
କେନ୍ଦ୍ରାପଡା ୨୩ା୧୦- ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୧୦ କ୍ରମରେ ରହି ସଫଳତା ଅର୍ଜ୍ଜୁନ କରିଥିବା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଦଧିପୁର ଗ୍ରାମର ଅବିନାଶ ରାଉତରାୟଙ୍କୁ ମହାକାଳପଡ଼ା ବିକାଶ ମଞ୍ଚ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଶିକ୍ଷକ ଅପୂର୍ବ କୁମାର ରାଉତଙ୍କ ଆଦରଣୀୟ ସନ୍ତାନ ଅବିନାଶ ଇତି ପୂର୍ବରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦର କନିଷ୍ଠ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଥିଲେ। ଓଏଏସ ପରୀକ୍ଷାରେ କୃତୀତ୍ୱ ଅର୍ଜ୍ଜନ କରି ଅଞ୍ଚଳ ବାସୀଙ୍କ ପାଇଁ ଗୌରବ ଆଣି ଦେଇଥିବା ଅବିନାଶଙ୍କୁ ମହାକାଳପଡ଼ା ବିକାଶ ମଞ୍ଚର ସଭାପତି ତଥା ବିଶିଷ୍ଟ ପରଗବେଶବିତ୍ କାଶୀନାଥ ରାଉତରାୟ, ସମ୍ପାଦକ ଭାଗିରଥି ନନ୍ଦ, ଉପଦେଷ୍ଟା ଶିକ୍ଷକ ନେତା ପ୍ରଣବ ଜେନା, ଆଶୁକବି ହେମନ୍ତ ଜେନା, ମଞ୍ଚର ସଦସ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ନିକୁ ମହାପାତ୍ର, ରୁଦ୍ର ନାରାୟଣ ସାହୁ, ପବିତ୍ର ମାଈତି, ମଧୁସ୍ମିତା ରାଉତରାୟଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ସଫଳତାରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।











