କେନ୍ଦ୍ରାପଡା ସଦରମହକୁମାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର


କେନ୍ଦ୍ରାପଡ଼ା,୪ା୧୧: କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ସାଢେ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନହଲ୍‌ରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଅତିରିକ୍ତ ଉପ-ଜିଲ୍ଲାପାଳ ଅଶୋକ କୁମାର ଦାସ, କେନ୍ଦ୍ରାପଡ଼ା ଅତିରିକ୍ତ ତହସିଲଦାର କୁମୁଦିନୀ ଜେନା ଓ ବିଡିଓ ବନ୍ଦନା ଖଟୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼ା ପ୍ରମୋଦ କୁମାର ପ୍ରହରାଜ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟମେଂଟ୍‌ର ନିର୍ବାହୀ ଯନ୍ତ୍ରୀ ପ୍ରମୂଖ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ । ଅଭିଯୋଗ ଶୁଣାଣିରେ ମୋଟ୍ ୧୮୨ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥି ମଧ୍ୟରୁ ୧୮ଟି ସାମୁହିକ ଏବଂ ୧୬୪ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୬୮ହଜାର ଟଙ୍କା ୧୦ ଜଣ ଆବେଦନକାରୀଙ୍କୁ ଦେବା ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିବା ବେଳେ ରେଡ୍‌କ୍ରସ୍ ପାଣ୍ଠିରୁ ରାଜକନିକା ବ୍ଲକ ଯଶିପୁରର ପ୍ରତାପ ମଲ୍ଲିକଙ୍କୁ ଚିକିତ୍ସା ସହାୟତା ବାବଦରେ ୩ ହଜାର ଟଙ୍କାର ଚେକ୍ ପ୍ରଦାନ ପାଇଁ ମଞ୍ଜୁର କରିଛନ୍ତି । ସମସ୍ତ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ, ପାରିବାରିକ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭୂମିହିନ ପଟ୍ଟା, ଚିକିତ୍ସା ପାଇଁ ଆର୍ôଥକ ସହାୟତା, ଉଚ୍ଚ ଶିକ୍ଷା ପାଇଁ ଆର୍ôଥକ ସହାୟତା, ରାସନ୍‌କାର୍ଡ଼ ପ୍ରଦାନ, ଫୌଜିଦାରୀ ମକଦ୍ଦମା, ବାର୍ଦ୍ଧକ୍ୟ ଭତ୍ତା, ଜମି ସମସ୍ୟା, ବିଦ୍ୟୁତ ଯୋଗାଣ, ଫେରିଘାଟ ନିଲାମ, କଳାକାର ଭତ୍ତା, ବାତ୍ୟା ଦାନାରେ ଘର ଭଙ୍ଗା ସହାୟତା ପ୍ରଦାନ ନିମନ୍ତେ ଆବେଦନ ପତ୍ର ଆଦି ଦରଖାସ୍ତଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ସେହିପରି ସାମୁହିକ ଅଭିଯୋଗ ମଧ୍ୟରେ ପୋଲ ଓ ରାସ୍ତା ନିର୍ମାଣ, ଷ୍ଟ୍ରିଟ ଲାଇଟ କାର୍ଯ୍ୟକ୍ଷମ କରିବା, ଜଳ ନିଷ୍କାସନ, ଗ୍ରାମ୍ୟ ରାସ୍ତା ମରାମତି ଓ ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷକ ନିଯୁକ୍ତି, କେନାଲ ମାଧ୍ୟମରେ ଜଳ ଯୋଗାଣ, ନୂତନ କେନାଲ ନିର୍ମାଣ, ସରକାରୀ ଜମି ଅବରୋଧ ହଟାଇବା ଆଦି ଅଭିଯୋଗଗୁଡ଼ିକ ଥିଲା। ଏଗୁଡ଼ିକର ତୁରନ୍ତ ଫଇସଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading