ତୃତୀୟ ବାର୍ଷିକ କେନ୍ଦ୍ରାପଡା ଓ ତୁଳସୀକ୍ଷେତ୍ର ପ୍ରତିଷ୍ଠା ଦିବସ ପୌରାଣିକ ନାମକରଣ, ମଧୁଦୈତ୍ୟ ପୋଡି ଏବଂ ତୁଳସୀ ବିବାହ ସମ୍ପର୍କରେ ଆଲୋଚନା



କେନ୍ଦ୍ରାପଡ଼ା,୧୨ା୧୧: ସ୍ୱର୍ଗତ ସତିଶ ଚନ୍ଦ୍ର ମହାନ୍ତି ନାତି ଆଇନଜୀବୀ ଏବଂ ନୋଟାରୀ ନେପାଳ ପ୍ରସାଦ ସାମନ୍ତଙ୍କ ନେତୃତ୍ୱରେ ତୃତୀୟ ବର୍ଷ କେନ୍ଦ୍ରାପଡା ଓ ତୁଳସୀକ୍ଷେତ୍ର ପ୍ରତିଷ୍ଠା ଦିବସ ସହିତ ପୌରାଣିକ ନାମକରଣ, କନ୍ଦରାସୁରର ଜେଜେବାପା ମଧୁଦୈତ୍ୟ ପୋଡି ଓ ତୁଳସୀ ବିବାହ ସମ୍ପର୍କରେ ଆଲୋଚନା ଚକ୍ର ମଙ୍ଗଳବାର ଦିନ କେନ୍ଦ୍ରାପଡା ସହରର ଖଡିଅଙ୍ଗ ସ୍ଥିତ ସ୍ୱର୍ଗତ ସତିଶ ଚନ୍ଦ୍ର ସାମନ୍ତଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଜିଲ୍ଲାର ପୌରାଣିକ ନାମକରଣ ଯଥା କେନ୍ଦ୍ରାପଡା, ତୁଳସୀ କ୍ଷେତ୍ର, ବଳଗଣ୍ଡି, ଖଡିଅଙ୍ଗ, ଅଙ୍ଗୁଳାଇ, ହାତିଆ, ମଧୁସାଗର, ସଖିବଟ, ବଳରାମ ଢିହ, ଢିହ ବଳରାମପୁର, କାକଟ ମଙ୍ଗଳା, ମହୀପାଳ, ଗଣାମାହାଲ, ସାନମଙ୍ଗଳା, ଲକ୍ଷ୍ମୀବରାହ ବଡହାଟ, ଅସୁରଶ୍ୱର, କଟିକଟା, ଚାରିଲଙ୍ଗଳ, ଅସୁରଢିହ ପ୍ରଭୁତି ପୌରାଣିକ ନାମକରଣ ଉପରେ ଆଲୋଚନା କରାଯାଇଥିଲା । କଥାରେ ଅଛି କନ୍ଦରାସୁର କନ୍ୟା ଳଳିତେଶ୍ୱରୀଙ୍କୁ ବିବାହପରେ ତିର୍ଥକୁ ଯିବା ପୂର୍ବରୁ ତୁଳସୀଗଛ ଯିବା ସମୟରେ ଲଳିତଶ୍ୱରୀଙ୍କ ଅନୁରୋଧ କ୍ରମେ ପିତାଙ୍କ ନାମ ଅନୁସାରେ କେନ୍ଦ୍ରାପାଡା ଓ କନ୍ଦରାସୁରର ପିତାମହ ମଧୁଦୈତ୍ୟ ଚିତ୍ରତ୍ପଳାର ଶାଖା ନଦୀ ମିଶୁଥିବାରୁ କନ୍ଦରାସୁରର ଜେଜେଙ୍କ ନାମ ଅନୁସାରେ ମଧୁସାଗର ଓ ତୁଳସୀ ଗଛ ରୁପରେ ରଖିଗଲେ ବୋଲି ତୁଳସୀ କ୍ଷେତ୍ରରୁ ବଳରାମ ତିର୍ଥ କରିବାକୁ ଚାଲିଗଲେ । ଯୁବ ପିଢିମାନଙ୍କୁ ଜଣାଇବା ପାଇଁ ଏହି ଆଲୋଚନାଚକ୍ର କରାଯାଇଥିଲା । ଏଥିରେ ବହୁ ବୁଦ୍ଧିଜୀବୀ, ସାହିତିକ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଆସନ୍ତା ୧୩ ତାରିଖ ବୁଧବାର ତେନ୍ତପୁର, ଖଣ୍ଡସାହି, ଲଳିତେଶ୍ୱର ସହିତ ବଳଦେବଜୀଉ ମନ୍ଦିରର ପ୍ରଭୁ ବଳରାମଙ୍କ ଚଳନ୍ତି ପ୍ରତିମା ସହିତ ସନ୍ଧ୍ୟା ୬ ଘଟିକା ସମୟରେ ବିବାହ ଉତ୍ସବ ଅନୁଷ୍ଠିତ କରାଯିବ । ଚାରିଲଙ୍ଗଳ ଗ୍ରାମର ମହେଶ୍ୱର ମହାପାତ୍ର, ନିମାଇ ଚରଣ ବଳ, ବିରଞ୍ôଚ ସାମଲ, ପ୍ରଦୀପ ତ୍ରିପାଠୀ, ପ୍ରଫୁଲ୍ଲ ବାରିକ, ଅମୁଲ୍ୟ ବାରିକ, ଅନିଲ କୁମାର ବଳ, ପ୍ରଭାତ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ଶତପଥି, ଦୈତାରୀ ବେହେରା ଏବଂ ଚାରିଲଙ୍ଗଳ ମଠରୁ ବଳଦେବଜିୟୁଙ୍କ ଚଳନ୍ତି ପ୍ରତିମାକୁ କିର୍ତ୍ତନ ଦଳ, ମଠର ଟ୍ରଷ୍ଟି, ସଭାପତି କାହ୍ନୁ ଚରଣ ଦାସ, କିର୍ତ୍ତନ କରି କେନ୍ଦ୍ରାପଡା ସହର ପରିକ୍ରମା କରି ଖଡିଅଙ୍ଗ ସ୍ଥିତ ସପ୍ତଫେଣୀ ବଳରାମ ତୁଳସୀ ପଥର ମୃର୍ତ୍ତି ଠାରେ ପହଞ୍ଚିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରେ ଚାରିଲଙ୍ଗଳ ମଠକୁ ଫେରିଯାଇଥିଲେ । ଏହି କାର୍ଯ୍ୟକ୍ରମକୁ କଟକର ନିଖିଳ ଓଡିଶା ବଳରାମ ତୁଳସୀ ସାମାଜିକ ସାଂସ୍କୃତିକ ପରିଷଦ କର୍ମକର୍ତ୍ତା, ରାଖାଲ ଚନ୍ଦ୍ର ସାମନ୍ତ, ରବିନ୍ଦ୍ର ନାଥ ସାମନ୍ତ, ଦେବେନ୍ଦ୍ର ନାଥ ସାମନ୍ତ, ବିଶ୍ୱନାଥ ସାମନ୍ତ, ସୌମେନ୍ଦ୍ର ନାଥ ସାମନ୍ତ, ସାମ୍ବଦିକ ଭଳରାମ ଓ ତୁଳସୀ କମିଟିର ସଦସ୍ୟମାନେ ସହେଯାଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading