ବାତ୍ୟା ଦାନା କାର୍ଯ୍ୟରତ ସମୟରେ ସର୍ପାଘାତରେ ଡାକ୍ତର ଆହତ



କେନ୍ଦ୍ରାପଡା,୨୫ା୧୦: ଗତ ଗୁରୁବାର ଦିନ ଦାନା ବାତ୍ୟା ସମୟରେ କାର୍ଯ୍ୟରତ ଥିବା ଭୁବନେଶ୍ୱରର ଜଣେ ଡାକ୍ତରଙ୍କୁ ସାପ କାମୁଡିବାରୁ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ ଭୁବନେଶ୍ୱର ୪ନମ୍ବର ୟୁନିଟ୍ ଚିକିତ୍ସାଳୟର ମେଡିକାଲ ଅଫିସର ଡାକ୍ତର ବବୁଲ ମହାନ୍ତି ବାତ୍ୟା ଦାନା ପାଇଁ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଡେପୁଟେସନରେ ମହାକାଳପଡା ବାବର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ବାତ୍ୟା ସମୟରେ ଚିକିତ୍ସା ପାଇଁ ଗ୍ରାମରେ ପାଣି ଭିତରେ ପଶି ଯାଉଥିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡିବାରୁ ଡାକ୍ତର ମହାନ୍ତି ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କୁ ୧୦ଟି ଆଣ୍ଟିଭେନସ(ଏଏସଭି) ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯିବାର ସୂଚନା ଦେଇଛନ୍ତି ଜିଲ୍ଲା ଚିକିତ୍ସାଳୟର କାର୍ଯ୍ୟରତ ଅଧିକାରୀ(ସୁପରିଟେଣ୍ଡେଣ୍ଟ) ତଥା ଓମସାର ରାଜ୍ୟ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।


Next Post

ଦାନା ବାତ୍ୟା ଅବହେଳା ଅଭିଯୋଗ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଳମ୍ବିତ, ଦୁଇଜଣଙ୍କୁ କାରଣ ଦର୍ଶାଅ ନୋଟିସ

Fri Oct 25 , 2024
କେନ୍ଦ୍ରାପଡା,୨୫ା୧୦: ଦାନା ବାତ୍ୟା ପରିଚାଳନା ଓ ରିଲିଫ୍ ସହାୟତା ଅବହେଳା ଅଭିଯୋଗରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଦୁଇଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗରଦପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ଜସ୍ମିନ ସୋରେନ୍ ଏବଂ ଆଳି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଞ୍ଜୟ ପ୍ରଧାନଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ଶ୍ରୀ ସୋରେନଙ୍କୁ ମାର୍ଶାଘାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ଶ୍ରୀ ପ୍ରଧାନଙ୍କୁ ରାଜକନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପସ୍ଥିତ ରହିବା […]

KANIKA