ପଟ୍ଟାମୁଣ୍ଡାଇ୨୬ା୧୦ -କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୈାରାଂଚଳରେ ବାତ୍ୟା ‘ଦାନା’ଜନିତ ଘର ଭଙ୍ଗା ତଦନ୍ତ ତହସିଲ କର୍ମଚାରୀଙ୍କ ଦ୍ୱାରା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ପଟ୍ଟାମୁଣ୍ଡାଇ ତହସିଲ ପକ୍ଷରୁ ଏଭଳି ତଦନ୍ତ ଶନିବାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ତହସିଲର କର୍ମଚାରୀମାନେ ପୈାରାଂଚଳର ଘରକୁ ଘର ବୁଲି ବାତ୍ୟାରେ ଘର ଭାଙ୍ଗିଛି କି ନାହିଁ ସେ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।

କେନ୍ଦ୍ରାପଡା,୨୬ା୧୦: ବାତ୍ୟା ‘ଦାନା’ ସମୟରେ କେନ୍ଦ୍ରାପଡା ବ୍ଲକ, କେନ୍ଦ୍ରାପଡା ପୌରାଞ୍ଚଳ ଓ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଞ୍ଚାୟତର ଆଶ୍ରୟସ୍ଥଳୀମାନଙ୍କରେ ବିଧାୟକ ଗଣେଶ୍ୱର ବେହେରା ୨ଦିନ ଧରି ପରିଦର୍ଶନରେ ଯାଇଥିଲେ । ଏଥିସହିତ କେନ୍ଦ୍ରାପଡା ବ୍ଲକ ବି.ଡି.ଓ ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ବି.ଡି.ଓଙ୍କ ସହିତ ମିଶି ବାତ୍ୟା ପିଡିତ ଲୋକମାନେ କିପରି ସରକାରୀ ରିଲିଫ୍ ଓ ସାହାର୍ଯ୍ୟ ପାଇବେ ସେଥିପ୍ରତି ତଦାରଖ କରିଥିଲେ । ବାତ୍ୟାସ୍ଥଳୀ ପରିଦର୍ଶନ ସମୟରେ ସେ ଲୋକମାନଙ୍କ […]

କେନ୍ଦ୍ରାପଡା,୨୬ା୧୦: ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକ ପ୍ରତିକ୍ରିୟା ଦେଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାରେ ସାମୁଦ୍ରିକ ଝଡ ‘ଦାନା’ର ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ଜିଲ୍ଲାର ବିରୋଧି ଦଳର ସମସ୍ତ ୬ଜଣ ବିଧାୟକଙ୍କୁ ଉପେକ୍ଷା କରିବା ଦୁର୍ଭାଗ୍ୟଜନକ । କେବଳ ଶାସକ ଦଳର ପ୍ରତିନିଧି ଓ କର୍ମକର୍ତ୍ତାମାନଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବା ଘୋର […]

କେନ୍ଦ୍ରାପଡ଼ା,୨୬ା୧୦: ବାତ୍ୟା ‘ଦାନା’ର ପ୍ରଭାବ ହ୍ରାସ ପାଇବା ପରେ ଯୋଗାଯୋଗକୁ ସୁଗମ କରିବା ନିମନ୍ତେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ସହିତ ମିଶି ରାସ୍ତା କରିଛନ୍ତି କେନ୍ଦ୍ରାପଡା ପୋଲିସ। ରାସ୍ତା ଉପରେ ବାତ୍ୟା ପବନରେ ଗଛ ଉପୁଡି ବା ଭାଙ୍ଗି ପଡି ରାସ୍ତାରେ ଗମନାଗମନ ବନ୍ଦ ହୋଇଯାଇଥିବା ବେଳେ ଜମ୍ବୁ,ରାଜକନିକା, ଆଳି, ରାଜନଗର ଓ ତାଳଚୂଆ ପ୍ରଭୃତି ଅଞ୍ଚଳରେ କେନ୍ଦ୍ରାପଡା ପୋଲିସ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଦଳ ସହିତ ମିଶି ରାସ୍ତା […]

କେନ୍ଦ୍ରାପଡ଼ା,୨୬ା୧୦: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଚେସ ସଚେତନତା ଓ ପ୍ରଶିକ୍ଷଣ ଶିବିର ଶନିବାର ଉଦ୍‌ଘାଟିିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଓଡିଶାର ସର୍ବକନିଷ୍ଠ ଆନ୍ତର୍ଜାତୀୟ ଚେସ ମାଷ୍ଟର ରାକେଶ ଜେନା, ଜାତୀୟ ପ୍ରଶିକ୍ଷକ ଏସ. ସତ୍ୟକାମ, ଆନ୍ତର୍ଜାତୀୟ ଆରବିଟର ତଥା ଜିଲ୍ଲା […]