
କେନ୍ଦ୍ରାପଡ଼ା,୩ା୧୧: କେନ୍ଦ୍ରାପଡ଼ା ବ୍ଲକ ଅଧିନ ଚକ୍ରୋଡା ଗ୍ରାମପଞ୍ଚାୟତର ନରିଲୋ ଗ୍ରାମର ତ୍ରୈଲୋକ୍ୟ ନାୟକଙ୍କ ଘର ସହିତ ଗୁହାଳ ଘର ଗତ ୩୧ ତାରିଖ ରାତିରେ ଆକସ୍ମିକ ଅଗ୍ନିକାଣ୍ଡରେ ସମ୍ପୂର୍ଣ ପୋଡି ଯାଇଥିଲା। ସେଥିରେ ତାଙ୍କର ୩ ଟି ଗାଇ ପୋଡିହୋଇ ମରିଯିବା ସହିତ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ପୋଡି ଯାଇଥିଲା। ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀଙ୍କ ଠାରୁ ଏସମ୍ପର୍କରେ ଖବର ପାଇବା ପରେ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ତୁରନ୍ତ ସହାୟତା ପ୍ରଦାନ କରିଛନ୍ତି। ସେହି ସହାୟତାକୁ ପଞ୍ଚାୟତ ବିଜେପି ସଭାପତି ବାବାଜୀ ବେହେରା, ସରପଞ୍ଚଙ୍କ ପ୍ରତିନିଧି ନିରଞ୍ଜନ ନାୟକ ଓ ନାଏବ ସରପଞ୍ଚ ଜ୍ଞାନରଞ୍ଜନ ଲେଙ୍କା ପ୍ରମୁଖ ଅଗ୍ନିବିପନ୍ନ ତ୍ରୈଲୋକ୍ୟ ନାୟକଙ୍କ ପାଖରେ ରବିବାର ପହଞ୍ଚାଇଛନ୍ତି। ଏଥି ପାଇଁ ନରିଲୋ ଗ୍ରାମ ଓ ଚକ୍ରୋଡା ପଞ୍ଚାୟତର ଲୋକମାନେ ସାଂସଦଙ୍କୁ ସାଧୁବାଦ ଜଣାଇଛନ୍ତି।











