କେନ୍ଦ୍ରାପଡା,୭/୧୦: କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲା ପ୍ରଶାସନର ଦ୍ୱିତୀୟ ପ୍ରସ୍ତୁତି ବୈଠକ ସୋମବାର କେନ୍ଦ୍ରାପଡ଼ା ପୌରପାଳିକା ଟାଉନହଲ୍ ପରିସରରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ଆସନ୍ତା ୧୬ତାରିଖରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ମା’ ଗଜଲକ୍ଷ୍ମୀ ପୂଜା ପାଇବେ । ୨୨ତାରିଖ ଦିନ ସମସ୍ତ ମେଢଗୁଡିକର ବିସର୍ଜନ ପୂଜା ଅନୁଷ୍ଠିତ ହେବ । ଆସନ୍ତା ୨୩ ତାରିଖରେ ଭସାଣି ଉତ୍ସବ ଆରମ୍ଭ ହୋଇ ପୁରୁଣା ବସ୍ଷ୍ଟାଣ୍ଡଠାରେ ମେଳଣ ଉତ୍ସବ ଅନୁଷ୍ଠିତ ହେବ । ୨୪ ତାରିଖ ଦିନ ସକାଳୁ ସମସ୍ତ ମେଢ ବାଜା ରୋଷଣି କରି ବିସର୍ଜନ ଘାଟକୁ ଯାଇ ବିସର୍ଜିତ ହେବେ ।
ଏହି ବୈଠକରେ ସମସ୍ତ ପୂଜା କମିଟିର ସଦସ୍ୟମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଳଣ ଉତ୍ସବ ପାଇଁ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ପାଇଁ ଦାବି ଜଣାଇଥିଲ । ଏହାକୁ ଜିଲ୍ଲା ପ୍ରଶାସନ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ପ୍ରଶାସନ ସମସ୍ତ କମିଟିମାନଙ୍କୁ ମେଳଣ ଉତ୍ସବରେ ୧୦ଟା ସାଉଣ୍ଡ ବକ୍ସରୁ ଅଧିକ ନ ଲଗାଇବା ପାଇଁ, ୬୫ଡେସିବେଲ୍ରୁ ଅଧିକ ସାଉଣ୍ଡ ନ କରିବା ପାଇଁ ଓ ଡିଜେ ନ ବଜାଇବା ପାଇଁ ସୂଚନା ଦେଇଥିଲେ । ମେଳଣ ଉତ୍ସବ ପାଇଁ ସହରର ସମସ୍ତ ୪୭ ମେଢର କ୍ରମ ଲଟେରି ମାଧ୍ୟମରେ ଚୟନ କରାଯାଇଥିଲା । କେନ୍ଦ୍ରାପଡା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମେଳଣ ଉତ୍ସବ ପାଇଁ ପୁରୁଣା ବସଷ୍ଟାଣ୍ଡ ଥାନପତି, ନୁଆ ବସଷ୍ଟାଣ୍ଡ ଥାନପତି, କାକଟ ମଙ୍ଗଳା କ୍ଲବଗୁଡିକର ଲଟେରି ଉତ୍ସବ କରାଯାଇନଥିଲା । ସେମାନେ ନିୟମ ଅନୁସାରେ ପ୍ରଥମେ ଯିବେ । ଏମାନଙ୍କ ସହିତ ଗଣପତି କ୍ଲବ ବଣିଆ ସାହି, ବଣିଆମାଳ ପୂଜା କମିଟି, ସଦଭାବନା କ୍ଳବ୍ ଲ-କଲେଜ, ମହାବୀର କ୍ଳବ୍ ବଡ଼ହାଟ, ସୂର୍ଯ୍ୟ ସାଗରିକା ବଡ଼ହାଟ, ଅନନ୍ତଶୟନ ଶିବସେନା କ୍ଲବ କାକଟ, ଶିବଶକ୍ତି କ୍ଲବ ମାଧପୁର, କାଞ୍ଚି ଅଭିଯାନ ମାଛମାର୍କେଟ, ଖଡିଅଙ୍ଗ ପୂଜା କମିଟି, ଜୟଗୁରୁ କ୍ଲବ କାକଟ, ମା’ ବୁଢୀ ବାସୁଳେଇ ପୂଜା