ପୋଲିସର ପାତରଅନ୍ତର ନୀତିକୁ ନେଇ ବିଜେଡି ଉଠେଇଲା ପ୍ରଶ୍ନ

ପଟ୍ଟାମୁଣ୍ଡାଇ ୧୬/୧୧ – ଗତ ୫ ତାରିଖରେ ଭାଜପା ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣାରେ ସରପଂଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ଜାରିିଥିବା ଅନଶନର ତୃତୀୟ ଦିନ ଶୁକ୍ରବାର ସଂନ୍ଧ୍ୟାରେ ଅଭିଯୁକ୍ତ ଜ୍ୟୋତିପ୍ରକାଶ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପହଂଚିଥିଲେ । କେନ୍ଦ୍ରାପଡ଼ା ଅତିରିକ୍ତ ଏସପି, ପଟ୍ଟାମୁଣ୍ଡାଇ ଏସଡିପିଓ ଥାନାରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ ପରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ( ୩୫ ବିଏନଏସଏସ) ଅନୁଯାଇ ତାଙ୍କୁ ନୋଟିସ କରିଥିଲେ । ଜ୍ୟୋତିପ୍ରକାଶ ନୋଟିସକୁ ଗ୍ରହଣକରି ଥାନାର କାଇଦା କାନୁନକୁ ମାନିବାକୁ ପ୍ରତିଶୃତି ଦେଇ ଯାଇଥିବା ଥାନା ପକ୍ଷରୁ ଜଣାପଡିଛି । ମାତ୍ର ଜ୍ୟୋତିପ୍ରକାଶଙ୍କୁ ଗିରଫ ବଦଳରେ ନୋଟିସରେ ଛାଡିଦିଆଯାଇଥିବାରୁ ଅନଶନ ଧାରଣାରେ ବସିଥିବା ସରପଂଚ ଓ ସମିତିସଭ୍ୟ ସଂଘ ଏହାକୁ ସହଜରେ ଗ୍ରହଣ କରିପାରି ନଥିବା ବେଳେ ଶନିବାର ବିଜୁ ଜଜତା ଦଳର ଶତାଧିକ କର୍ମୀ ପୋଲିସର ପାତରଅନ୍ତର ମନୋଭାବକୁ ବିରୋଧ କରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ପହଁଚି ଏକ ସ୍ମାରକପତ୍ର ଦେବାସହିତ ଆସନ୍ତା ୧୮ ତାରିଖ ଭିତରେ ଆସସାମିକୁ ଗିରଫ କରିବାକୁ ଦବୀ କରିଥିଲେ । ଯଦି ଉକ୍ତ ସମୟ ଭିତରେ ତାଙ୍କୁ ଗିରଫ କରାନଯାଏ ତାହାହେଳେ ପଟ୍ଟାମୁଣ୍ଡାଇ ଅଂଚଳର ନଗର ଓ ବ୍ଲକ ବିଜେଡିର ଶତାଧିକକର୍ମୀ ରାଜରାସ୍ତାକୁ ଓହ୍ଲାଇବା ସହିତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଘେରାଉ କରିବାପାଇଁ ପାଇଁ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଆନ୍ଦୋଳନ ଯୋଗୁଁ ଦୀର୍ଘ ୧୨ଦିନ ହେବ ବ୍ଲକ ଅଚଳ ହୋଇପଡିଥିବାରୁ ସଧାରଣଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ତେବେ ଏହି ମାମଲା ଆଗକୁ କେଉଁ ରୂପ ନେଉଛି, ତାହା ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ବାଚ୍ଚୀ ସୃଷ୍ଠି କରିଛି ।

ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ଗତ ୫ ତାରିଖରେ ତାଙ୍କ ଅଫିସ ରେ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ବଡ଼ପଡା ପଂଚାୟତ ମୂଳଗାଇ ଗ୍ରାମର ଭାଜପା ନେତା ଜ୍ୟୋତି ପ୍ରକାଶ ତାଙ୍କ ସହେଯାଗୀଙ୍କ ସହିତ ବିଡ଼ିଓ ଅଫିସ ମଧ୍ୟରେ ପ୍ରବେଶ କରି କେତେକ ପ୍ରଶ୍ନ ପଚାରିବା ଆଳରେ ବିଡ଼ିଓଙ୍କୁ ଅଶାଳିନ ବ୍ୟବହାର କରିବା ସହିତ ଚେୟାର ଉଠାଇ ବାଡେଇବାକୁ ଉଦ୍ୟମ କରିଥିଲେ । ଏ ସମ୍ପର୍କରେ ବିଡ଼ିଓ ସାହୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ଫୋନ ମାଧ୍ୟମରେ ଜଣାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚି ଉତ୍ୟକ୍ତ ଯୁବକ ଜ୍ୟୋତିକୁ କାବୁକରି ଛାଡିଦେଇଥିଲେ । ପରେ ବିଡିଓ ଲିଖିତ ଅଭିଯୋଗ କରିବା ପରେ ପଟ୍ଟାମୁଣ୍ଡାଇ ପୋଲିସ ଥାନା କେଶ ନଂ ୩୨୭/୨୪ ରେ ଏକ ମାମଲା ରୁଜୁ କରି ବସିପଡିଥିଲେ । ଏହାର ପ୍ରତିବାଦ ଗତ ୬ ତାରିଖରେ ବ୍ଲକ କର୍ମଚାରୀମାନେ କଲମ କଲମଛାଡ଼ ଆନ୍ଦୋଳନ କରିଥିଲେ । ଗତ ୭ରେ ପଟ୍ଟାମୁଣ୍ଡାଇ ବ୍ଲକ ସରପଂଚ ଓ ସମିତି ସଭ୍ୟ ସଂଘ ପଟ୍ଟାମୁଣ୍ଡାଇ ଆଇଆଇସିଙ୍କୁ ଭେଟି ଅଭିଯୁକ୍ତ ଗିରଫ ଦାବିରେ ଦାବୀପତ୍ର ପ୍ରଦାନ କରିଥିଲେ । ପରେ ୮ ତାରିଖରେ ଥାନାରେ ଧାରଣା ମଧ୍ୟ ଦେଇଥିଲୋ ମାତ୍ର ଏଥିରେ ପ୍ରଶାସନ ଅଭିଯୁକ୍ତଙ୍କୁ ଗିରଯ ନକରିବାରୁ ଗତ ୪ ଦିନ ହେବ ସରପଂଚ ଓ ସମିତି ସଭ୍ୟ ସଂଘଙ୍କ ପକ୍ଷରୁ ଆମରଣ ଅନଶନ ଜାରିଅଛି । ଫଳରେ ଦୀର୍ଘ ୧୨ଦିନ ହେବ ବ୍ଲକ ଅଚଳ ହୋଇପଡିଛି । ବିଭିନ୍ନ ସରକାରୀ କାର୍ଯ୍ୟରେ ଆସୁଥିବା ଜନସାଧାରଣ ନାହିଁ ନଥିବା ଦୁର୍ଦଶା ଭୋଗ କରୁଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକରେ ସୃଷ୍ଟି ହୋଇ ଥିବା ଅଚଳବସ୍ଥା ଦୂର କରିବା ଦିଗରେ ପ୍ରଶାସନ ବିଫଳ ହୋଇଛି । ଅନ୍ୟପକ୍ଷରେ ସରପଂଚ ମାନେ ଧାରଣା ଦେଇଥିବାରୁ ଅନେକ ପଂଚାୟତରେ ଗତ ୧୫ ତାରିଖରେ ଭତା ବଂଟନ ମଧ୍ୟ ହୋଇପାରିନଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ଶନିବାର ବିଜେଡିର ଶତାଧିକକର୍ମୀ ଥାନାକୁ ଆସିବା ଏବଂ ପୋଲିସ ଫୋସ ମୁତୟନ ହେବା ଥାନା ଗେଟ ବନ୍ଦ କରା୍ଯିବା ପରେ ସେମାନେ ଥାନା ଭିତରକୁ ଧସେଇ ପସିବା ଘଟଣା ପଟ୍ଟାମୁଣ୍ଡାଇ ଆଇନସୁଙ୍ଖଳା ପ୍ରତି ଆଙ୍ଗୁଠି ନିଦ୍ଦେଶ କରିଥିବା ଆଲୋଚନା ହୋଉଛି । ପରିସ୍ଥିତି ଦିନ ଦିନ ଅଣାୟତ ହେଉଥିବା ବେଳେ ପ୍ରଶାସନର ଏପରି ପାତରଅନ୍ତର ମନୋଭାବକୁ ବୃଦ୍ଧିଜିବୀ ମହଲରେ ନିନ୍ଦା କରାଯାଇଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅବିଳମ୍ବେ ଘଟଣାର ବିଧିବଦ୍ଧ ନିରପେକ୍ଷ ତଦନ୍ତ କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଟ୍ଟାମୁଣ୍ଡାଇ ବ୍ଲକରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ସଙ୍ଗେ ସଙ୍ଗେ ବିକାଶ ଧାରାକୁ ଆଗେଇ ନେବାକୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି ।










