ଟ୍ରଷ୍ଟ ପକ୍ଷରୁ ଆଦିବାସୀ ବସ୍ତିରେ ଶୁଖିଲା ଖାଦ୍ୟ ବଣ୍ଟନ



କେନ୍ଦ୍ରାପଡ଼ା,୨ା୧୧: ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ମରଡପୁରସ୍ଥିତ ଆଦିବାସୀ ବସ୍ତିରେ ଶୁଖିଲା ଖାଦ୍ୟ ଓ ବିସ୍କୁଟ ପ୍ୟାକେଟ୍ ବଣ୍ଟନ କରାଯାଇଛି। ବିଗତ ବାତ୍ୟା ଓ ପବନରେ କ୍ଷତିଗ୍ରସ୍ତ ହୋଇଥିବା ଏହି ବସ୍ତିର ୧୫ଟି ଗରିବ ପରିବାରର ଲୋକମାନଙ୍କୁ ଚୁଡା, ଚିନି ଓ ବିସ୍କୁଟ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଓ ସଦସ୍ୟ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ସେହି ବସ୍ତିରେ ପହଞ୍ଚି ଲୋକମାନଙ୍କୁ ଚୁଡା, ଚିନି ଓ ବିସ୍କୁଟ ପ୍ରଦାନ କରିଥିଲେ।


Next Post

ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଉପଲକ୍ଷେ ମିନି ମାରାଥନ

Sat Nov 2 , 2024
କେନ୍ଦ୍ରାପଡ଼ା, ୨ା୧୧: ଅକ୍ଟୋବର ୨୯ ତାରିଖ ଦିନ ରାଜ୍ୟ ସାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୪ ପାଳନ କରାଯାଉଛି । ଏହି ଉପଲକ୍ଷେ ଗରାପୁରସ୍ଥିତ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ବିଭିନ୍ନ ସ୍ଲୋଗାନ୍ ଦେଇ ଏକ ମିନି ମାରାଥନ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମାପନ ହୋଇଥିଲା । ଏହି ମିନି ମାରାଥନକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା […]

You May Like