ଦିଲ୍ଲୀ ଭାଜପା ପ୍ରଭାରୀ ହେଲେ ବୈଜୟନ୍ତ ପଣ୍ଡା



ପଟ୍ଟାମୁଣ୍ଡାଇ ୧୫/୧୦-ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ଦଳର ବିପୁଳ ବିଜୟ ପାଇଁ କେନ୍ଦ୍ରୀୟ ଭାଜପା ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ରାଷ୍ଟ୍ରୀୟ ଭାଜପା ସଭାପତି ଜେ ପି ନଡ୍ଡା ଭାଜପା ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଭାଜପା ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି । ବୈଜୟନ୍ତ ଦିଲ୍ଲୀରେ ଭାଜପା ସଂଗଠନକୁ ଅଧିକ ମଜଭୁତ କରି ଆସନ୍ତା ବିଧାନସଭା ନିର୍ବାଚନରେ ଦଳକୁ ବିପୁଳ ବିଜୟ ଆଣିଦେବେ ବୋଲି କେନ୍ଦ୍ରୀୟ ନେତୃତ୍ୱ ଆଶା ପୋଷଣ କରିଛନ୍ତି । ସାଂସଦ ପଣ୍ଡା ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ପଟ୍ଟାମୁଣ୍ଡାଇ ନଗର ଭାଜପା ପ୍ରଭାରୀ ସୁଶୀଲ ପରିଡା, ଗିରିଜା ସାମଲ, ଆଇନଜୀବୀ ପ୍ରମୋଦ ସାହୁ, ଭାରତ ଭୂଷଣ ଦାସ, କାଉନସିଲର ବିଦ୍ୟାଧର ସେଠୀ ଓ ଚନ୍ଦନ ପାତ୍ର ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।


Next Post

୬ ସମିତି ସଭ୍ୟ ଭାଜପା ଯୋଗ ଦେବା ଖବରକୁ ବିଜେଡିର ଖଣ୍ଡନ

Tue Oct 15 , 2024
ପଟ୍ଟାମୁଣ୍ଡାଇ ୧୫/୧୦-ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୬ଜଣ ବିଜେଡି ସମର୍ôଥତ ସମିତି ସଭ୍ୟ ଶାସକ ଭାଜପା ଦଳରେ ସାମିଲ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ ମଙ୍ଗଳବାର ରାତ୍ରୀ ସାଢେ ୮ରେ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ଯେ ଗତ ୨୦୨୨ ମସିହା ପଂଚାୟତ ନିର୍ବାଚନରେ ଖଡ଼ିଅଂଟା ପଂଚାୟତରେ ବିଜେଡି ସମର୍ôଥତ […]

KANIKA