ପଟ୍ଟାମୁଣ୍ଡାଇ ୨୭/୧୦ – ସାମୁଦ୍ରିକ ଝଡ଼ ‘ଦାନା’ ଯୋଗୁଁ କେନ୍ଦ୍ରାପଡା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା ଆକଳନ ପରେ ଜଣାପଡ଼ିବ। ରବିବାର ଅପରାହ୍ଣରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅଧିନ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର, ଡିହାପଡା, ବାଲିପାଟଣା, ବଡ଼ମୂଳ୍ୱସନ୍ତ ଓ ନିଳକଣ୍ଠପୁର ଆଦି ପଂଚାୟତ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସେ ଲୋକମାନଙ୍କ ସହିତ ମିଶି ତାଙ୍କର ଭଲମନ୍ଦ କଥା ପଚାରି ବୁଝିଥିଲେ । ବାତ୍ୟାରେ ଯେଉଁ ଲୋକମାନଙ୍କର ଘର ଭାଙ୍ଗିଛି ତାଙ୍କୁ ଘର ଯୋଗାଇ ଦେବା ପାଇଁ ଓ ବର୍ଷାରେ କ୍ଷତି ହେଇଥିବା ବିଭିନ୍ନ ପ୍ରକାର ଚାଷକୁ ଆକଳନ କରି କ୍ଷତି ପୂରଣ ଦେବାକୁ ସେ ସରକାରଙ୍କ ପାଖରେ ଦାବି ଜଣାଇବେ ବୋଲି ପ୍ରତିଶୃତି ଦେଇଥିଲେ । ପରେ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ବାତ୍ୟା ପିଡିତ ଲୋକମାନେ କିପରି ସରକାରୀ ରିଲିଫ୍ ଓ ସାହାର୍ଯ୍ୟ ପାଇବେ ସେଥିପ୍ରତି ଧ୍ୟନ ଦେବାକୁ କହିଥିଲେ ।