ବିଜେଡି ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ସ୍ଥଗିତ ପାଇଁ ବୈଠକ



କେନ୍ଦ୍ରାପଡା,୨୨/୧୦: ଆଜି ଗରାପୁରସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ କେନ୍ଦ୍ରପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ନଂ ଜୋନ୍ ଓ ୮ନଂ ଜୋନର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଦଳର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ପଦଯାତ୍ରାକୁ ବର୍ତ୍ତମାନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଗଲା ଓ ବାତ୍ୟା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। ଉକ୍ତ ବୈଠକରେ ବ୍ଲକ ବିଜେଡ଼ି ସଭାପତି ଆଲୋକ ସାହୁ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ପ୍ରଦୀପ୍ତ ମହାନ୍ତି, ରଶ୍ମି ରଞ୍ଜନ ରାଉତ, ସୁମିତ୍ରା ପାଢି, ପ୍ରଦ୍ୟୁମ୍ନ ଜେନା, ଗଣେଶ ରାଉତ, ଦାମୋଦର ଜେନା, ରତିକାନ୍ତ ସାମଲ, ସଙ୍ଗମ ସାମଲ, ଅନାମ ଖଟୁଆ, ଅଭିରାମ ମହାନ୍ତି, ନରେଶ ଜେନା, ଅକ୍ଷୟ ବାରିକ, ବସନ୍ତ ରାଉତ, ସାରଦା ରାଉତ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ।


Next Post

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ଓ ମେଲଣ ଉତ୍ସବ ପାଇଁ ଜରୁରୀ ବୈଠକ

Tue Oct 22 , 2024
କେନ୍ଦ୍ରାପଡ଼ା,୨୨ା୧୦: କେନ୍ଦ୍ରାପଡା ସହରରେ ଚଳିତ ବର୍ଷ ପାଇଁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ଭଷାଣୀ ଉତ୍ସବ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରାଯିବା ନିମନ୍ତେ ସମସ୍ତ ମେଢ କମିଟିର ସଭାପତି, ସମ୍ପାଦକ ଓ ସରକାରୀ ପଦାଧିକାରୀମାନଙ୍କୁ ନେଇ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ପୈାରସଂସ୍ଥା ଟାଉନହଲ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ […]

KANIKA