ପଟ୍ଟାମୁଣ୍ଡାଇ ତା ୧୩/୧୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ଭଜନେଶ୍ୱର ହାଇସ୍କୁଲ ଶକ୍ତି କ୍ଳବ ପକ୍ଷରୁ ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମକୁ ହାଇସ୍କୁଲର ପ୍ରଧାନଶିକ୍ଷକ ଅନନ୍ତ କିଶୋର ବେହେରା ପତାକା ଦେଖାଇ ଉଦଘାଟନ କରିଥିଲେ ।  ସ୍କାଉଟ ଶିକ୍ଷକ ତଥା ଶକ୍ତି କ୍ଲବ ମାର୍ଗ ଦର୍ଶକ ଶିକ୍ଷକ ଗୋଲକ ବିହାରୀ ଭୂୟାଁଙ୍କ ନେତୃତ୍ୱରେ ମଣ୍ଡପଡା […]

କେନ୍ଦ୍ରାପଡା,୧୩ା୧୧: ଆଜି କେନ୍ଦ୍ରାପଡା ବ୍ଲକ ଜୋନ ନଂ ୬ ଓ ୮ରେ ମିଳିତ ଭାବେ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ଭରତପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଆରମ୍ଭ ହୋଇ କଳପଡା ହାଇସ୍କୁଲ ନିକଟରେ ସମାପିତ ହୋଇଥିଲା । ବିଧାୟକ ଗଣେଶ୍ୱର ବେହେରା ଏହି ଯାତ୍ରାର ନେତୃତ୍ୱ ନେଇ ଅଭିଭାଷଣରେ କହିଥିଲେ ବିଜେଡି ଜନ ସମସ୍ୟା ଓ ସମ୍ମାନକୁ ନେଇ ତା’ର ସଂଗ୍ରାମ ଜାରି ରଖିଛି । ବିକଶିତ ଓଡିଶା ଗଠନ […]

କେନ୍ଦ୍ରାପଡା,୧୩ା୧୧: ଚଳିତବର୍ଷ ଐତିହାସିକ ଏକମାତ୍ର ଭାଇଚାରାର ଗଣପର୍ବ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ସ୍ଥାନୀୟ ସହରସ୍ଥିତ ନୂଆ ବସଷ୍ଟାଣ୍ଡ ସନ୍ନିକଟ ସୁଜାନଗର, ଗୁଲନଗର ଗୋବରୀ ନଦୀପଠାରେ ଚଳିତମାସ ୧୫ ତାରିଖ ଦିବା ୯ଟାରେ ଉଦ୍‌ଘାଟନୋତ୍ସବ ଅନୁଷ୍ଠିତ ହୋଇ ୨୧ତାରିଖ ରାତ୍ର ୯ଘଟିକା ସମୟରେ ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଆଜି ଗରାପୁରସ୍ଥିତ ହନୁମାନ ମନ୍ଦିରର ବାବା ଚେତନାନନ୍ଦ ଦାସ ମହାରାଜଙ୍କ ନିକଟରୁ ହନୁମାନଜୀଉଙ୍କ ଆଜ୍ଞା ପତାକା ଆସିବା ପରେ ବାଲିଯାତ୍ରା ମହୋତ୍ସବ […]

କେନ୍ଦ୍ରାପଡ଼ା,୧୩ା୧୧: ପବିତ୍ର ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନେ କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ କରିବା ନିମନ୍ତେ ଆବଶ୍ୟକ ସୁବିଧା ଓ ସୁଯୋଗ ପ୍ରଦାନ କରି ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି। ବିଗତ ୮ବର୍ଷ ଧରି ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ହବିଷ୍ୟାଳୀଙ୍କ ପୂଜା ବିଧି ପାଳନ ସହ ଯାତ୍ରୀନିବାସରେ ସେମାନଙ୍କ ରହିବା ଓ ଖାଦ୍ୟପେୟ ବ୍ୟବସ୍ଥା ନିଜ ଉଦ୍ୟମରେ କରି ଆସୁଛନ୍ତି ଶ୍ରୀମା। […]

