ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୧୩ତମ ବୋଇତବନ୍ଦାଣ ଉତ୍ସବ ପାଳିତ


ପଟ୍ଟାମୁଣ୍ଡାଇ ୧୫/୧୧ -ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୧୩ତମ ବୋଇତବନ୍ଦାଣ ଉତ୍ସବ ମହା ଆଡମ୍ବରରେ ପାଳିତ ଶୁକ୍ରବାର କଷଣଅଂଟା ବ୍ରାହ୍ମଣୀନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ପଟ୍ଟାମୁଣ୍ଡାଇର ଗୌରବମୟ କଳା ସଂସ୍କୃତି ଓ ସାହିତ୍ୟ ଆଜି ବିଶ୍ୱ ଦରବାରରେ ପ୍ରତିଷ୍ଠା ଲାଭ କରିଛି । ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ବିକାଶ ପରିଷଦର ବୋଇତବନ୍ଦାଣ ଉତ୍ସବ ଆୟୋଜନ ଆମର ସଂସ୍କୃତିକୁ ଗରୀୟାନ କରିଥିବାରୁ ଏହାର ସଫଳତା ପାଇଁ ସବୁ ସ୍ତରରେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଭୂବନେଶ୍ୱରର ବରିଷ୍ଠ ଖବରଦାତା ପ୍ରଦ୍ୟୁମ୍ନ ଶତପଥି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଲୁପ୍ତପ୍ରାୟ କଳା ସଂସ୍କୃତି ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହିତ ନୌବାଣିଜ୍ୟ ପରମ୍ପରାର ରୋମନ୍ଥନ କରିବା ବୋଇତବନ୍ଦାଣ ଉତ୍ସବ ଆୟୋଜନ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ । ଏପରିକି ଓଡିଆ ସାଧବ ପୁଅ ମାନେ କିପରି ଜଳପଥ ଦେଇ ସାତ ସମୁଦ୍ର ତେର ନଈ ପାର ହୋଇ କିପରି ବ୍ୟବସାୟ ବାଣିଜ୍ୟ କରୁଥିଲେ ତାହାକୁ ନେଇ ଗୁରୁତ୍ୱାରୋପ କରିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ସମ୍ମାନିତଅତିଥି ଭାବେ ଯୋଗ ଆମ ସଂସ୍କୃତିର ପ୍ରତୀକ ବୋଇତବନ୍ଦାଣ ଉତ୍ସବକୁ ସଫଳ କରିବାକୁ ନିବେଦନ କରିଥିଲେ । ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ବେଦମନ୍ତ୍ର ପାଠ କରିଥିଲେ । ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିବା ସହିତ ସ୍ୱାଗତଭାଷଣ ଦେଇଥିଲେ । ଅବସରପ୍ରପ୍ତ ପ୍ରଧାନ ଶିକ୍ଷକ ସଚିତ୍ର ବେହୁରା ଅତିଥିପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ପ୍ରଦର୍ଶନ କରିଥିବା ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ସଭ୍ୟ ଚିତରଞନ ମଲ୍ଲିକଙ୍କ ମାନପତ୍ର ପାଠ କରିଥିଲେ । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କବି ସାହିତ୍ୟିକ ଯୋଗ ଦେଇଥିଲେ । ଉତ୍ସବ ପରେ ବିଧାୟକ ସାହୁ, ବରିଷ୍ଠ ଖବରଦାତା ଶତପଥି ଓ ପୌର ଅଧ୍ୟକ୍ଷ ସାଧବ ପୁଅ ଓ ବୋହୁଙ୍କ ଗହଣରେ ପତ୍ରପୁର ବ୍ରାହ୍ମଣୀ ନଦୀରେ ବୋଇତ ବନ୍ଦାଣ କରିଥିଲେ । କସ୍ତୁରୀ କଳା ନିକେତନ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଉତ୍ସବ ଆରମ୍ଭ ପୂର୍ବରୁ ପଟ୍ଟାମୁଣ୍ଡାଇ ବାଇପାସ ଠାରୁ ବିଭିନ୍ନ ସାଂସ୍କୃତିକ ଦଳ ଏବଂ ଆତସ ବାଜି ସହିତ ଆକର୍ଷଣୀୟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ କଷଣଅଂଟା-ପତ୍ରପୁର ମଧ୍ୟସ୍ଥଳ ବ୍ରାହ୍ମଣୀ ନଦୀ ଉପକଣ୍ଠ ବୋଇତ ବନ୍ଦାଣ ଉତ୍ସବ ସ୍ଥଳରେ ପହଂଚି ଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ପରିଷଦର ବରିଷ୍ଠ ସଭ୍ୟ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ଜେନା, ଶିକ୍ଷାବିତ ଶ୍ରୀଧର ରାଉତ, ରାଜକୁମାର ବିଶ୍ୱାଳ, ନବକିଶୋର ପଣ୍ଡା, ବିପିନ ବିହାରୀ ପରିଡା, ବିଜୟ କବି, କୃପାସିନ୍ଧୁ ନାୟକ, ଆଇନଜୀବୀ ପ୍ରମୋଦ ସାହୁ , ରାଜେଶ ମହାରଣା , ଗିରିଜା ଶଙ୍କର ସାମଲ, ଶରତ ଚନ୍ଦ୍ର ବିଶ୍ୱାଳ, ଗୌରାଙ୍ଗ ଚନ୍ଦ୍ର ମହାନ୍ତି, ଚନ୍ଦନ ପାତ୍ର, ନରେଶ ଜେନା, ପ୍ରମୋଦ ସାହୁ , ହାଡିବନ୍ଧୁ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading