ପଟ୍ଟାମୁଣ୍ଡାଇ ତା ୭/୧୧-ରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ଯୁବନେତା ଅଂଶୁମାନ ମହାନ୍ତିଙ୍କ ୪୨ତମ ଜନ୍ମ ଦିବସ ସମାରୋହରେ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା,ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ସମୀର ଜେନା, ଦେବାଶିଷ ମହାନ୍ତି,ପୂର୍ବତନ ସରପଞ୍ଚ ବିରଞ୍ଚି ଦାଶ ମିନତୀ ପାତ୍ର,ପ୍ରଭାତ ପ୍ରଧାନ କାଉନସିଲର ମଳୟ ଓଝା,ପୂର୍ବତନ କାଉନସିଲର ଆଲୋକ ଧଳ, ଏସ କେ […]
Day: 7 November 2024
ପଟ୍ଟାମୁଣ୍ଡାଇ ୭/୧୧ -କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ୧୫ନଂ ଜୋନରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ପେଣ୍ଠପାଳ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇ ଆଗାମୀ ୧୦ ତାରିଖରେ ଜୋନ ସ୍ତରୀୟ ବିଜେଡି ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ଜିଲ୍ଲା […]
କେନ୍ଦ୍ରାପଡ଼ା,୭ା୧୧: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ପଞ୍ଚୁକରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ ପାଇଁ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ନଭେମ୍ବରମାସ ୧୦ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ତୁଳସୀକ୍ଷେତ୍ରରେ ଏହି ବ୍ରତ ପାଳନ କରାଯିବ। ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସରେ ହବିଷ୍ୟାଳୀମାନଙ୍କ ପାଇଁ କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ ଅବସରରେ ଦୈନିକ ବିଭିନ୍ନ ସାଧୁସନ୍ଥମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ, […]
କେନ୍ଦ୍ରାପଡା,୭ା୧୧: କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତ ସଭା ପକ୍ଷରୁ ନିଃଶୁଳ୍କ ବ୍ରତୋପନୟନ ପାଇଁ ଏକ ପ୍ରସ୍ତୁତି ବୈଠକ ପଣ୍ଡିତ ଧ୍ରୁବଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଝୁଲଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ପତିଙ୍କ ଦ୍ୱାରା ଦିବଂଗତ ପଣ୍ଡିତ ଗଗନ ବିହାରୀ ଦାଶଙ୍କ ବିୟୋଗରେ ଏକ ଶୋକ ପ୍ରସ୍ତାବ ଆଗତ ପରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଆଗାମୀ ୨୦୨୫ ଜାନୁୟାରୀ ମାସରେ […]
କେନ୍ଦ୍ରାପଡ଼ା,୭ା୧୧: ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଓ କେନ୍ଦ୍ରାପଡ଼ା ମହୋତ୍ସବ ଆସନ୍ତା ଡିସେମ୍ବର ୨୦ତାରିଖରୁ ୨୫ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିକାଶ ମେଳା ଯେପରି ସମସ୍ତଙ୍କ ସହଯୋଗ ଓ ଆନ୍ତରିକତା ଯୋଗୁଁ ସଫଳ ହେଲା ସେହିଭଳି ସମସ୍ତ ସରକାରୀ ବିଭାଗୀୟ ଅଧିକାରୀମାନେ ଆସନ୍ତା ପଲ୍ଲିଶ୍ରୀ […]
ପଟ୍ଟାମୁଣ୍ଡାଇ ତା ୬/୧୧- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରେ ଆଗାମୀ ବୋଇତ ବନ୍ଦାଣ ଉତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ କଳା ତୀର୍ଥ […]










