ବାତ୍ୟା ‘ଦାନା’ ପ୍ରଭାବିତଙ୍କୁ ସହାୟତା ପାଇଁ ହେଲ୍ପଲାଇନ ଜାରି କଲା ବିଜେଡି


ଭୁବନେଶ୍ୱର, ୨୩ା୧୦-ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବକୁ ନେଇ ଜନମାନସରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ଦୃଢ଼ ମନୋବଳ ନେଇ ବାତ୍ୟାକୁ ମୁକାବିଲା କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାରେ ଏକ ସୁଦୃଢ଼ ବିପର‌୍ୟ୍ୟୟ ମୁକାବିଲା ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି ଓ ଏହି ବ୍ୟବସ୍ଥା ମାଧ୍ୟମରେ ସମସ୍ତଙ୍କ ମିଳିତ ଉଦ୍ୟମରେ ରାଜ୍ୟରେ ଆସିଥିବା ଅନେକ ବାତ୍ୟାର ସଫଳ ମୁକାବିଲା କରିବାରେ ସକ୍ଷମ ହୋଇଛେ। ତେଣୁ ଭୟ ନକରି ସଜାଗ ରହି ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନବୀନ ଜନ ସାଧାରଣକୁ ଆହ୍ୱାନ ଦେଇଛନ୍ତି। ବାତ୍ୟା ମୁକାବିଲାରେ ପ୍ରଶାସନକୁ ସହଯୋଗ କରିବା ପାଇଁ ନବୀନ ଅନୁରୋଧ କରିଛନ୍ତି ।

ବିଜେଡ଼ିର ୨୪ ଘଂଟିଆ ହେଲ୍ପଲାଇନ ନଂ ଜାରି୯୯୩୭୦୫୨୫୭୮/୮୯୮୫୩୦୩୫୩୪


Discover more from

Subscribe now to keep reading and get access to the full archive.

Continue reading