କମିଟି, ବିମ୍ବଳାଇ ପୂଜା କମିଟି ଗଣାମାହାଲ, ବଳଗଣ୍ଡି ପୂଜା କମିଟି, ପୌରସଂସ୍ଥା ପୂଜା କମିଟି, ମହିପାଳ ପୂଜା କମିଟି, ଗଜଉଦ୍ଧାରଣ ପୂଜା କମିଟି ବଡ଼ହାଟ, କଜଳା ପୂଜା କମିଟି, ଗୁଲନଗର ମହାଲକ୍ଷ୍ମୀ ପୂଜା କମିଟି, ଗରାପୁର ପୂଜା କମିଟି, ଗଙ୍ଗା ଭାଗୀରଥି ପୂଜା କମିଟି ମଢିଆଳ, ଦ୍ରୌପଦୀ ବସ୍ତ୍ର ହରଣ ପୂଜା କମିଟି ମିରପାଟଣା, ନବଗୁଞ୍ଜର ପୂଜା କମିଟି କାକଟ ଲକ୍, ମା ଅନ୍ନପୂର୍ଣ୍ଣା ପୂଜା କମିଟି ଚାଟରାପାଟଣା, ପୁରୁଣା ବସ୍ଷ୍ଟାଣ୍ଡ ପୂଜା କମିଟି ଗୁଡିକ କ୍ରମାନ୍ୱୟରେ ପୁରୁଣା ବସ୍ଷ୍ଟାଣ୍ଡଠାରୁ ନୂଆ ବସ୍ଷ୍ଟାଣ୍ଡ ବିସର୍ଜନ ଘାଟରେ ବିସର୍ଜିତ ହେବେ । ସେହିପରି ପୁରୁଣା ବସ୍ଷ୍ଟାଣ୍ଡଠାରୁ କେଶପୁର ଆଡକୁ ଯିବାକୁ ଥିବା ମେଢଗୁଡିକ ହେଲେ ବ୍ୟାସ ସରୋବର ସାନ୍ତସାହି, କନ୍ଦରାସୁର ପୂଜା କମିଟି ମନକରପୁର, ଶନିଲକ୍ଷ୍ମୀ ପୂଜା କମିଟି ଟାଉନ ବଳରାମପୁର, ବାଣୀମଙ୍ଗଳା ପୂଜା କମିଟି ବଡମଙ୍ଗଳା, ଗଜଲକ୍ଷ୍ମୀ ପୂଜା କମିଟି ଗୋପ, ଗୋପୀନାଥ ପୂଜା କମିଟି ତଳବାରଙ୍ଗ, ଗଜଲକ୍ଷ୍ମୀ ପୂଜା କମିଟି ନସଡିପୁର, ରାଧାକୃଷ୍ଣ ପୂଜା କମିଟି ସାନମଙ୍ଗଳା, ଲକ୍ଷ୍ମୀନାରାୟଣ ପୂଜା କମିଟି ଭଗେଶ୍ୱରପୁର, ନନ୍ଦିଘୋଷ ପୂଜା କମିଟି ଟାଉନ ବଳରାମପୁର, ରାମସୀତା ପୂଜା କମିଟି ସାନ୍ତସାହି, ସୁନେଇଲୋ ପୂଜା କମିଟି, ରୋହିଣୀଗାଇ ପୂଜା କମିଟି ଅଯୋଧ୍ୟାନଗର, କେଶପୁର ଗଜଲକ୍ଷ୍ମୀ ପୂଜା କମିଟି, ଅଭୟା କ୍ଲବ ନସଡିପୁର, କାଞ୍ôଚ ଅଭିଯାନ ପୂଜା କମିଟି ସୁନ୍ଦରାପାଳ, ମାଳେଶ୍ୱର ପୂଜା କମିଟି ମନକରପୁର, ନେତାଜୀ ୟୁଥ୍ କ୍ଲବ ଟାଉନ ବଳରାମପୁର, ଲକ୍ଷ୍ମୀନାରାୟଣ ପୂଜା କମିଟି ଜୟୀପୁରା, ବୀର ହନୁମାନଜୀଉ ପୂଜା କମିଟି କନ୍ୟାଜୋର ଓ ଶ୍ରେୟା ଚଣ୍ଡାଳୁଣୀ ପୂଜା କମିଟି ଏକଣାଖଣ୍ଡି ପ୍ରମୁଖ । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, କେନ୍ଦ୍ରାପଡା ଏସ୍ଡିପିଓ ଦେବନ୍ଦ୍ର ମଲ୍ଲିକ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଟାଉନ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ତହସିଲଦାର ତାପସ ରଞ୍ଜନ ଦେଉରି, ସମସ୍ତ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।