କେନ୍ଦ୍ରାପଡ଼ା ୧୩ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଓଡିଶାର ଜଣେ ବିଶିଷ୍ଟ ସାରସ୍ୱତ ସାଧକକୁ ପ୍ରଦାନ କରାଯାଉଥିବା ପୁରସ୍କାର ‘ଶ୍ରୀବଳଦେବ ସମ୍ମାନ’ ଚଳିତ ବର୍ଷ ବିଶିଷ୍ଟ କବି ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଂପାଦକ ଅଶ୍ୱିନୀ ମିଶ୍ରଙ୍କୁ ପ୍ରଦାନ କରାଯିବ। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ଏକୋଇଶି ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ଏହା ପୂର୍ବରୁ ଏହି ସମ୍ମାନ ଗାଳ୍ପିକ ପଦ୍ମଜ ପାଳ, କବି […]

କେନ୍ଦ୍ରାପଡ଼ା, ୧୩ା୧୧ : ୱାଉପଡା ଗ୍ରାମରେ ୫୧ବର୍ଷ ଧରି ପୂଜା ପାଉଛନ୍ତି କାର୍ତ୍ତିର୍ିକ ମାସରେ କାର୍ତ୍ତକେଶ୍ୱର। କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ୱାଉପଡା ଗ୍ରାମ ରେ କାର୍ତ୍ତିକେଶ୍ୱର ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ। ପାଞ୍ଚଦିନ ଧରି ପ୍ରସାଦ ସେବନ କରାଯାଏ। ବିଗତ ୫୧ବର୍ଷ ଧରି ଏହି ପୂଜା ହୋଇଆସୁଅଛି। ଗ୍ରାମର ସମସ୍ତ ଲୋକେ ପାଞ୍ଚଦିନ ଧରି କାର୍ତ୍ତିକେଶ୍ୱର ବ୍ରତ ପାଳନ କରିଥାନ୍ତି। ଆଖ ପାଖ ଅଞ୍ଚଳର ପାଞ୍ଚୋଟି ପଞ୍ଚାୟତର […]

କେନ୍ଦ୍ରାପଡ଼ା,୧୩ା୧୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଛପାଶ୍ୱର୍ କଜଳାସ୍ଥିତ ସମଗ୍ରଶିକ୍ଷା କାର୍ଯ୍ୟାଳୟକୁ ଯିବା ରାସ୍ତାଟି ଏବେ ରୋଡ ରୋମିଓଙ୍କ ଆଡ୍ଡାସ୍ଥଳି ପାଲଟିଛି। କେତେକ ଅଣଛାତ୍ର ଏହି ରାସ୍ତା ମଝିରେ ଛିଡା ହୋଇ କଲେଜ ଛାତ୍ରୀମାନଙ୍କୁ ବାଟ ଚଲାଇ ଦେଉନାହାନ୍ତି। ଏହି ବାଟଦେଇ କେବଳ ଯେ କଲେଜ ଛାତ୍ରୀ ଯିବା ଆସିବା କରୁଛନ୍ତି ତାହା ନୁହେଁ ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ଚାକିରୀ କରିଥିବା ମହିଳା କର୍ମଚାରୀ, ନିକଟରେ ଥିବା ଏକ ଉଚ୍ଚପ୍ରାଥମିକ […]

ପଟ୍ଟାମୁଣ୍ଡାଇ ୧୩/୧୧-ଗତ ୫ତାରିଖ ଦିନ ଜଣେ ଯୁବକ ପଟ୍ଟାମୁଣ୍ଡାଇ ବ୍ଲକ ଅଫିସରେ ପସି ବିଡିଓ ଶୁଭ୍ରାଂଶୁ ସାହୁଙ୍କୁ ଦୁଃବ୍ୟବହାର କରିବା ସହିତ ଗଣ୍ଡଗୋଳ କରିଥିଲେ । ବିଡ଼ିଓ ସାହୁ ଗଣ୍ଡଗୋଳକାରୀଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏଥିନେଇ ପୋଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗଣ୍ଡୋଗଳକାରୀଙ୍କୁ ଧରିବାରେ ସକ୍ଷମ ହେଉନାହିଁ । ଅଭିଯୋଗକୁ ଆଠ ଦିନ ବିତିଯାଇ ଥିବା ବେଳେ ଅଭିଯୁକ୍ତ […]

ପଟ୍ଟାମୁଣ୍ଡାଇ ୧୨/୧୧ -କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ମାନସ ବିକାଶ ମଂଚ ଓ ଦାଣ୍ଡିସାହି ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ଚାରା ବଂଟନ କରାଯାଇ ପରିବେଶ ସୁରକ୍ଷା ସଚେତନତା ବାର୍ତା ପ୍ରଦାନ କରାଯାଇଛି । ମାନସ ବିକାଶ ମଂଚ ସଭାପତି ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ମାନସ ରଞ୍ଜନ ସାମଲ କାର୍ଯ୍ୟକ୍ରମକୁ ଉଦଘାଟନ କରି ସମ୍ପ୍ରତି ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ପରିବେଶ ସୁରକ୍ଷା ଏକ […]

