
ପଟ୍ଟାମୁଣ୍ଡାଇ ୯/୧୦-ପଟ୍ଟାମୁଣ୍ଡାଇ କଲେଜ ଶିକ୍ଷା ବିଭାଗ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଶିକ୍ଷା ବିଭାଗ ମୁଖ୍ୟ ନିବେଦିତା ନାୟକ, ଅଧ୍ୟାପିକା ନମିତା ବେହେରା, ମୁଖ୍ୟ କିରାଣୀ ପ୍ରମୋଦ ପରିଡା ପ୍ରମୁଖ ବହୁ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଯୋଗ ଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନୀତି ଆଦର୍ଶ ତ୍ୟାଗ ସେବା ଓ ବଳିଦାନ ସର୍ବୋପରି ସ୍ୱତନ୍ତ୍ର ଓଡିଶା ଗଠନରେ ଭୂମିକା ଉପରେ ଆଲୋକପାତ କରି ଛାତ୍ର ସମାଜ ଉତ୍କଳ ମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ସଭା ପୂର୍ବରୁ କଲେଜ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଉତ୍କଳମଣିଙ୍କ ନୀତି ଆଦର୍ଶ, ସେବା ତ୍ୟାଗ,ବଳିଦାନ ଓ ସ୍ୱତନ୍ତ୍ର ଓଡିଶା ଗଠନରେ ଭୂମିକା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ବହୁ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।











