କର୍କଟ ପିଡିତଙ୍କୁ ଟ୍ରଷ୍ଟ ପକ୍ଷରୁ ସହାୟତା



କେନ୍ଦ୍ରାପଡ଼ା, ୧୧ା୧୦: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏସମ୍ପର୍କରେ ଖବର ପାଇବା ପରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ତୁରନ୍ତ ସହାୟତା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରାପଡା ପୈାରାଞ୍ଚଳର ଇଦଗାମହଲାରେ ପହଞ୍ଚି କର୍କଟ ପିଡିତ ସେକ ନବୀଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସହାୟତା ପ୍ରଦାନ ସମୟରେ ଲକ୍ଷ୍ମୀକାନ୍ତ ନାୟକ ଓ ସେକ ନବୀଙ୍କ ପରିବାର ଲୋକମାନେ ଉପସ୍ଥିତ ଥିଲେ।


Next Post

କେନ୍ଦ୍ରାପଡାର ଗଣପର୍ବ ବାଲିଯାତ୍ରା ପାଇଁ ପ୍ରସ୍ତୁତି

Fri Oct 11 , 2024
କେନ୍ଦ୍ରାପଡ଼ା,୧୧ା୧୦: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ବାଲିଯାତ୍ରା କମିଟି ସଭାପତି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ବାଲିଯାତ୍ରାକୁ ସର୍ବାଙ୍ଗସୁନ୍ଦର ଓ ଆକର୍ଷଣୀୟ କରିବା ନିମନ୍ତେ ବିଭିନ୍ନ କମିଟିମାନ ଗଠନ କରାଯାଇଛି। ଏହି ଅବସରରେ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ- ୨୦୨୪ର ମୁଖପତ୍ର “ସ୍ମୃତିର ବୋଇତ” ପ୍ରକାଶ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଏଥିନିମନ୍ତେ ଅକ୍ଟୋବର ୩୧ତାରିଖ ସୁଦ୍ଧା ଲେଖା […]

KANIKA