ନୂପୁର ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୨୧/୧୦- ପବିତ୍ର ଗଜଲଷ୍ମୀ ପୂଜାର ୫ମ ସନ୍ଧ୍ୟାରେ ସ୍ଥାନୀୟ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ମା’ ଗଜଲଷ୍ମୀ ପୂଜା କମିଟି ଆମନ୍ତ୍ରଣ କ୍ରମେ କେନ୍ଦ୍ରାପଡ଼ାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ “ନୂପୁର ଡ୍ୟାନ୍ସ ଏକାଡେମୀ’ ତରଫରୁ ଚିତ୍ତାକର୍ଷକ ମନୋରଞ୍ଜନ ସନ୍ଧ୍ୟାରେ ଓଡିଶୀ, ସମ୍ବଲପୁରୀ ନୃତ୍ୟଗୁରୁ ନିର୍ଲିପ୍ତା…

ପୋଖରୀଆପଡା ଗାଁ ପୁଅ ସୁନୀଲ ଓଏଏସ ପାଇ ପୌରାଂଚଳ ପାଇଁ ଗୌରବ ଆଣିଲେ

ପଟ୍ଟାମୁଣ୍ଡାଇ ୨୧/୧୦-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ଗାଁ ପୁଅ ସୁନୀଲ ସ୍ୱାଇଁ ଓଏଏସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପିତା ସନତ ସ୍ୱାଇଁ (ବୁଢ଼ା )ଜଣେ ବ୍ୟବସାୟୀ ହୋଇଥିବାବେଳେ ମା ସୁଷମା ସ୍ୱାଇଁ ଜଣେ ଗୃହିଣୀ…

ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,୨୧/୧୦: ଆଜି ଗରାପୁର ବିଜେଡ଼ି କାର୍ଯ୍ୟାଳୟରେ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୭ ତାରିଖରେ ୫ନଂ ଜୋନ୍‌ର ପଦଯାତ୍ରା ଧୂମାତ ଗାନ୍ଧୀପୀଠରୁ ଆରମ୍ଭ ହୋଇ…

ବଳଦେବ ହାଇସ୍କୁଲର ୧୯୭୭ବ୍ୟାଚ ଗୁରୁ ପୂଜନ

କେନ୍ଦ୍ରାପଡ଼ା, ୨୦ା୧୦: କେନ୍ଦ୍ରାପଡା ବଳଦେବ ହାଇସ୍କୁଲର ୧୯୭୭ମାଟ୍ରିକ ବ୍ୟାଚ ପକ୍ଷରୁ ଏକ ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅଙ୍ଗୁଳାଇସ୍ଥିତ ପିଏନଏସ ଯାନ୍ତ୍ରିକ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ଉତ୍ସବରେ ୪୭ବର୍ଷର ପୁରୁଣା ୩୨ଜଣ ବନ୍ଧୁ ଏକାଠି…

ଓମ୍‌ସାର ସଭାପତି ହେଲେ ଡା. କିଶୋର ମିଶ୍ର ସଞ୍ଜିତ ପୂର୍ବ ଜୋନ୍ ଯୁଗ୍ମ ସମ୍ପାଦକ, ନୃପେନ କାର୍ଯ୍ୟକାରୀ କମିଟି ସଦସ୍ୟ

କେନ୍ଦ୍ରାପଡ଼ା, ୨୦ା୧୦: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ର ଓମ୍‌ସାର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସଭାପତି ପଦ ପାଇଁ ମୋଟ୍ ତିନିଜଣ ପ୍ରତିଦ୍ୱନ୍ଦିତା କରୁଥିଲେ । ଡା.…

