ଗଣ୍ଡକୁଳରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪



ପଟ୍ଟାମୁଣ୍ଡାଇ ୯/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ରାମେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଂଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ସିଆରସିସି ବିଭୁ ରଞ୍ଜନ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ବି.ଆରସିସି ଚନ୍ଦ୍ର ଶେଖର ତ୍ରିପାଠୀ ମୁଖ୍ୟଅତିଥି, ଡିହାପଡା ପଚାୟତ ସରପଂଚ ଶତ୍ରୁଘ୍ନ ମଲ୍ଲିକ ମୁଖ୍ୟବକ୍ତା, ସମିତି ସଭ୍ୟା ରେଣୁକା ସେଠୀ ରାଜ୍ୟ ସ୍ତରୀୟ ଶିକ୍ଷକ ନେତା ସିଆରସିସି ମଳୟ ଜେନା, ରାମେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମିଶ୍ର , ସିଆରସିସି ସଞ୍ଜୟ କୁମାର ସାହୁ ଓ ସଂଘମିତ୍ରା ନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ମନୋଜ କୁମାର ମହାପାତ୍ର ଓ ପ୍ରାକ୍ତନ ସି ଆର ସି ସି ଗୋଦାବରିଶ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ଏକ ବଳିଷ୍ଠ ପଦକ୍ଷେପ ବୋଲି ମତପ୍ରକାଶ କରିଥିଲେ । ନପଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ଚରଣ ପଢ଼ିହାରି ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ଗୀତା ସାଇ ନାୟକ ଧନ୍ୟବାଦ ଦେଇଥିଲେ । ସିଆରସିସି ବିଭୂରଞ୍ଜନ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ଏବିଇଓ ପ୍ରେମବାଳା ମହାପାତ୍ର ମୁଖ୍ୟଅତିଥି,ଏବିଇଓ ସୁନିତି ଦାଶ ମୁଖ୍ୟବକ୍ତା, ସିଆରସିସି ଆଶିଷ ମହାପାତ୍ର, ଲକ୍ଷ୍ମଣ ବିହାରୀ ସେଠୀ ପୂର୍ବତନ ସିଆରସିସି ଅନ୍ତର୍ଯ୍ୟାମୀ ବେଜ୍‌, ଅଜୟ ସ୍ୱାଇଁ, ଅବସର ପ୍ରାପ୍ତ ଶିକ୍ଷକ ବିଜୟ ସୁନ୍ଦର ରାୟ, ରବୀନ୍ଦ୍ର କୁମାର ଦାସ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷୟତ୍ରୀ ଦେବସ୍ମିତା ପରିଡ଼ା ସ୍ୱାଗତଭାଷଣ ଓ ସହକାରୀ ଶିକ୍ଷକ ଅନୁଜ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଆୟୋଜିତ ବକୃତା, ନୃତ୍ୟ, ସଂଗୀତ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଭାତ ଲକ୍ଷ୍ମୀ ପଣ୍ଡା,ଅନ୍ନପୂର୍ଣ୍ଣା ଜେନା ସୁର‌୍ୟକାନ୍ତି ପାତ୍ର,ରାଜଶ୍ରୀ ରାଉତ ,ରଞ୍ଜିତ ନାୟକ ,ସୁପ୍ରଭା ଲେଙ୍କା ,ସୁପ୍ରିୟା ପରିଡ଼ା ,ପ୍ରହଲ୍ଲାଦ ପଲେଇ,ନିରୁପମା ଦେଇ ,କ୍ରୀଷ୍ଣା ପଲ୍ଲବୀ ସ୍ୱାଇଁ,ଅନୁଜ ନାୟକ , କଳା ଶିକ୍ଷକ ସଞ୍ଜୟ ତ୍ରିପାଠୀ ବିଚାରକ ଭାବେ ଯୋଗ ଦେଇଥିଲେ । ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ସୁଶାନ୍ତ କୁମାର ଦାସ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading