନ୍ତ ଛକ ପର୍ଯ୍ୟନ୍ତ ସଚେତନତା ପଦଯାତ୍ରାରେ ସ୍ୱଚ୍ଛତା ହିଁ ସେବାର ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ | ପରେ ସାନମୂଳବସନ୍ତସ୍ଥ ମା ତାରିଣୀ ମନ୍ଦିର ଠାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।