କେନ୍ଦ୍ରାପଡ଼ା,୧୨ା୧୧: ସ୍ୱର୍ଗତ ସତିଶ ଚନ୍ଦ୍ର ମହାନ୍ତି ନାତି ଆଇନଜୀବୀ ଏବଂ ନୋଟାରୀ ନେପାଳ ପ୍ରସାଦ ସାମନ୍ତଙ୍କ ନେତୃତ୍ୱରେ ତୃତୀୟ ବର୍ଷ କେନ୍ଦ୍ରାପଡା ଓ ତୁଳସୀକ୍ଷେତ୍ର ପ୍ରତିଷ୍ଠା ଦିବସ ସହିତ ପୌରାଣିକ ନାମକରଣ, କନ୍ଦରାସୁରର ଜେଜେବାପା ମଧୁଦୈତ୍ୟ ପୋଡି ଓ ତୁଳସୀ ବିବାହ ସମ୍ପର୍କରେ ଆଲୋଚନା ଚକ୍ର ମଙ୍ଗଳବାର ଦିନ କେନ୍ଦ୍ରାପଡା ସହରର ଖଡିଅଙ୍ଗ ସ୍ଥିତ ସ୍ୱର୍ଗତ ସତିଶ ଚନ୍ଦ୍ର ସାମନ୍ତଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ […]

କେନ୍ଦ୍ରାପଡା,୧୨ା୧୧: ଆଜି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଚଉଦକୁଲାଟ ଗାନ୍ଧୀପୀଠଠାରେ ଜାତିର ଜନକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ନବୀନ ବାବୁଙ୍କ ନିର୍ଦ୍ଦେଶରେ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଏକମାତ୍ର ଲକ୍ଷ୍ୟ ହେଉଛି ଜନସ୍ୱାର୍ଥର ସୁରକ୍ଷା । ଜନସମସ୍ୟା ସହ ପରିଚିତ ହେବା ଓ ତାହାର ସମାଧାନ ପାଇଁ ପନ୍ଥା ନିର୍ଦ୍ଧାରଣ କରିବାକୁ ବିଜେଡି […]

କେନ୍ଦ୍ରାପଡ଼ା,୧୨ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠା ଦିବସ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ଼.ମଧୁସୂଦନ ମିଶ୍ର ଏଥିରେ ଅଧ୍ୟକ୍ଷତା କରି ପରିଷଦ ଗଠନର ଆଭିମୁଖ୍ୟ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ପରିଷଦର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥିଲେ । ଜିଲ୍ଲାର ସବୁବର୍ଗର ବ୍ୟକ୍ତି ଏଥିପାଇଁ ସମ୍ମିଳିତ ହେବାକୁ ସେ ପରିଷଦ ପକ୍ଷରୁ ଆବେଦନ କରିଥିଲେ । ପରିଷଦର ଉପସଭାପତି ଅମ୍ବିକା […]

କେନ୍ଦ୍ରାପଡା ୧୨/୧୧- ଶ୍ରୀରାମଚରିତ ମାନସର ବିଶିଷ୍ଟ କଥା ପ୍ରବଚକ, ସଂସ୍କୃତ ବିଦ୍ୱାନ ଓ ‘ମନୁର୍ଭବ’ର ସମ୍ପାଦକ ପଣ୍ଡିତ ହୃଷିକେଶ ରଥଙ୍କ ୭୨ତମ ସ୍ୱନକ୍ଷତ୍ର ୟସଭଗ୍ଦ ଶ୍ୟାମସୁନ୍ଦରପୁରସ୍ଥିତ ବାସଭବନରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବନ୍ଧୁମିଳନ ସଭାରେ ବିଶିଷ୍ଟ ପ୍ରାବନ୍ଧିକ ଡ଼ ସର୍ବେଶ୍ୱର ସେଣ ଅଧ୍ୟକ୍ଷତା କରିଥିବାବେଳେ ଅନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ଼ ଅରୁନ୍ଧତୀ ଦେବୀ, ମହନ୍ତ ବିପିନ ଦାସ ମହାରାଜ, ସ୍ୱାମୀ କମଳରୂପାନନ୍ଦ ସରସ୍ୱତୀ, […]