ନରସିଂହପୁରରେ ମହା ଆଡ଼ମ୍ବରରେ ଚାଲିଛି ମାଆ ଗଜଲକ୍ଷ୍ମୀ ପୂଜା

ପଟ୍ଟାମୁଣ୍ଡାଇ ୨୦/୧୦ -ପଟ୍ଟାମୁଣ୍ଡାଇ ବ୍ଲକର ନରସିଂହପୁର ଠାରେ ବହୁ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ନରସିଂହପୁର ଗଜଲକ୍ଷ୍ମ ପୂଜା କମିଟି ଆନୁକୂଲ୍ୟରେ ଦୀର୍ଘ ବର୍ଷ ହେବ ସେଠାରେ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହୋଇଆସୁଛି ।ସୁନ୍ଦର ଆଲୋକ…

ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗ ସଫଳତା

ପଟ୍ଟାମୁଣ୍ଡାଇ ୨୦/୧୦  ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ +୩ ଗଣିତ ଶେଷ ବର୍ଷ ପରୀକ୍ଷା ଫଳ ମେଧା ତାଲିକାରେ ଥିବା ପ୍ରଥମ ୧୦ଜଣଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ କଲେଜର ସୁନିତା କର ୫ମ ସ୍ଥାନ ଅଧିକାର କରି ପଟ୍ଟାମୁଣ୍ଡାଇ କଲେଜ ଗୌରବ ବୃଦ୍ଧି…

ପଟ୍ଟାମୁଣ୍ଡାଇ ପାଇଁ ଆଣିଲେ ଗୌରବ: ଓଏଏସ ପରୀକ୍ଷାରେ ସନ୍ଦୀପ , ସୌମ୍ୟାଶ୍ରୀ, ସାଗରୀକା ସଫଳତା ପାଇଲେ

ପଟ୍ଟାମୁଣ୍ଡାଇ ୨୦/୧୦ – ରାଜ୍ୟ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌‌) ପରୀକ୍ଷାରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରୁ  ସନ୍ଦୀପ , ସୌମ୍ୟାଶ୍ରୀ, ସାଗରୀକା ସଫଳତା ପାଇ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂସାରଫଳ ପଂଚାୟତ ଗୁଣ୍ଠି ଗ୍ରାମର…

ମାଇଁ ଏନ୍‌ସିସି ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୨୦ା୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ‘ମାଇ ଏନ୍‌ସିସି ଆଲୁମିନି ଆସୋସିଏସନ’କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ତଃଜିଲ୍ଲା ମେଗା ପ୍ରତିଯୋଗିତା ପାଇଁ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ମହାବିଦ୍ୟାଳୟ ପରିସରରେ ଥିବା ମାଇଁ ଏନ୍‌ସିସି କମ୍ୟୁନିଟି…

ସାମାନ୍ୟ ବର୍ଷାପବନରେ ୮ ଘଣ୍ଟା ବିଦ୍ୟୁତ୍‌ କାଟ :  ବାତ୍ୟା ହେଲେ କେତେ ଦିନ ?

ପଟ୍ଟାମୁଣ୍ଡାଇ ୧୯/୧୦-ସାମାନ୍ୟ ବର୍ଷା ପବନ ଯୋଗୁ ପଟ୍ଟାମୁଣ୍ଡାଇ ସହରରେ ୬ରୁ ୮ ଘଣ୍ଟା ଧରି ଲାଇନ୍‌ ଚାଲିଯାଇଛି। ସହର ଠାରୁ ଉପକଣ୍ଠ ଅବସ୍ଥା ଆହୁରି ଭୟଙ୍କର। ସାମାନ୍ୟ ବର୍ଷାରେ ଯଦି ଏମିତି, ତେବେ ବାତ୍ୟା ହେଲେ କି ଅବସ୍ଥା ହେବ ସେ…

ଧନଦାତ୍ରୀ ଗଜଲକ୍ଷ୍ମୀ ପୂଜା ଯୋଗୁଁ ପଟ୍ଟାମୁଣ୍ଡାଇ ଉତ୍ସବମୁଖର

ପଟ୍ଟାମୁଣ୍ଡାଇ ୧୮/୧୦–ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଓ ସଂସ୍କୃତି ଓ ପରମ୍ପରାର ମୁକସାକୀ ହୋଇଥିଲେ ମଧ୍ୟ ବିଗତ କେତେବର୍ଷ ହେବ ମା ଧନଦାତ୍ରୀ ଗଜଲଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ ହୋଇଛି । ଏହି ପୂଜା ଆରମ୍ଭ…

