
ପଟ୍ଟାମୁଣ୍ଡାଇ ୧୫/୧୦-ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୬ଜଣ ବିଜେଡି ସମର୍ôଥତ ସମିତି ସଭ୍ୟ ଶାସକ ଭାଜପା ଦଳରେ ସାମିଲ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ ମଙ୍ଗଳବାର ରାତ୍ରୀ ସାଢେ ୮ରେ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ଯେ ଗତ ୨୦୨୨ ମସିହା ପଂଚାୟତ ନିର୍ବାଚନରେ ଖଡ଼ିଅଂଟା ପଂଚାୟତରେ ବିଜେଡି ସମର୍ôଥତ ପ୍ରାର୍ଥୀ ଭାବେ ମମତା ରାଉତ ପ୍ରତିଦ୍ୱନ୍ଦୀତା କରୁଥିବାବେଳେ ଭାଜପା ସମର୍ôଥତ ପ୍ରାର୍ଥୀ ଲିଲି ମଲିକ ବିଜୟୀ ହୋଇଥିଲେ । ଅରଡ଼ପଲ୍ଲୀ ପଂଚାୟତରେ ବିଜେଡି ସମର୍ôଥତ ପ୍ରାର୍ଥୀ ମମତା ଘଡାଇ ଥିବାବେଳେ ଭାଜପା ସମର୍ôଥତ ପ୍ରାର୍ଥୀ ସରିତା ବେହେରା ବିଜୟୀ ହୋଇଥିଲେ । ଡାମରପୁର ପଂଚାୟତରେ ବିଜେଡି ସମର୍ôଥତ ପ୍ରାର୍ଥୀ କ୍ଷୀରୋଦବାଳା ରାଉତ ଥିବାବେଳେ ଭାଜପା ସମର୍ôଥତ ପ୍ରାର୍ଥୀ ନିରୁପମା ସାହୁ ବିଜୟୀ ହୋଇଥିଲେ ।ଦୋଷିଆ ସମିତି ସଭ୍ୟା ଆରତୀ ସାହୁ ଓ ଶ୍ରୀରାମପୁର ସମିତି ସଭ୍ୟ ବିଜେଡିର ପ୍ରାଥମିକ ସଭ୍ୟ ହୋଇନଥିବାବେଳେ ଓଉପଦା ସମିତି ସଭ୍ୟା ଭାଜପା ମିଶ୍ରଣ ପର୍ବରେ ଅନୁପସ୍ଥିତ ଥିଲେ । ମାତ୍ର ତାଙ୍କ ନାମ ପ୍ରଚାର କରିବା ହାସ୍ୟାସ୍ପଦ ବୋଲି ବ୍ଲକ ବିଜେଡି ସଭାପତି ସାହୁ ପ୍ରକାଶ କରିବା ସହିତ ଭାଜପା ଦଳ ମିଥ୍ୟା ପ୍ରଚାର କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ କରିଥିବା ଉଦ୍ୟମକୁ ଦୃଢ଼ ନିନ୍ଦା କରିଛନ୍ତି ।











