
ପଟ୍ଟାମୁଣ୍ଡାଇ ତା ୨୮/୧୦-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ ଠାରେ ନବ ନିର୍ମିତ ନାୟାରା ଫିଲିଙ୍ଗ ଷ୍ଟେସନ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଏ ବି ଗ୍ରୁପ ଅଧ୍ୟକ୍ଷ ଆଦେଶ କୁମାର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଯଥାକ୍ରମେ ମୁଖ୍ୟଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନିତଅତିଥି ଭାବେ ଯୋଗ ଦେଇ ନାୟାରା ଫିଲିଙ୍ଗ ଷ୍ଟେସନ ଉଦଘାଟନ କରିବା ସହିତ ସାମ୍ପ୍ରତିକ ସମୟରେ ତୈଳର ଅପମିଶ୍ରଣ ଯୋଗୁଁ ବିଭିନ୍ନ ଯାନ ବାହାନ ଇଞ୍ଜିନ ଖୁବ ଶୀଘ୍ର ଖରାପ ହୋଇ ଯାଉଛି । ଏଇ ପରିପ୍ରେକ୍ଷୀରେ ନୂତନ ଭାବେ ଉଦଘାଟିତ ନାୟାରା ଫିଲିଙ୍ଗ ଷ୍ଟେସନ ଉଚ୍ଚମାନର ପେଟ୍ରୋଲ ଡିଜେଲ ବିତରଣ କରି ଗ୍ରାହକ ମାନଙ୍କ ଆସ୍ଥା ଭାଜନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ନିଜ ଗାଡିରେ ତେଲ ପକାଇଥିବା ଭାଗ୍ୟବାନ ଗ୍ରାହକ ଚୟନ ପାଇଁ ଲଟେରୀ କୁପନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ତ୍ରିଲୋଚନ ମହାକୁଳ,ଆଦେଶ ବେହେରା, ଅମରେଶ ବେହେରା, ଅମ୍ଲାନ ବେହେରା,ସୁକାନ୍ତ ସାହୁ ଓ ଅଭୟ ସିଂ ପରିଚାଳନା କରିଥିଲେ ।