ଏମ ଏନ ହାଇସ୍କୁଲରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆଲୋଚନାଚକ୍ର

ପଟ୍ଟାମୁଣ୍ଡାଇ ୧୮/୧୦-କେନ୍ଦ୍ରାପଡ଼ା ଜିଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ଦର୍ଶନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୂର୍ଯ୍ୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି କବି ନିରୁପମା ଦାସ, ଗାନ୍ଧୀ ପ୍ରତିଷ୍ଠାନ ଜିଲ୍ଲା…

କର୍କଟ ପିଡିତାଙ୍କୁ ସହଯୋଗର ହାତ ବଢାଇଲା ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ

କେନ୍ଦ୍ରାପଡ଼ା, ୧୮ା୧୦: ଜଣେ କର୍କଟ ପିଡିତା ମହିଳାଙ୍କୁ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଆର୍ଥିକ ସହଯୋଗର ହାତ ବଢାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ…

କୁମାର ଉତ୍ସବରେ ନୃତ୍ୟ ଓ ସଙ୍ଗୀତରେ ସଭିଏଁ ବିଭୋର

କେନ୍ଦ୍ରାପଡା, ୧୮ା୧୦: ପବିତ୍ର କୁମାର ପୂର୍ଣ୍ଣିମା ଉପଲକ୍ଷେ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ କୁମାର ଉତ୍ସବ-୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନ…

ଗାଁ ଛକ ପିଣ୍ଡି , ଅକ୍ଟୋବରରେ ବାତ୍ୟା ଭୟ

ଗାଁ ଛକ ପିଣ୍ଡି ଉପରେ ଗାଁ ଲୋକେ ବସି ଆଲୋଚନା re ଅକ୍ଟୋବର ମାସରେ ବାତ୍ୟା ଆସିଲେ ବଡ ଭୟ ଲାଗେ । ନରେନ୍ଦ୍ର ବାବୁ – ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ ଘଟାଇବା ଘଟଣା ଏ ପର୍ଯ୍ୟନ୍ତ…

କନକମଞ୍ଜରୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

କେନ୍ଦ୍ରାପଡା,୧୫ା୧୦: ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ବସନ୍ତ କୁମାର ପତିଙ୍କ ଧର୍ମପତ୍ନୀ ଧର୍ମପରାୟଣା ମହିଳା କନକ ମଞ୍ଜରୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ମହିପାଳସ୍ଥିତ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ୟାକ୍ସ ଆପିଲ ଟ୍ରିବ୍ୟୁନାଲ ବିଚାରପତି ଯଥା ସ୍ୱର୍ଗତ ମଞ୍ଜରୀ ଦେବୀଙ୍କ…

ପୁନର୍ବାସ ପକ୍ଷରୁ ଯୁବ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ କମ୍ପୁଟର ପ୍ରଦାନ

କେନ୍ଦ୍ରାପଡା ୧୭/୧୦ – ପୁନର୍ବାସ ପକ୍ଷରୁ ଛୋଟ ଛୋଟ ଉଦ୍ୟେ।।ଗ କରି ନିଜ ନିଜକୁ ସ୍ୱାବଲମ୍ବୀ କରିବାକୁ ପ୍ରୟାସ ଜାରି ରଖିଥିବା ଚାରି ଜଣ ଯୁବ ଭିନ୍ନକ୍ଷମ ଉଦ୍ୟୋଗୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କମ୍ପ୍ୟୁଟର ଓ ସହାୟକ ଉପକରଣ ପ୍ରଦାନ କରାଯାଇଛି…

