ନାୟାରା ଫିଲିଙ୍ଗ ଷ୍ଟେସନ ଉଦଘାଟିତ


ପଟ୍ଟାମୁଣ୍ଡାଇ ତା ୨୮/୧୦-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ ଠାରେ ନବ ନିର୍ମିତ ନାୟାରା ଫିଲିଙ୍ଗ ଷ୍ଟେସନ ଉଦଘାଟିତ ହୋଇଯାଇଛି ।  ଏହି ଉପଲକ୍ଷେ ଏ ବି ଗ୍ରୁପ ଅଧ୍ୟକ୍ଷ ଆଦେଶ କୁମାର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଯଥାକ୍ରମେ ମୁଖ୍ୟଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନିତଅତିଥି ଭାବେ ଯୋଗ ଦେଇ ନାୟାରା ଫିଲିଙ୍ଗ ଷ୍ଟେସନ ଉଦଘାଟନ କରିବା ସହିତ ସାମ୍ପ୍ରତିକ ସମୟରେ ତୈଳର ଅପମିଶ୍ରଣ ଯୋଗୁଁ ବିଭିନ୍ନ ଯାନ ବାହାନ ଇଞ୍ଜିନ ଖୁବ ଶୀଘ୍ର ଖରାପ ହୋଇ ଯାଉଛି । ଏଇ ପରିପ୍ରେକ୍ଷୀରେ ନୂତନ ଭାବେ ଉଦଘାଟିତ ନାୟାରା ଫିଲିଙ୍ଗ ଷ୍ଟେସନ ଉଚ୍ଚମାନର ପେଟ୍ରୋଲ ଡିଜେଲ ବିତରଣ କରି ଗ୍ରାହକ ମାନଙ୍କ ଆସ୍ଥା ଭାଜନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ।  ଏହି  ଅବସରରେ ନିଜ ଗାଡିରେ ତେଲ ପକାଇଥିବା ଭାଗ୍ୟବାନ ଗ୍ରାହକ ଚୟନ ପାଇଁ ଲଟେରୀ କୁପନ ବଣ୍ଟନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମକୁ ତ୍ରିଲୋଚନ ମହାକୁଳ,ଆଦେଶ ବେହେରା, ଅମରେଶ ବେହେରା, ଅମ୍ଲାନ ବେହେରା,ସୁକାନ୍ତ ସାହୁ ଓ ଅଭୟ ସିଂ ପରିଚାଳନା କରିଥିଲେ । 


Next Post

ହାଇୱା ଗାଡରୁି ବ୍ୟାଟେରୀ ଚୋରୀ, ଥାନାରେ ଏତଲା

Mon Oct 28 , 2024
ପଟ୍ଟାମୁଣ୍ଡାଇ ୨୮/୧୦-ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଷଣଅଂଟା ଗ୍ରାମରୁ ୪ଟି ହାଇୱା ଟ୍ରକର ୮ଟି ବ୍ୟାଟେରୀ ଚୋରୀ ହୋଇଯାଇଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆଯାଇଛି । ପ୍ରକାଶ ଯେ ଗତ ୨୫ ତାରିଖ ଝଡ଼ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ପବନ ବହିବା ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଘନ ଅନ୍ଧକାର ସୁଯୋଗ ନେଇ କିଛି ଦୁବୃର୍ତ ଲଲାଟେନ୍ଦୁ ସ୍ୱାଇଁଙ୍କ ହାଇୱା ଟ୍ରକରୁ ୨ଟି […]

You May Like