କେନ୍ଦ୍ରାପଡା, ୧୨/୧୦: ଆଶ୍ୱିନ ମାସ ଶୁକ୍ଳପକ୍ଷ ଶନିବାର ଦିନ କେନ୍ଦ୍ରାପଡା ସହରରେ ୨୧ନଂ ୱାର୍ଡ ଅନ୍ତର୍ଗତ କଜଳା ଗୋଲ୍ଡେନ୍ ଭିଲ୍ଲା ସ୍ଥିତ ଶିରିଡି ସାଇବାବାଙ୍କ ୧୦୬ତମ ପୂଣ୍ୟତିଥି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ସାଇ ମନ୍ଦିରରେ ପ୍ରାତଃ ୫.୩୦ ସମୟରେ କାକଡ ଆଳତୀ, ୬ଟା ୩୦ ସମୟରେ ବାବାଙ୍କ ମହାସ୍ନାନ ପାଇଁ ୧୦୮ କଳସ ଶୋଭାଯାତ୍ରା କରାଯାଇ ମହାସ୍ନାନ, ରୁଦ୍ରାଭିଷେକ ଓ ନେତ ପରିବର୍ତ୍ତନ କରାଯାଇଥିଲା […]
Day: 12 October 2024
ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର ପଟ୍ଟାମୁଣ୍ଡାଇ। ଶନିବାର ମହାନବମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ଏହି ପରିପ୍ରେକ୍ଷୀରେ ବଙ୍ଗାଳିସାହି ପୂଜା ମଣ୍ଡପରେ ମା’ଙ୍କୁ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପୂଜା କରାଯାଉଛି। ମହାନବମୀ ଅବସରରେ ମା’ ଦୁର୍ଗାଙ୍କ ପାଖରେ ପାଳିତ ହେଉଛି କୁମାରୀ ପୂଜା। ଦେବୀ ରୂପରେ ସଜେଇ ହୋଇଛନ୍ତି ୯ ଜଣ କୁନି କୁନି ଝିଅ। ମୁଣ୍ଡରେ […]










