ଡାମରପୁର ଘାଟ ନିକଟରୁ ମୃତ କୁମ୍ଭୀର ଉଦ୍ଧାର



ପଟ୍ଟାମୁଣ୍ଡାଇ ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ପଂଚାୟତ ଡାମରପୁର ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଏକ ମୃତ କୁମ୍ଭୀର ଠାବ କରାଯାଇଛି । ଏହି କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ପ୍ରକାଶ ଯେ ଡାମରପୁର ଘାଟ ନିକଟରେ ଆଜି ସକାଳେ ୮ଫୁଟ ଲମ୍ବର ଏକ ମୃତ ବଉଳା କୁମ୍ଭୀର ଭାସୁଥିବା ସ୍ଥାନୀୟ ଜନସାଧାରଣ ଦେଖି ରାଜନଗର ବନପାଳ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଏହି ଖବର ପାଇବା ପରେ ରେଞର ଚିତରଞନ ବେଉରା ଓ ଫରେଷ୍ଟର ବିଜୟ ପାତ୍ର ଘଟଣା ସ୍ଥଳରେ ପହଁଛି କୁମ୍ଭୀରଟିକୁ ଉଦ୍ଧାର କରି ଆଣିଥିଲେ । ଏହି କୁମ୍ଭୀରର ଓଜନ ପ୍ରାୟ ଦେଢ କ୍ୟୁଣ୍ଟାଲରୁ ଅଧିକ ହୋଇଥିବା ଅନୁମାନ କରାଯାଉଛି । ମୃତ କୁମ୍ଭୀରକୁ
ପୋଷ୍ଟମୋର୍ଟମ୍ ପାଇଁ ପଠାଯାଇଛି । ପୋଷ୍ଟମଟମ ରିପୋର୍ଟ ଆସିବା ପରେ କୁମ୍ଭୀର ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ କହିଛନ୍ତି ।


Next Post

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

Wed Oct 30 , 2024
ପଟ୍ଟାମୁଣ୍ଡାଇ୩୦/୧୦ -ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ରାଜନଗର ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନରେ ଯିବାବେଳେ ପଟ୍ଟାମୁଣ୍ଡାଇ ବାଇପାସ ଛକ ଠାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା କଂଗ୍ରେସ ଓବିସି ସେଲ ପ୍ରାକ୍ତନ ଅଧକ୍ଷ ମଳୟ ଦାସ, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାସ,ଯୁବନେତା ତପନ ପାତ୍ର, ଜିଲ୍ଲା ଦଳିତ ସେଲ ପ୍ରାକ୍ତନ ସଭାପତି ସର୍ବେଶ୍ୱର ସେଠୀ,ଅଖିଳ ଭାରତ […]

KANIKA