“ଦାନା’ କ୍ଷୟକ୍ଷତି ଭରଣା ପାଇଁ ସିପିଆଇ(ଏମ୍‌) ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଦାବିପତ୍ର



ପଟ୍ଟାମୁଣ୍ଡାଇ, ୪/୧୧ -ବାତ୍ୟା ଦାନା ପଟ୍ଟାମୁଣ୍ଡାଇ ତହସିଲ ଅଂଚଳରେ ବ୍ୟାପକ କ୍ଷତି ଘଟାଇଛି। ଏପରିକି ପବନରେ ଚାଳଛପର ଘର ସମେତ ଚାଷକ୍ଷେତରେ ଫସଲ ଉଜାଡିଦେଇଛି । ବିଶେଷକରି ବାତ୍ୟା ପ୍ରଭାବରେ ଲଗାଣବର୍ଷାରେ ଧାନ, ବିରି ଓ ପରିବା ଫସଲ ବ୍ୟାପକ କ୍ଷତି ହୋଇଛି । ଇତିମଧ୍ୟରେ ୧୧ଦିନ ବିତିଯାଇଥିଲେ ମଧ୍ୟ ବିପନ୍ନଙ୍କ ପାଖରେ ରିଲିଫ ପହଁଚିି ପାରିନଥିବା ବେଳେ କ୍ଷୟକ୍ଷତିର ଭରଣା ଏ ପର୍ଯ୍ୟନ୍ତ କରାଯାଇ ନାହିଁ ।ଏଥିନେଇ ସିପିଆଇ(ଏମ୍‌) ପଟ୍ଟାମୁଣ୍ଡାଇ ଆଂଚଳିକ କମିଟି ପକ୍ଷରୁ ସୋମବାର ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ୪ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଦାବି ଗୁଡିକ ମଧ୍ୟରୁ ପ୍ରତିବର୍ଷ ଆବାସ ଯୋଜନାରେ ଗୃହହୀନ ମାନଙ୍କୁ ଘର ଯୋଗାଣ ହେଉଥିଲେ ମଧ୍ୟ ବାତ୍ୟା ଦାନା ଯୋଗୁଁ ହଜାର ଲୋକ ବାତ୍ୟା ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିଥିଲେ।ଏହାର ତଦନ୍ତ ହେବା ସହିତ ସମସ୍ତ ଆଶ୍ରିତଙ୍କୁ ପକ୍କା ଘର ଯୋଗାଇ ଦେବା, ଦାନା ପ୍ରଭାବରେ ଲଗାଣ ବର୍ଷା ପବନ ଯୋଗୁଁ କ୍ଷତିଗ୍ରସ୍ତ ଥୋଡ଼ ବାହାରିଥିବା ଓ ଗର୍ଭଣା ଧାନ ଚାଷୀଙ୍କୁ ସମ୍ପୂର୍ଣ ସହାୟତା ପ୍ରଦାନ ସହିତ ଜମିକୁ ୟୁନିଟି ଭାବେ ଗ୍ରହଣ କରି କ୍ଷତିର ଆକଳନ କରିବା, ଆଗାମୀ ରବି ଫସଲ ପାଇଁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବା, ସମସ୍ତ ନଦୀ ଓ ତଟବର୍ତୀ ଅଂଚଳରେ କୁମ୍ଭୀର ଦାଉରୁ ଲୋକଙ୍କୁ ରକ୍ଷା କରିବା ସହିତ କ୍ଷତି ପୂରଣ ଦେବା ଓ ଏଥିପାଇଁ ସ୍ୱତନ୍ତ ସୁରକ୍ଷା ବ୍ୟବସ୍ଥା କରିବା, ଆକାଶ ଛୁଆଁ ଦରବୃଦ୍ଧିକୁ ରୋକିବା ପ୍ରଭୃତି ଦାବି ତହସିଲଦାର ପଂଚାନନ ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ଦଳର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଆଞ୍ଚଳିକ କମିଟି ସମ୍ପାଦକ ରତ୍ନଞ୍ଜୟ ମଲ୍ଲିକ, ଜିଲ୍ଲା କମିଟି ସଭ୍ୟ ସୋମନାଥ ବିଶ୍ୱାଳ, କୃଷକ ସଭା ବ୍ଲକ ସଭାପତି ଆଇନଜିବୀ ପ୍ରଫୁଲ୍ଲ ଦାଶ, ଶ୍ରମିକ ନେତା ପ୍ରକାଶ ମହାନ୍ତି,ବରିଷ୍ଠ ନେତା ଧନୁର୍ଜୟ ପରିଡା, ଗୁଣମଣି ବେହେରା, ସୁଧୀର ଦାଶ, ମଙ୍ଗୁଳି ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।


Next Post

ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

Mon Nov 4 , 2024
କେନ୍ଦ୍ରାପଡ଼ା,୪ା୧୧: କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ଶିଶୁମହୋତ୍ସବ ସୁରଭି -୨୦୨୪ କଂସାର ସାହସପୁର ଉଚ୍ଚ ବିଦ୍ୟାଳୟର ପରିସରରେ ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ହିରଣ୍ୟ ବାରିକ, ଜିଲ୍ଲାପରିଷଦ ସଭ୍ୟ […]

KANIKA