୨୧ନଭେମ୍ବର ଆଶାକର୍ମୀଙ୍କ ଆନ୍ଦୋଳନ ଡାକରା

କେନ୍ଦ୍ରାପଡ଼ା, ୧୭ା୧୦: ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ, କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ବୈଠକ ଗୋପଛକ ନିକଟରେ ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମହାକାଳପଡା ସିଏଚସି ସଭାପତି ସାଥି ରଞ୍ଜୁ ବେହେରା ଶୋକ ପ୍ରସ୍ତାବ…

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତାରେ କେନ୍ଦ୍ରାପଡା ଚମ୍ପିଅନ

କେନ୍ଦ୍ରାପଡ଼ା, ୧୭ା୧୦: ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା ବିଜୟୀ ହୋଇ ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଗତ ୬ତାରିଖ ଠାରୁ ୯ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା…

ନଦୀକୂଳରେ ବଳଦ ଖୋଜିବା ହେଲା କାଳ , ଝାମ୍ପିନେଲା ବଉଳା କୁମ୍ଭୀର

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ରଟପଙ୍କ ଗ୍ରାମରରେ ଏକ ଅଭାବନୀୟ ଘଟଣା ଘଟିଛି ଯାଇଛି । ନଦୀ ପାର୍ଶ୍ୱରେ ବଳଦ ଖୋଜିବାକୁ ଯାଇଥିବା ଜଣେ ଯୁବକଙ୍କୁ କୁମ୍ଭୀର ଟାଣିଟାଣି ନେଇଯାଇଛି। ସୁଚନାନୁଯାଇ ଶଙ୍କରର ଏକ ବଳଦ…

ଶ୍ରୀ ବଳଦେବଜୀଉଙ୍କ ଅନନ୍ତ ବେଶ

କେନ୍ଦ୍ରାପଡ଼ା,୧୬ା୧୦ : ଅରିଲୋ ଆଶ୍ରମର ବାବା ବଳିଆଙ୍କ ଅନନ୍ତ ବଳିଆ ଟ୍ରଷ୍ଟ କେନ୍ଦ୍ରାପଡା ଶାଖା ପକ୍ଷରୁ ବୁଧବାର ଶ୍ରୀ ବଳଦେବଜୀଉଙ୍କ ସପ୍ତଦଶତମ ବାର୍ଷିକ ଅନନ୍ତ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ଶ୍ରୀ ଜୀଉଙ୍କ ପହୁଡ ଫିଟିବାପରେ ଆଳତି କରାଯାଇ ନୀତିସ୍ନାନ…

ଜିଲ୍ଲା ମଦ୍ରାସା ଶିକ୍ଷକ ସଂଘର ବୈଠକ

କେନ୍ଦ୍ରାପଡ଼ା, ୧୬ା୧୦: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମ୍‌ରେ କେନ୍ଦ୍ରାପଡା ଜିଲ୍ଲା ମଦ୍ରାସା ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୟଦା ସୁହିଲ୍ ଅଖତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ମଦ୍ରାସାମାନଙ୍କର ଶିକ୍ଷକ…

ବିଜେଡି ସଂଖ୍ୟାଲଘୁ ସେଲ୍ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ

କେନ୍ଦ୍ରାପଡ଼ା, ୧୬ା୧୦: ସମସ୍ତଙ୍କର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିବସ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ ସେକ୍ ଇନାୟତ୍‌(ଚନ୍ଦନ)ଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସଂପ୍ରଦାୟ…

ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ କାର୍ଯ୍ୟକାରୀ କମିଟିର ସଭା

ପଟାମୁଣ୍ଡାଇ ୧୬.୧୦- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ସଭା ଗୃହ ପରିସରରେ ପୁରାତନ ଛାତ୍ର ସଂସଦର ଉପସଭାପତି ଶିକ୍ଷକ ନେତା ବିଜୟ କୁମାର ସାହୁଙ୍କ ସଭାପତିତ୍ୱ ଏକ କାର୍ଯ୍ୟକାରୀ କମିଟି ସଭା ଅନୁଷ୍ଠିତ…