ଯୁବ ସମାଜସେବୀ ଅକ୍ଷୟ ତରାଇଙ୍କୁ ସମ୍ବର୍ଦ୍ଧନା



କେନ୍ଦ୍ରାପଡ଼ା,୧୨ା୧୧: କେନ୍ଦ୍ରାପଡାର ଯୁବ ସମାଜସେବୀ ଅକ୍ଷୟ ତରାଇଙ୍କୁ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମହାନାୟକ ମହେନ୍ଦ୍ର ସ୍ୱାଇଁ ସ୍ମୃତି ପରିଷଦ, ଖଣ୍ଡପଡା, ନୟାଗଡ଼ ପକ୍ଷରୁ ଆୟୋଜିତ ମହେନ୍ଦ୍ର ସ୍ୱାଇଁଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅବସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଉତ୍ସବରେ ଯୁବ ସମାଜ ସେବୀ ଅକ୍ଷୟ କୁମାର ତରାଇଙ୍କୁ ସମ୍ମାନିତ କରାଯାଇଛି। ଏହି ଉପଲକ୍ଷେ ଆଡଭୋକେଟ୍ ଗିରିଜା ଶଙ୍କର ତରାସିଆଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଭବ୍ୟ ସମାରୋହରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଯୁବସମାଜସେବୀ ଶ୍ରୀ ତରାଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା , ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ବରିଷ୍ଠ ସାହିତ୍ୟିକ କବି ସଞ୍ଜୟ କୁମାର ରଥ, ସମାଜସେବୀ ଅଖିଳ କୁମାର ମହାରଣା ଓ ଯୁବନେତା ଚନ୍ଦ୍ର କାନ୍ତ ବଳିଆର ସିଂହ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଉପସ୍ଥିତ ଥିଲେ।


Next Post

ରେଡିଓ ଭାବଗ୍ରାହୀରେ ଲୋକ ସେବା ପ୍ରସାରଣ ଦିବସ

Tue Nov 12 , 2024
କେନ୍ଦ୍ରାପଡା, ୧୨ା୧୧: ପୂର୍ବାହ୍ନରେ ବାରୁଅସ୍ଥିତ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ରର ରେଡିଓ ଭାବଗ୍ରାହୀର ସରୋଜିନୀ ଷ୍ଟୁଡିଓ ପରିସରରେ ଜାତୀୟ ଲୋକ ସେବା ପ୍ରସାରଣ ଦିବସ ଯଥାବିଧି ପାଳିତ ହୋଇଯାଇଛି । ଭାବଗ୍ରାହୀ କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, କେନ୍ଦ୍ର ନିର୍ଦ୍ଦେଶକ ଇଂ ବିଶ୍ୱଜିତ୍ ପରିଡା, […]

KANIKA