ଜିଲ୍ଲା ବୋଇତବନ୍ଦାଣ ସମିତିର ଜିଲ୍ଲା ସ୍ତରୀୟ ପ୍ରତିଯୋଗୀ ସମାବେଶ



କେନ୍ଦ୍ରାପଡ଼ା, ୨୭ା୧୦: ରାଜ୍ୟର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୬ତମ ବୋଇତ ବନ୍ଦାଣ ଉତ୍ସବର ଅବ୍ୟବହିତ ପୂର୍ବରୁ ରବିବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବିଭାଗରେ ୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ, ଝୋଟି(ମୁରୁଜ), ମେହେନ୍ଦୀ ଓ ନୃତ୍ୟ ପ୍ରଭୃତି ବିଭାଗରେ ଅଂଶଗ୍ରହଣ କରିଥିଲେ। ଏଥିରେ ବିଚାରକ ଭାବରେ ଇନ୍ଦ୍ରମଣୀ ପଣ୍ଡା,ଶରତ ଚନ୍ଦ୍ର ମଲ୍ଲିକ, ଋତୁପର୍ଣ୍ଣା କର, କାକୁଲି ମଲ୍ଲିକ, ବୈଷ୍ଣବ ଚରଣ ପ୍ରଧାନ, ଅବନ୍ତୀ ବେହେରା, ଜୟଶ୍ରୀ ଦାସ, ଲିପ୍‌ସା ଦାସ, ପ୍ରିୟଙ୍କା ମଲ୍ଲିକ, ରୋଜାଲିନ୍ ବେଉରା, ଜ୍ୟୋତିର୍ମୟୀ ମହାନ୍ତି, ପ୍ରଭାତୀ ଧଳ, ଭଞ୍ଜ କିଶୋର ମହାରଣା ଓ ରଣଧୀର ଜେନା ପ୍ରମୁଖ ଯୋଗଦେଇଥିଲେ। ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ଉମାଶଙ୍କର ଜେନା, ପ୍ରଫୁଲ୍ଲ ଦାସ, ରବିନାରାୟଣ ମହାନ୍ତି, ସରୋଜ ସାହୁ, ରାଜେନ୍ଦ୍ର ମହାପାତ୍ର, ଗୋଲେଖ ପଢିଆରୀ, ମୀନତୀ ପ୍ରଭା ସ୍ୱାଇଁ, କମଳାକାନ୍ତ ବେହେରା,ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଲକ୍ଷ୍ମୀକାନ୍ତ ନାୟକ, କୃପାସିନ୍ଧୁ ମଲ୍ଲିକ, ରଜନୀକାନ୍ତ ସ୍ୱାଇଁ, ଦୀନେଶ ବେହେରା, ଲୋହିତ ମହାନ୍ତି, ଗାୟତ୍ରୀ ମହାନ୍ତି, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ସଞ୍ଜୟ ରାଉତ ପ୍ରମୁଖ ସଦସ୍ୟ/ସଦସ୍ୟାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ରଞ୍ଜନ ସାହୁଙ୍କ ସମେତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ସମିତିର ସ୍ଥାୟୀ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୫ତାରିଖରେ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ ଟାଉନହଲ ପରିସରରେ ସକାଳ ୧୦ଟାରେ ଅନୁଷ୍ଠିତ ହେବା ସହିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଏଥିସହିତ ସକାଳ ୮ଟାରେ ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ବୋଇତ ବନ୍ଦାଣ ଅନୁଷ୍ଠିତ ହେବ।


Discover more from

Subscribe now to keep reading and get access to the full archive.

Continue reading