ଗୁଗୁଲ ଉପରେ ଲାଗିଲା ୨୦, ୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା, ନମାନିଲେ ପ୍ରତିଦିନ ବଢିବ…

ନୂଆଦିଲ୍ଲୀ,୧।୧୧-ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ କରିଦେବା ପରି ଏତେ ବଡ଼ ପରିମାଣର ଜରିମାନା ଲଗାଯାଇଛି।ଜରିମାନା ରାଶି ୨ରେ ୩୪ଟି…

ଗୁଲନଗର ଗ୍ରାମରେ କାଳୀପୂଜା

କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଗୁଲନଗର ପଞ୍ଚାୟତର ଗୁଲନଗର ଗ୍ରାମରେ ଦୀର୍ଘ ୮୭ବର୍ଷ ହେବ ମା’ ଦକ୍ଷିଣ କାଳୀଙ୍କର ମୂର୍ତ୍ତୀ ପୂଜାପାଇ ଆସୁଛନ୍ତି । ପ୍ରବାଦ ଅଛି ୧୯୩୭ ମସିହାରେ ଯେତେବେଳେ ଏହି ଅଞ୍ଚଳରେ ମହାମାରୀ ହଇଜା ବ୍ୟାପିଲା ଲେକମାନେ ଭୟଭିତ…

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଗ୍ରହଣରେ ‘ପୁନର୍ବାସ’ର ନିଆରା ଦୀପାବଳି

କେନ୍ଦ୍ରାପଡା,୧ା୧୧: ଆଲୋକର ପର୍ବ ଦୀପାବଳୀର ଉତ୍ସବମୟ ପରିବେଶରୁ ବଞ୍ôଚତ ରହୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପୁନର୍ବାସ’ ନିଆରା ଢଙ୍ଗରେ ଦୀପାବଳୀ ପାଳନ କରିଛି। “ବାଣରେ ନୁହେଁ… ହସରେ ଦୀପାଳି ଜାଳିବା’ର ବାର୍ତ୍ତା ଦେଇ ଏହି ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡା…

ଭରତପୁର ଦକ୍ଷୀଣ କାଳୀଙ୍କ ୩୨ତମ ପୂଜା ମହୋତ୍ସବ

କେନ୍ଦ୍ରାପଡା, ୧ା୧୧: କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଭରତପୁର ଗ୍ରାମର ପ୍ରସିଦ୍ଧ ଦକ୍ଷୀଣ କାଳୀଙ୍କ ୩୨ତମ ଜନ୍ମୋତ୍ସବ ପାରମ୍ପାରିକ ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ମନ୍ଦିର ଟ୍ରଷ୍ଟୀର ସଭାପତି ଯୁଗୋଳ କିଶୋର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଭରତପୁର ତଥା କେନ୍ଦ୍ରାପଡା ସହର…

ଆକସ୍ମିକ ଅଗ୍ନିକାଣ୍ଡରେ ଘୁଆଳ ପୋଡି ୩ଟି ଗାଇ ଜୀବନ ଦଗ୍ଧ

କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ନରିଲୋ ଗ୍ରାମର ତ୍ରୈଲୋକ୍ୟ ନାଥ ନାୟକଙ୍କ ଘୁଆଳ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘୁଆଳ ଘରଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ସେହି ଘୁଆଳ ଭିତରେ ଥିବା ୩ଟି ଗାଇ ପୋଡି…

ସାହିତ୍ୟ ପତ୍ରିକା “ମଧୁଧାରା’ର ଶାରଦୀୟ ବିଶେଷାଙ୍କ ଲୋକାର୍ପିତ

କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ମୁଖପତ୍ର ସାହିତ୍ୟ ପତ୍ରିକା “ମଧୁଧାରା’ର ଶାରଦୀୟ ବିଶେଷାଙ୍କ ଗୋପଛକସ୍ଥିତ କମଳ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ମଧୁଧାରାର ସମ୍ପାଦକ ସରୋଜ କୁମାର ମହାନ୍ତିଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ କଥାକାର ଡ.…

ବାଣ ନଫୁଟାଇ ରାସ୍ତା ମରାମତି କଲେ , ହାଟପାଟଣା ଗ୍ରାମବାସୀଙ୍କ ନିଆରା ଦୀପାବଳି

ପଟ୍ଟାମୁଣ୍ଡାଇ ୧/୧୧ -ପଟ୍ଟାମୁଣ୍ଡାଇ ନିକଟସ୍ଥ ହାଟପାଟଣା ଗ୍ରାମବାସୀ ପବିତ୍ର ଦୀପାବଳି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଆହ୍ୱାନ ଭାବେ ଦେଖା ଦେଇଥିବାରୁ ପ୍ରଦୂଷଣ ରୋକିବା ସହିତ ସମାଜକୁ…

ଶିବାନୀ ମଣ୍ଡଳଙ୍କୁ ପଟ୍ଟାମୁଣ୍ଡାଇ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ

ପଟ୍ଟାମୁଣ୍ଡାଇ ୧/୧୧ – ସାମୁଦ୍ରିକ ଝଡ଼ “ଦାନା”କୁ ସଫଳତାର ସହ ମୁକାବିଲା କରିବା କ୍ଷେତ୍ରରେ ଅସୀମ ସାହାସିକତା ପ୍ରଦର୍ଶନ କରି ରାଜନଗର ବ୍ଲକ ତାଳଛୁଆ ବାଘମାରି ପଂଚାୟତର ଆଶା କର୍ମୀ ଶିବାନୀ ମଣ୍ଡଳ ୭ ଜଣ ବୃଦ୍ଧାବୃଦ୍ଧ ଓ ପ୍ରସୂତି ମହିଳାଙ୍କୁ…