ଧନଦାତ୍ରୀ ଗଜଲକ୍ଷ୍ମୀ ପୂଜା ଯୋଗୁଁ ପଟ୍ଟାମୁଣ୍ଡାଇ ଉତ୍ସବମୁଖର


ପଟ୍ଟାମୁଣ୍ଡାଇ ୧୮/୧୦–ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଓ ସଂସ୍କୃତି ଓ ପରମ୍ପରାର ମୁକସାକୀ ହୋଇଥିଲେ ମଧ୍ୟ ବିଗତ କେତେବର୍ଷ ହେବ ମା ଧନଦାତ୍ରୀ ଗଜଲଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ ହୋଇଛି । ଏହି ପୂଜା ଆରମ୍ଭ ବେଳେ ହାତଗଣତି କେତୋଟି ମେଢ଼କୁ ନେଇ ଆରମ୍ଭ କରାଯାଇଥିଲା । ମାତ୍ର ଏବେ ଏହା ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାମାଂଚଳର ବିଭିନ୍ନ ଜାଗାରେ ଗଜଲଷ୍ମୀ ପୂଜାର ଭିନ୍ନ ମାହୋଲ ଦେଖିବାକୁ ମିଳିଛି । ମୋଟାମୋଟି ଭାବେ ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ଯୋଗୁଁ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳ ଉତ୍ସବ ମୁଖର ହୋଇପଡିଛି । ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରତ୍ୟେକ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଦେଖିବାକୁ ମିଳିଛି । ଭଲ ପାଗ ଥିବାରୁ ପଟ୍ଟାମୁଣ୍ଡାଇ ଅଂଚଳବାସୀ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା ‘ଙ୍କ ଆରାଧନାରେ ନିଜକୁ ସାମିଲ କରିଛନ୍ତି । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ ବଜାରରେ ୪ଟି ଗଜଲକ୍ଷ୍ମୀ ମୂର୍ତି ସ୍ଥାନ ପାଇଛିି । ବିଭିନ୍ନ ସାଜସଜ୍ଜା ସହିତ ପାରମ୍ପରିକ ରୀତିନୀତି ଅନୁଯାୟୀ ମା ଗଜଲକ୍ଷ୍ମୀଙ୍କ ପୂଜାର୍ଚନା ସମାରୋହରେ ଚାଲିଛି ।ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ଗଜଲକ୍ଷ୍ମୀ ମେଢ଼ ନିକଟରେ ଭଜନଜଣାଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଭଲ ପାଗ ଯୋଗୁଁ ଶ୍ରଦ୍ଧାଳୁମାନେ ମା ‘ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି । ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ ବିଭିନ୍ନ ମେଢ଼ ବୁଲି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାଛଡା ପ୍ରକୃତିପଲ୍ଲୀ ଶ୍ରୀରାମପୁର ପାଳପାଟଣା ଠାରେ ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ସମାରୋହରେ ଚାଲିଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପଟ୍ଟାମୁଣ୍ଡାଇ ସମେତ ପାଳପାଟଣାର ଗଜଲକ୍ଷ୍ମୀ ମେଢ଼ ପରିଦର୍ଶନ କରି ମା ‘ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଜନସାଧାରଣଙ୍କୁ ପୂଜା ଅଭିନନ୍ଦନ ଜ୍ଞାପନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading