ଓଡିଶା ବିକାଶର ସ୍ଥପତି ସାଜିଥିଲେ ନବୀନ , ନବୀନଙ୍କ ଜନ୍ମଦିନ ଅବସରରେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ରକ୍ତ ଦାନ ଶିବିର


ପଟ୍ଟାମୁଣ୍ଡାଇ ୧୬/୧୦ -ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜଡେି ସୁପ୍ରିମ ନବୀନ ପଟ୍ଟନାୟକ ବୁଧବାର ୭୯ ବର୍ଷରେ ପାଦ ଥାପିଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ରାଜନଗର ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଜନସେବାର ସଂକଳ୍ପ ଦିବସ ପାଳନ କରିବା ସହିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଏକ ରକ୍ତ ଦାନ ଶିବର ସ୍ଥାନୀୟ ଡିଭାଇନ ପ୍ୟାଲେସ୍ ରେ ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଉଦଘାଟନ କରି କହିଥିଲେ ଯେ, ବିଗତ ୨୪ ବର୍ଷରେ ନବୀନଙ୍କ ନେତୃତ୍ୱରେ ଗଠନ ହୋଇଛି ବିକଶିତ ଓ ନୂଆ ଓଡ଼ିଶା । ଶିକ୍ଷାଠୁ ସ୍ୱାସ୍ଥ୍ୟ, ଶିଳ୍ପଠୁ କ୍ରୀଡ଼ା ସବୁ କ୍ଷେତ୍ରରେ ଓଡ଼ିଶା ହାସଲ କରିଥିଲା ସ୍ୱତନ୍ତ୍ର ପରିଚୟ । ଶାନ୍ତି, ମୈତ୍ରୀ ଓ ଭାଇଚାରା ବି ବଜାୟ ରହିଥିଲା । ନବୀନଙ୍କ ଜୀବନବ୍ୟାପୀ ସାଧନା ସମସ୍ତଙ୍କ ପାଇଁ ପ୍ରେରଣା । ତାଙ୍କ ସେବା ନୀତି ଓ ଓଡ଼ିଶା ପ୍ରତି ଅବଦାନ ରାଜ୍ୟବାସୀଙ୍କ ମନରେ ଲିପିବଦ୍ଧ । ଏବେ ବି ନବୀନଙ୍କ ଲୋକପ୍ରିୟତା ଅତୁଟ । ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇ ଜନସେବାକୁ ମୂଳମନ୍ତ୍ର କରି ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିଛି । ଅନ୍ୟପଟେ ନୂଆ ଭାଜପା ସରକାର ପ୍ରତି ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଓଡ଼ିଶା ରାଜନୀତିରେ ଯଦି ଏହି ଧାରା ବଜାୟ ରହିବ ତେବେ ବିଜେଡି ଆଗକୁ ଆହୁରି ଶକ୍ତିଶାଳୀ ହେବ । ରାଜନୈତିକ ସମୀକ୍ଷକମାନେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ଓ ଦୃଢ ନେତୃତ୍ୱ ବିଜେଡିର ପୁଞ୍ଜି ବୋଲି କହିଛନ୍ତି । ଶାସନରେ ଥିବାବେଳେ ନବୀନ ଯେମିତି ଲୋକଙ୍କ ସେବା କରୁଥିଲେ ବିରୋଧୀ ଆସନରେ ଥାଇ ବି ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତି କଥା ଚିନ୍ତା କରୁଛନ୍ତି । ଯାହାକି ବିଜେଡିକୁ ଅଧିକ ଲୋକପ୍ରିୟ କରିବାରେ ସହାୟକ ସାଜିଛି ବୋଲି କହିଥିଲେ । 

