
ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଭଜପା ସଭାପତି ସ୍ୱାଗତ ଦାଶଙ୍କ ନେତୃତ୍ୱରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ତେତେଲଙ୍ଗା ଗ୍ରାମରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ନାରୀ ନେତ୍ରୀ କାନନ ବାଳା ଦାସ, ବିଷ୍ଣୁପ୍ରିୀୟା ମହାପାତ୍ର, ରାଜନଗର ଭାଜପା ପ୍ରଭାରୀ ସୁନାକର ପ୍ରଧାନ, ସୁଭେନ୍ଦୁ ଦାଶ, ସୋମନାଥ ଷଡଙ୍ଗୀ ପ୍ରଭୁତି ଯୋଗଦେଇ ଗ୍ରାମର ଘରକୁ ଘର ଯାଇ ଲୋକ ମାନଙ୍କୁ ଭାଜପା ସଦସ୍ୟତା ଗ୍ରହଣ କରାଇଥିଲେ। ଏହି ଅବସରରେ ଭାଜପା ରାଜ୍ୟ ନାରୀ ନେତ୍ରୀ କାନନ ବାଳା ଦାସ, ବିଷ୍ଣୁପ୍ରିୀୟା ମହାପାତ୍ର, ଉପସ୍ଥିତ ମହିଳା ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦ବର୍ଷ ଶାସନ କାଳରେ ବିଭିନ୍ନ ପ୍ରକାରର ଯୋଜନା ଉପରେ ଆଲୋକ ପାତ କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧୦୦ଦିନର ଶାସନ କାଳରେ ସମସ୍ତ ଯୋଜନା ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ଏହି ତେତେଲଙ୍ଗା ଗ୍ରାମରେ ପ୍ରାୟ ୩୦୦ ଅଧିକ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ୨ ଟି ନଳକୁପ ଅଛି । ଫଳରେ ଲୋକେ ସକାଲୁ ନମ୍ବର ଲଗାଇ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଥିନେଇ ଗ୍ରାମର ମହିଳାମାନେ ଏକଜୁଟ ହୋଇ ଏହି ସଦସ୍ୟା ମାନଙ୍କୁ ପାନୀୟ ଜଳ ସମ୍ପର୍କରେ ଅବଗତ କରାଇଥିଲେ ।











