
ପଟାମୁଣ୍ଡାଇ ୧୬.୧୦- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ସଭା ଗୃହ ପରିସରରେ ପୁରାତନ ଛାତ୍ର ସଂସଦର ଉପସଭାପତି ଶିକ୍ଷକ ନେତା ବିଜୟ କୁମାର ସାହୁଙ୍କ ସଭାପତିତ୍ୱ ଏକ କାର୍ଯ୍ୟକାରୀ କମିଟି ସଭା ଅନୁଷ୍ଠିତ ହୋଇଯାଇଛିା ଏହି ସଭାରେ ସଂସଦର ୧୪ତମ ବାର୍ଷିକ ଉତ୍ସବ ୨୦୨୪ ର ଆୟ ବ୍ୟୟ ସମୀକ୍ଷା କରାଯିବା ସହିତ ଏକ କମିଟି ଗଠନ କରାଯାଇ ଦାୟୀତ୍ୱ ହସ୍ତାନ୍ତର କରାଯାଇଥିଲା । ଉକ୍ତ ସଭାରେ ସମ୍ପାଦକ କଣ୍ଡୁରି ଚରଣ ସ୍ୱାଇଁ ପୂର୍ବ ଅଧିବେଶନର ବିବରଣୀ ଉପସ୍ଥାପନ କରିଥିବା ବେଳେ କୋଷାଧ୍ୟକ୍ଷ ଗୋପୀନାଥ ତ୍ରିପାଠୀ ବାର୍ଷିକ ଉତ୍ସବର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ପୂବ୭ତନ ଅଧ୍ୟକ୍ଷ ପ୍ରଫେସର ଅନିରୁଦ୍ଧ ରାଉଳ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. କେଳୁ ଚରଣ ସ୍ୱାଇଁ, ପୁର୍ବତନଅଧ୍ୟକ୍ଷ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ଦେବବ୍ରତ ପ୍ରଧାନ, ସମାଜସେବୀ ନୃସିଂହ ପ୍ରସାଦ ଚୈ।ଧୁରୀ, ଶଚିନନ୍ଦନ ଦାସ, କାଉନସିଲର ଗୋପୀବହ୍ଲବ ନାୟକ, ଇଂ ତପନ କୁମାର ପାତ୍ର, ଉପସଭାପତି ରାଜେନ୍ଦ୍ର ଦାଶ, ସଞ୍ଜୟ ବର୍ମା, ଅଇନଜୀବୀ ପ୍ରମୋଦ ସାହୁ, ବ୍ରଜ କିଶୋର ପଣ୍ଡା, କୁମାରେଶ ନାୟକ, ଯୋଗେଶ କୁମାର ବେହେରା, ନଟବର ସେଠୀ, ବ୍ରଜସୁନ୍ଦର ସାହୁ, ଭୂପତୀ ପ୍ରସାଦ ନାୟକ, ଶିକ୍ଷକ ପ୍ରତିନିଧି ଅଶୋକ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ବିଦ୍ୟାଳୟର ବୈାଦ୍ଧିକ ଓ ଅଣ ବୈାଦ୍ଧିକ ଶିକ୍ଷା ଓ ଭିତିଭୂମିର ଉନ୍ନତି ପାଇଁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ର୍ରତି ଦେଇଥିଲେ । ଶେଷରେ ବରିଷ୍ଠ ଛାତ୍ର ଗୋପୀ ବହ୍ଲବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।