ଏହି ଶିବିରରେ ବିଜେଡି ରାଜ୍ୟ ସଂପାଦକ ମିଟୁୁ ଦାଶ, କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି , ବିଜେଡି ଜିଲା ସଭାପତି ଧିରେନ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ୧୭ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରଞନ ବିଶ୍ୱାଳ, ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ହିରଣ୍ୟ ପଣ୍ଡା,ବିପୁଲ ପାଢୀ, ନଗର ଯୁବ ବିଜେଡି ସଭାପତି ଅଶୋକ ଧଳ ପ୍ରମୁଖ ଯୋଗ ଦେଇ ଓଡିଶାର ବିକାଶର ନୂଆ ଶତାବ୍ଦୀର ନବୀନ ହେଉଛନ୍ତି ସ୍ତପତି । ବିଜେଡି ଏବେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଭାରତ ବର୍ଷରେ ବିଜେଡି ଏକ ଦଳ ଯାହାର ସାମାଜିକ ପ୍ରତିବଦ୍ଧତା ରହିଛି । ଜୀବନ ବନ୍ଧୁ କାର୍ଯକ୍ରମ ଜାରୀ ରଖିଛି । ଏହା ଏକ ଅଭିଯାନରେ ପରିଣତ ହୋଇଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ରକ୍ତଦାନ ଶିବିରରେ ବହୁ ସ୍ୱେଚ୍ଛାସେବୀ, ଯୁବବର୍ଗ ଯୋଗଦେଇ ରକ୍ତ ଦାନ କରିଥିଲେ । ଏଥିରେ ମୋଟ ୮୨ ୟୁନିଟର ରକ୍ତ ସଂଗ୍ରହ କରାଯାଇଛି। ବିଜୁ ଜନତା ଦଳର ଏହି ରକ୍ତ ଦାନ ଶିବିରରେ ରକ୍ତ ଦାନ କରିଥିବା ବ୍ୟକ୍ତିମାନେ ନବୀନ ପଟ୍ଟନାୟକଙ୍କର ଦୀର୍ଘାୟୁ କାମନା କରିବା ସହ ଏହି ଅଭିଯାନରେ ସାମିଲ ହେବା ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଦେଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସାଧାରଣ ସମ୍ପାଦକ ଶ୍ରୀକାନ୍ତ ରାଉତ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ ସାହୁ, ଛାତ୍ର ବିଜେଡି ସଭାପତି ଦେବାଶିଷ ନାୟକ,କାଉନସିଲର ପ୍ରଶାନ୍ତ ବାରିକ, ମୃତ୍ୟୁଞ୍ଜୟ ପାଢ଼ୀ, ଲଷ୍ମୀପ୍ରିୟା ସାହୁ,ସରପଞ୍ଚ ସଂଘ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ଷଢଙ୍ଗୀ, ସରପଞ୍ଚ ସନ୍ତୋଷ ସେଠୀ, ବୁଦ୍ଧିରାମ ବେହେରା, ରଂଜିତା ସାହୁ,ବନୋଜ ସେଠୀ, ପ୍ରିୟବ୍ରତ ଓଝା, ବସନ୍ତ ନାଥ,ପୂର୍ବତନ ସରପଞ୍ଚ ବିଜୟ ରାଉତ, କଳାକାର ପ୍ରଧାନ, ସମିତିସଭ୍ୟ ଅଭୟ ସ୍ୱାଇଁ, ସୁମିତ୍ରା ସାହୁ, ଶଶାଙ୍କ ବିଶ୍ୱାଳ, ନିରଞ୍ଜନ ବାରିକ, ସୁରେଶ ଜେନା, ମାନସ ମଲିକ,ଦିଗାମ୍ବର ମିଶ୍ର,ଉତ୍ତମ ଖୁଣ୍ଟିଆ,ସର୍ବେଶ୍ୱର ମହାନ୍ତି,ଅମୂଲ୍ୟ ପ୍ରଧାନ,ନିରାକାର ସାହୁ ନୟନ ଗିରି, ଯୁବନେତା ସଂଗ୍ରାମ ସ୍ୱାଇଁ, ଶଶିକାନ୍ତ ପଣ୍ଡା, ଅଭିରାମ ସ୍ୱାଇଁ,ପ୍ରେମାନନ୍ଦ ସେଠୀ, ଖୋକନ ବିଶ୍ୱାଳ, ନଟବର ସେଠୀ, ହରିହର ସାହୁ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମକର୍ତ୍ତା ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ  କରିଥିଲେ । ଏହି ରକ୍ତଦାନ ଶିବିରରେ ସମସ୍ତ ରକ୍ତ ଦାତା ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ରକ୍ତଦାନ ଶିବିରକୁ ଯୁବନେତା ଅଶୋକ ଧଳ, ବାବନ ସାହୁ, ଅଭିରାମ ସ୍ୱାଇଁ,ଦେବାଶିଷ ନାୟକ,ତାପସ ପ୍ରଧାନ, ସ୍ମୃତି ରଞ୍ଜନ ପାଢ଼ୀ, ସଂଗ୍ରାମ ସ୍ୱାଇଁ,ବାପି ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

 

 

 


Next Post

ଚେତନା ସମାଜ ପକ୍ଷରୁ କୁମାରୋତ୍ସବ

Wed Oct 16 , 2024
କେନ୍ଦ୍ରାପଡ଼ା, ୧୬ା୧୦: ସଂସ୍କୃତି ଗୋଟିଏ ଜାତିର ଆତ୍ମା ପରି। ଆତ୍ମାହୀନ ଶରୀର ଯେପରି ପ୍ରାଣ ସ୍ପନ୍ଦନ ହୀନ ହୋଇ ପଡି ରହେ, ସଂସ୍କୃତି ହୀନ ଜାତିଟିଏ ସେହିପରି ବେଶୀକାଳ ବଞ୍ଚି ରହିପାରେ ନାହିଁ। ଇଂରେଜ ଶାସକ ତଥା ପଡୋଶୀମାନଙ୍କ ଶତ ଚକ୍ରାନ୍ତ ସତ୍ତ୍ୱେ ଆଜି ଓଡିଆ ଯଦି ଏକ ଜାତି ରୂପେ ତିଷ୍ଠି ରହିଛି, ତାହା କେବଳ ତାର ଉଚ୍ଚ ସାଂସ୍କୃତିକ ବିଭବ ପାଇଁ ହିଁ ସମ୍ଭବ ହୋଇଛି। ଆମ […]

You May Like