ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଆଲୋଚନାଚକ୍ର



କେନ୍ଦ୍ରାପଡ଼ା,୧୧ା୧୧: କେନ୍ଦ୍ରାପଡ଼ା ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ (ପିଷ୍ଟା) ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଥିବା ବିଭିନ୍ନ ସମସ୍ୟା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ନବନିଯୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଜିଲ୍ଲା ସଙ୍ଘ ସମ୍ପାଦକ ଅକ୍ଷୟ କୁମାର ପୋଥାଳ ସଭାପତିତ୍ୱ କରିଥିଲେ। ଏହି ଆଲୋଚନାଚକ୍ରରେ ରାଜ୍ୟ ସଙ୍ଘ ଉପସଭାପତି ନରେଶ କୁମାର ପାତ୍ର ଯୋଗଦେଇ ଶିକ୍ଷକମାନଙ୍କ ସମସ୍ୟା ଉପରେ ଆଲୋକ ପାତ କରିଥିଲେ। ଏଥିରେ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡା ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ ଅତିଥି ଭାବରେ ଯୋଗଦେଇ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାଗୁଡିକୁ ସହୃଦୟତାର ସହ ବୁଝି ସେସବୁକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରି ସମାଧାନ ପାଇଁ ଆବଶ୍ୟକ ପ୍ରଚେଷ୍ଟା କରିବାକୁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ କେନ୍ଦ୍ରାପଡାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପଗୁଛ ଓ ପେନ୍ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦ୍ରାପଡ଼ା ବ୍ଲକ ସଭାପତି ବିଭୂପ୍ରସାଦ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ରାଜନଗର ବ୍ଲକ ସଭାପତି ସୁଖିଶ୍ୟାମ ରାଉତ ଓ ବ୍ଲକ ଉପସଭାପତି ମଧୁସୂଦନସାହୁ, ଅବସର ପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ମଞ୍ଜୁଲତା ବରାଳ ପ୍ରମୁଖ ନିଜ ନିଜର ଅଭିବ୍ୟକ୍ତି ପ୍ରଦାନ କାଟିଥିଲେ। ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରଭଜନ ରାଉତ, ରାମଚନ୍ଦ୍ର ଆଚାର୍ଯ୍ୟ, ଅଶୋକ ପତି, ଗଙ୍ଗାଧର ଦଳେଇ, ଆରତୀ ମିଶ୍ର, ମନୋଜ ବାରିକ, ସ୍ନେହଲତା ପରିଡା, ଅଭୟ ସେଠୀ, ମହାକଳପଡା ବ୍ଲକ ସଭାପତି ଦିଲିପ ବାରିକ, ମାର୍ଶାଘାଇ ବ୍ଲକର ବସନ୍ତ ଦାସ, ସୌଦାମିନୀ ବେହେରା,ଦିଲ୍ଲୀପ ଦାସ. ଜ଼ିଲ୍ଲା ଆବାହକ ବିପିନ ବିହାରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଗଙ୍ଗାଧର ଦଳାଇ ଧନ୍ୟବାଦ ଅପ୍ରଣ କରିଥିଲେ।


Next Post

ମୌସୁମୀ ସାହିତ୍ୟ ପରିଷଦର ସ୍ୱନକ୍ଷତ୍ର ଦିବସ ପାଳିତ

Mon Nov 11 , 2024
କେନ୍ଦ୍ରାପଡ଼ା,୧୧ା୧୧: ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୌସୁମୀ ସାହିତ୍ୟ ପରିଷଦ ଓ ପତ୍ରିକାର ସ୍ୱନକ୍ଷତ୍ର ଦିବସ, ପତ୍ରିକା ଉନ୍ମୋଚନ, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସମାରୋହର ପ୍ରଥମ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ. ବାସୁଦେବ ଦାସ, କବି ଅନ୍ନପୂର୍ଣ୍ଣା ମହାନ୍ତି ଯୋଗ ଦେଇଥିବା ବେଳେ କବି ପ୍ରେମାନନ୍ଦ […]

KANIKA