ବିଜେଡି ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ସ୍ଥଗିତ ପାଇଁ ବୈଠକ



କେନ୍ଦ୍ରାପଡା,୨୨/୧୦: ଆଜି ଗରାପୁରସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ କେନ୍ଦ୍ରପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ନଂ ଜୋନ୍ ଓ ୮ନଂ ଜୋନର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଦଳର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ପଦଯାତ୍ରାକୁ ବର୍ତ୍ତମାନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଗଲା ଓ ବାତ୍ୟା ପରେ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। ଉକ୍ତ ବୈଠକରେ ବ୍ଲକ ବିଜେଡ଼ି ସଭାପତି ଆଲୋକ ସାହୁ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ପ୍ରଦୀପ୍ତ ମହାନ୍ତି, ରଶ୍ମି ରଞ୍ଜନ ରାଉତ, ସୁମିତ୍ରା ପାଢି, ପ୍ରଦ୍ୟୁମ୍ନ ଜେନା, ଗଣେଶ ରାଉତ, ଦାମୋଦର ଜେନା, ରତିକାନ୍ତ ସାମଲ, ସଙ୍ଗମ ସାମଲ, ଅନାମ ଖଟୁଆ, ଅଭିରାମ ମହାନ୍ତି, ନରେଶ ଜେନା, ଅକ୍ଷୟ ବାରିକ, ବସନ୍ତ ରାଉତ, ସାରଦା ରାଉତ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading