କଲେଜ ରାସ୍ତା ପାଲଟିଛି ଅଣଛାତ୍ର ରୋଡ ରୋମିଓ ଆଡାସ୍ଥଳୀ ,



କେନ୍ଦ୍ରାପଡ଼ା,୧୩ା୧୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଛପାଶ୍ୱର୍ କଜଳାସ୍ଥିତ ସମଗ୍ରଶିକ୍ଷା କାର୍ଯ୍ୟାଳୟକୁ ଯିବା ରାସ୍ତାଟି ଏବେ ରୋଡ ରୋମିଓଙ୍କ ଆଡ୍ଡାସ୍ଥଳି ପାଲଟିଛି। କେତେକ ଅଣଛାତ୍ର ଏହି ରାସ୍ତା ମଝିରେ ଛିଡା ହୋଇ କଲେଜ ଛାତ୍ରୀମାନଙ୍କୁ ବାଟ ଚଲାଇ ଦେଉନାହାନ୍ତି। ଏହି ବାଟଦେଇ କେବଳ ଯେ କଲେଜ ଛାତ୍ରୀ ଯିବା ଆସିବା କରୁଛନ୍ତି ତାହା ନୁହେଁ ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ଚାକିରୀ କରିଥିବା ମହିଳା କର୍ମଚାରୀ, ନିକଟରେ ଥିବା ଏକ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଡାକଘରକୁ ଯାଉଥିବା ମହିଳା ଓ ଛାତ୍ରୀମାନେ, କଜଳା ମହାଦେବ ମନ୍ଦିରକୁ ଯାଉଥିବା ମହିଳା, ଯୁବତୀ ଓ ଛାତ୍ରୀମାନଙ୍କୁ ଏହି ରୋଡ ରୋମିଓମାନେ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରୁଛନ୍ତି। ଏହାଦ୍ୱାରା ମହିଳା, ଯୁବତୀ ଓ ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ଏନେଇ କେତେକ ଛାତ୍ରୀ ସାହସ କରି ପୋଲିସ ସହାୟତା ପାଇଁ ୧୧୨କୁ ଫୋନ କରିଥିଲେ। ଏହି ଫୋନକଲ ପାଇବା ପରେ ୧୧୨ କର୍ମଚାରୀ ଘଟଣା ସମ୍ପର୍କରେ କେନ୍ଦ୍ରାପଡା ଟାଉନ ଥାନାକୁ ଅବଗତ କରାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ। ଅପରାହ୍ନ ସାଢେ ୩ଟାରେ ୧୧୨କୁ ଫୋନକଲ କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ସାଢେ ୫ଟାରେ ପହଞ୍ଚିଥିଲା । ସେତବେଳକୁ ରୋଡରୋମିଓମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫଳରେ ପୋଲିସ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଥିଲା। ସଠିକ ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ରୋଡରୋମିଓମାନେ ଧରାପଡି ଥାନାକୁ ଯାଇଥାନ୍ତେ। କିନ୍ତୁ ସେମାନେ ପଳାଇଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାର କୈାଣସି ମୂଲ୍ୟ ନାହିଁ। ଚୋର ଗଲା ପରେ ପୋଲିସ ପହଞ୍ଚିବା ଯାହା ଏକ୍ଷେତ୍ରରେ ପହଞ୍ଚିବା ତାହା ବୋଲି କେତେକ ଛାତ୍ରୀ କହିଥିଲେ। ପ୍ରତିଦିନ କଲେଜ ସମୟରେ ପୋଲିସ ଏହି ଅଞ୍ଚଳରେ ପାଟ୍ରୋଲିଂ କରିବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି। ଏସଂକ୍ରାନ୍ତରେ ଟାଉନ୍ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ଖବର ପାଇବା ପରେ ଥାନା ଗାଡି ଘଟଣାସ୍ଥଳକୁ ଯାଇଥିଲା କିନ୍ତୁ ପୋଲିସ ଗାଡିକୁ ଦେଖି ରୋଡରୋମିଓମାନେ ଫେରାର ହୋଇଯାଇଥିଲେ। ପ୍ରତିଦିନ ସେହି ଅଞ୍ଚଳରେ ପାଟ୍ରୋଲିଂ କରାଯିବ। ରୋଡରୋମିଓଙ୍କ ଗତିବିଧି ଲକ୍ଷ୍ୟ କରାଯିବା ସହ ଆବଶ୍ୟକ ସ୍ଥଳେ ଥାନାକୁ ଡକାଇ ତାଗିଦ କରାଯିବ। ଏଥିରେ ସେମାନେ ପରିବର୍ତ୍ତନ ନହେଲେ ସେମାନଙ୍କୁ ବାନ୍ଧି କରି କୋର୍ଟ ଚାଲାଣ କରାଯିବ।


Next Post

ୱାଉପଡା ଗ୍ରାମରେ ୫୧ବର୍ଷ ଧରି ପୂଜା ପାଉଛନ୍ତି କାର୍ତ୍ତକେଶ୍ୱର

Wed Nov 13 , 2024
କେନ୍ଦ୍ରାପଡ଼ା, ୧୩ା୧୧ : ୱାଉପଡା ଗ୍ରାମରେ ୫୧ବର୍ଷ ଧରି ପୂଜା ପାଉଛନ୍ତି କାର୍ତ୍ତିର୍ିକ ମାସରେ କାର୍ତ୍ତକେଶ୍ୱର। କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ୱାଉପଡା ଗ୍ରାମ ରେ କାର୍ତ୍ତିକେଶ୍ୱର ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ। ପାଞ୍ଚଦିନ ଧରି ପ୍ରସାଦ ସେବନ କରାଯାଏ। ବିଗତ ୫୧ବର୍ଷ ଧରି ଏହି ପୂଜା ହୋଇଆସୁଅଛି। ଗ୍ରାମର ସମସ୍ତ ଲୋକେ ପାଞ୍ଚଦିନ ଧରି କାର୍ତ୍ତିକେଶ୍ୱର ବ୍ରତ ପାଳନ କରିଥାନ୍ତି। ଆଖ ପାଖ ଅଞ୍ଚଳର ପାଞ୍ଚୋଟି ପଞ୍ଚାୟତର […]

KANIKA