ଡାମରପୁର ଘାଟ ନିକଟରୁ ମୃତ କୁମ୍ଭୀର ଉଦ୍ଧାର



ପଟ୍ଟାମୁଣ୍ଡାଇ ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ପଂଚାୟତ ଡାମରପୁର ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଏକ ମୃତ କୁମ୍ଭୀର ଠାବ କରାଯାଇଛି । ଏହି କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ପ୍ରକାଶ ଯେ ଡାମରପୁର ଘାଟ ନିକଟରେ ଆଜି ସକାଳେ ୮ଫୁଟ ଲମ୍ବର ଏକ ମୃତ ବଉଳା କୁମ୍ଭୀର ଭାସୁଥିବା ସ୍ଥାନୀୟ ଜନସାଧାରଣ ଦେଖି ରାଜନଗର ବନପାଳ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଏହି ଖବର ପାଇବା ପରେ ରେଞର ଚିତରଞନ ବେଉରା ଓ ଫରେଷ୍ଟର ବିଜୟ ପାତ୍ର ଘଟଣା ସ୍ଥଳରେ ପହଁଛି କୁମ୍ଭୀରଟିକୁ ଉଦ୍ଧାର କରି ଆଣିଥିଲେ । ଏହି କୁମ୍ଭୀରର ଓଜନ ପ୍ରାୟ ଦେଢ କ୍ୟୁଣ୍ଟାଲରୁ ଅଧିକ ହୋଇଥିବା ଅନୁମାନ କରାଯାଉଛି । ମୃତ କୁମ୍ଭୀରକୁ
ପୋଷ୍ଟମୋର୍ଟମ୍ ପାଇଁ ପଠାଯାଇଛି । ପୋଷ୍ଟମଟମ ରିପୋର୍ଟ ଆସିବା ପରେ କୁମ୍ଭୀର ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading