ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଘଟଣା ; ଦାବୀପତ୍ର ବେଳେ ବିଜେଡି କର୍ମୀ ପୋଲିସ ଧସ୍ତାଧସ୍ତି


 


ପଟ୍ଟାମୁଣ୍ଡାଇ ୧୬/୧୧ -ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଥାନାରୁ ଜାମିନରେ ଛାଡି ଦେବା ଘଟଣାରେ ବିଜେଡି ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଶନିବାର ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ବିଜେଡି ସାଧାରଣ ସମ୍ପାଦକ କଳାକାର ପ୍ରଧାନ କାଉନସିଲର ପ୍ରଶାନ୍ତ ବାରିକ ସରପଂଚ ସଂଘ ସଭାପତି ଲଷ୍ମୀପ୍ରିୟା ଷଢଙ୍ଗୀ, ସମ୍ପାଦକ ପ୍ରିୟବ୍ରତ ଓଝା ପ୍ରମୁଖ ଶତାଧିକ ବିଜେଡି ନେତା କର୍ମକର୍ତା ଓ କର୍ମୀ ବ୍ଲକ ପରିସରରୁ ଏକ ଶୋଭାଯାତ୍ରାରେଭାଜପା ସରକାର ବିରୋଧରେ ବିଭିନ୍ନ ନାରାବାଜି କରି ବାହାରିଥିଲେ । ବିଶେଷ ସୁତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପରିସର ପୋଲିସ ଛାଉଣୀ ରେ ପରିଣତ ହୋଇଥିଲା । ପଟ୍ଟାମୁଣ୍ଡାଇ ଏସ ଡି ପି ଓ କ୍ଷମା ସାଗର ପଣ୍ଡା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାଆଇଆଇସି ପଦ୍ମାଳୟା ପ୍ରଧାନ, ଜମ୍ବୁ ମେରାଇନ ଥାନା ଆଇଆଇସି ରଂଜିତ ମହାନ୍ତି, ରାଜକନିକା ଥାନା ଆଇଆଇସି ଦିଲ୍ଲୀପ ସାହୁ ପ୍ରମୁଖ ବହୁ ବରିଷ୍ଠ ପୋଲିସ ଅଧିକାରୀ ପୋଲିସ ଫୋର୍ସ ସହ ଥାନା ପରିସରରେ ଉପସ୍ଥିତ ଥିଲେ ।ବିଜେଡି ନେତା ଓ କର୍ମକର୍ତା ସହର ପରିକ୍ରମା କରି ଆଦର୍ଶ ଥାନା ମୁଖ୍ୟ ଫାଟକ ସମ୍ମୁଖରେ ପହଁଚିବା ବେଳକୁ ପୋଲିସ ସେମାନଙ୍କୁ ଥାନା ଭିତରକୁ ଛାଡି ନଥିଲା । ଫଳରେ ପୋଲିସ ବିଜେଡି କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ପରେ ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ଥାନା ଭିତରକୁ ଯାଇ ଥାନାରେ ଉପସ୍ଥିତ କେନ୍ଦ୍ରାପଡ଼ା ଅତିରିକ୍ତ ଏସ ପି ଦେବାଶିଷ ଧଳଙ୍କୁ ଦାବୀ ପତ୍ର ପ୍ରଦାନ କରିବା ସହିତ ଅଭିଯୁକ୍ତ ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ଅବିଳମ୍ବେ ଗିରଫ କରି କୋର୍ଟ ଚାଲାଣ କରାନଗଲେ ଆସନ୍ତା ୧୮ ତାରିଖ ସୋମବାର ବିଜେଡି ସରପଂଚ ଓ ସମିତି ସଭ୍ୟ ସଂଘ ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ ।


Next Post

ଦୀର୍ଘ ୧୨ଦିନ ହେବ ବ୍ଲକ ଅଚଳ , ଭତା ବଂଟନରେ ବାଧା

Sat Nov 16 , 2024
ପୋଲିସର ପାତରଅନ୍ତର ନୀତିକୁ ନେଇ ବିଜେଡି ଉଠେଇଲା ପ୍ରଶ୍ନ  ପଟ୍ଟାମୁଣ୍ଡାଇ ୧୬/୧୧ – ଗତ ୫ ତାରିଖରେ ଭାଜପା ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣାରେ ସରପଂଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ଜାରିିଥିବା ଅନଶନର ତୃତୀୟ ଦିନ ଶୁକ୍ରବାର ସଂନ୍ଧ୍ୟାରେ ଅଭିଯୁକ୍ତ ଜ୍ୟୋତିପ୍ରକାଶ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପହଂଚିଥିଲେ । କେନ୍ଦ୍ରାପଡ଼ା ଅତିରିକ୍ତ ଏସପି, ପଟ୍ଟାମୁଣ୍ଡାଇ ଏସଡିପିଓ ଥାନାରେ ଉପସ୍ଥିତ ରହି ସ୍ଥିତି […]

KANIKA