ପଟ୍ଟାମୁଣ୍ଡାଇ, ୮/୧୧- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରୀଛାତ୍ର ଓ ଅଭିଭାବକ ମାନେ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ ଜଣ ଛାତ୍ରୀଛାତ୍ର ପାଠ ପଢ଼ିଥିବା ବେଳେ ୪ ଜଣ ଶିକ୍ଷକ ଶିକ୍ଷାଦାନ କରାଉଛନ୍ତି । ତେବେ ଏଠାରେ ଶିକ୍ଷକ ଅଭାବରୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାଦାନ ମିଳି […]
Day: 8 November 2024
କେନ୍ଦ୍ରାପଡା,୮ା୧୧: ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଶିଶୁ ହସିଲେ ଦେଶ ହସିବ ଓ ଗାଁ ଗହଳିରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ଓ ତାହାକୁ ବିକଶିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ମହୋତ୍ସବ “ସୁରଭି”। ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, […]
କେନ୍ଦ୍ରାପଡ଼ା,୮ା୧୧: କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଜବତ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ମାର୍ଶାଘାଇ, ମହାକାଳପଡା ଓ ପାଟକୁରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୯୪ଲିଟର ଦେଶୀ ଓ ୭ଲିଟର ବିଦେଶୀ ଚୋରା ମଦ ଜବତ କରାଯିବା […]
କେନ୍ଦ୍ରାପଡ଼ା, ତା ୮/୧୧ : ଶୁକ୍ରବାର ଅପରାହ୍ଣ ୫.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର କାର୍ଡ ବଣ୍ଟନ କରିଛନ୍ତି । ୧୩୨ ଜଣ ଯୋଗ୍ୟ ଇନସୁରାନ୍ସ୍ କାର୍ଡଧାରୀଙ୍କ ମଧ୍ୟରୁ ମୋଟ ୨୩ ଜଣ ଉପସ୍ଥିତ ରହି ଆଜି ସେମାନଙ୍କ କାର୍ଡ ସଂଗ୍ରହ କରିଛନ୍ତି । ସମ୍ବାଦିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନେଇଥିବା ଏହି […]
କେନ୍ଦ୍ରାପଡ଼ା,୮ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଆଜି ବିଜୁ ଜନତା ଦଳର କର୍ମୀ ବୈଠକ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସଭାପତି ଆଲୋକ ସାହୁ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ଦଳର ସଂଗଠନକୁ କିଭଳି ଭାବରେ ଅଧିକରୁ ଅଧିକ ମଜବୁଦ କରାଯାଇପାରିବ ସେଥିପ୍ରତି ବିଧାୟକ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ କେତୋଟି […]
ପଟ୍ଟାମୁଣ୍ଡାଇ ତା ୭/୧୧-ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କୁ ଗତ ୫ ତାରିଖରେ ତାଙ୍କ ଅଫିସ ମଧ୍ୟରେ ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ଦୁଃବ୍ୟବହାରକରିବା ସହିତ ଗଣ୍ଡଗୋଳ କରିବା ଘଟଣାରେବିଡ଼ିଓ ବିଜେପି ନେତା ଶ୍ରୀପ୍ରଧାନଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଅଫିସ ମଧ୍ୟରେ ଗଣ୍ଡଗୋଳ ଘଟଣାର ପ୍ରତିବାଦ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ […]