କର୍କଟ ପିଡିତାଙ୍କୁ ସହଯୋଗର ହାତ ବଢାଇଲା ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ



କେନ୍ଦ୍ରାପଡ଼ା, ୧୮ା୧୦: ଜଣେ କର୍କଟ ପିଡିତା ମହିଳାଙ୍କୁ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଆର୍ଥିକ ସହଯୋଗର ହାତ ବଢାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ କର୍କଟ ପିଡିତାଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ତୁରନ୍ତ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସଂଯୋଜକ ପ୍ରଦୀପ କୁମାର ମହାନ୍ତିଙ୍କୁ ପରାମର୍ଶ ଦେଇଥିଲେ। ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି କର୍କଟ ପିଡିତା ପାଟକୁରା ବସ୍ତିର ଆନସାରୀ ବିବିଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ସହାୟତା ପ୍ରଦାନ ସମୟରେ ସମାଜସେବୀ ରସିଦ୍ ଖାନ୍‌, ପଣ୍ଡିତ ପ୍ରତାପ ପତି ଓ ପିଡିତାଙ୍କ ସ୍ୱାମୀ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି ସମାଜର ବଦାନ୍ୟ ବ୍ୟକ୍ତିମାନଙ୍କୁ ପିଡିତାଙ୍କୁ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି।


Next Post

ଏମ ଏନ ହାଇସ୍କୁଲରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆଲୋଚନାଚକ୍ର

Fri Oct 18 , 2024
ପଟ୍ଟାମୁଣ୍ଡାଇ ୧୮/୧୦-କେନ୍ଦ୍ରାପଡ଼ା ଜିଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ଦର୍ଶନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୂର୍ଯ୍ୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି କବି ନିରୁପମା ଦାସ, ଗାନ୍ଧୀ ପ୍ରତିଷ୍ଠାନ ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉତ ମୁଖ୍ୟବକ୍ତା ଓ ଉପସଭାପତି ରବୀନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅହିଂସା, ଶାନ୍ତି ପ୍ରତିଷ୍ଠା ଓ ଗାନ୍ଧୀବାଦ ଉପରେ ଆଲୋଚନା […]

KANIKA