ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ବ୍ରତ ପାଳନର ବ୍ୟବସ୍ଥା କରୁଛନ୍ତି ଶ୍ରୀମା’



କେନ୍ଦ୍ରାପଡ଼ା,୧୩ା୧୧: ପବିତ୍ର ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନେ କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ କରିବା ନିମନ୍ତେ ଆବଶ୍ୟକ ସୁବିଧା ଓ ସୁଯୋଗ ପ୍ରଦାନ କରି ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି। ବିଗତ ୮ବର୍ଷ ଧରି ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ହବିଷ୍ୟାଳୀଙ୍କ ପୂଜା ବିଧି ପାଳନ ସହ ଯାତ୍ରୀନିବାସରେ ସେମାନଙ୍କ ରହିବା ଓ ଖାଦ୍ୟପେୟ ବ୍ୟବସ୍ଥା ନିଜ ଉଦ୍ୟମରେ କରି ଆସୁଛନ୍ତି ଶ୍ରୀମା। ଏହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀମାନେ ଶ୍ରୀମା’ଙ୍କୁ ସାଧୁବାଦ ଜଣାଇଛନ୍ତି। ବାଣୀପିଠକୁ ମହିମାନ୍ୱିତ କରିବାରେ ଶ୍ରୀମା’ଙ୍କ ଏହି ଉଦ୍ୟମକୁ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରିଛନ୍ତି। ଏହାଦ୍ୱାରା ଆଗାମୀ ଦିନରେ ପବିତ୍ର ତୁଳସାୀକ୍ଷେତ୍ରର ମାନ ବୃଦ୍ଧି ପାଇବା ସହିତ ହବିଷ୍ୟ ବ୍ରତଧାରୀ ମାନଙ୍କ ଉତ୍କଣ୍ଠା ବୃଦ୍ଧି ପାଇବା ଦ୍ୱାରା ଏଭଳି କାର୍ଯ୍ୟ ଜାରି ରଖିବାକୁ ଶ୍ରୀମାଙ୍କୁ ଅଧିକ ପ୍ରେରଣା ଯୋଗାଇଛି। ତୁଳସୀକ୍ଷେତ୍ର ଏହାଦ୍ୱାରା ଉତ୍ସବମୁଖର ହୋଇ ଉଠିଥିବା ବେଳେ ସମସ୍ତଙ୍କୁ ଏହି କାର୍ଯ୍ୟରେ ସାମିଲ ହେବାକୁ ବଳଦେବସେନା ପକ୍ଷରୁ ନିବେଦନ କରାଯାଇଛି।ରବିବାର ଆରମ୍ଭ ହୋଇ ଆସନ୍ତା ଶନିବାର ଉଦଯାପିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀମା’ଙ୍କ ଦ୍ୱାରା ହବିଷ୍ୟାଳୀମାନଙ୍କ ପାଇଁ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।


Discover more from

Subscribe now to keep reading and get access to the full archive.

Continue reading